କ୍ଷମା ମାଗିଲା ଆଇଡିଏଫ

ଜେରୁଜେଲମ: ଜମ୍ମୁ ଏବଂ କଶ୍ମୀରକୁ ପାକିସ୍ତାନର ଅଂଶ ଭାବରେ ଦର୍ଶାଇ ଏକ ଭୁଲ୍ ମାନଚିତ୍ର ପୋଷ୍ଟ କରିଥିବାରୁ ଇସ୍ରାଏଲୀ ସେନା କ୍ଷମା ପ୍ରାର୍ଥନା କରିଛି। ଏହା ସହିତ, ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି, ମାନଚିତ୍ରଟି ସୀମାକୁ ସଠିକ୍ ଭାବରେ ଦର୍ଶାଇବାରେ ବିଫଳ ହୋଇଛି।

ଇସ୍ରାଏଲୀ ସେନା ଦ୍ୱାରା ମାନଚିତ୍ର ପୋଷ୍ଟ କରାଯିବା ପରେ ଭାରତୀୟ ସୋସିଆଲ ମିଡିଆ ୟୁଜରମାନେ ଆପତ୍ତି କରିଥିଲେ। ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଶୁକ୍ରବାର ନିଜର ‘ଏକ୍ସ’ ହ୍ୟାଣ୍ଡେଲରେ ଏହି ମାନଚିତ୍ର ପୋଷ୍ଟ କରିଥିଲା, ଯେଉଁଥିରେ ଇରାନୀ କ୍ଷେପଣାସ୍ତ୍ରର ପରିସର ଦର୍ଶାଯାଇଥିଲା।

Leave a Reply

Your email address will not be published. Required fields are marked *