ପାକିସ୍ତାନର ଏହି ଦାବି ସମ୍ପୂର୍ଣ୍ଣ ଭୁଲ

ନୂଆଦିଲ୍ଲୀ: ରାଫେଲ ବିମାନ ତିଆରି କରୁଥିବା ଫରାସୀ କମ୍ପାନୀ ଡାସଲ୍ଟ ଆଭିଏସନ୍ର ସିଇଓ ଏରିକ୍ ଟ୍ରାପିଅର୍ ପାକିସ୍ତାନ ଦ୍ୱାରା କରାଯାଇଥିବା ସାମ୍ପ୍ରତିକ ଦାବିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ ମେ ମାସର ଆରମ୍ଭରେ ଭାରତ-ପାକ୍ ବାୟୁ ସଂଘର୍ଷରେ ଭାରତ ଏକ ରାଫେଲ୍ ବିମାନ ହରାଇଥିଲା। ଟ୍ରାପିଅର୍ ସ୍ପଷ୍ଟ ଭାବରେ କହିଛନ୍ତି ଯେ ‘ପାକିସ୍ତାନର ଏହି ଦାବି ସମ୍ପୂର୍ଣ୍ଣ ଭୁଲ। ଭାରତର କୌଣସି ରାଫେଲ୍ ବିମାନ କ୍ଷତିଗ୍ରସ୍ତ ହୋଇଥିବାର କୌଣସି ଠୋସ୍ ପ୍ରମାଣ ଆମ ପାଖରେ ନାହିଁ।’ ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ଦ୍ୱାରା ଏହି ପ୍ରସଙ୍ଗରେ କୌଣସି ସରକାରୀ ସୂଚନା ଦିଆଯାଇନାହିଁ, ତେଣୁ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

Leave a Reply

Your email address will not be published. Required fields are marked *