ପାକିସ୍ତାନକୁ ଲାଗିଛି ଭୂକମ୍ପର ଝଟକା 

ଇସଲାମାବାଦ: ମେ’ ମାସରେ ପାକିସ୍ତାନ ଉପରେ ପ୍ରକୃତିର କୋପ ପଡିଛି । ମେ’ ମାସରେ ହିଁ ପାକିସ୍ତାନ ଉପରେ ଦାଉ ସାଧିଛି ପ୍ରକୃତି । ଗୋଟେ ପଟେ ଏହି ମାସରେ ଭାରତ ଠାରୁ ପ୍ରଚଣ୍ଡ ପ୍ରହାରରେ ପାକିସ୍ତାନର ଅଣ୍ଟା ଦୋହଲି ଯାଇଥିବା ବେଳେ ଏବେ ଜୁନ ମାସ ଆରମ୍ଭ ହେଉ ହେଉ ବି ଘନଘନ ଭୂମିକମ୍ପ ଦେଶକୁ ଦୋହଲାଇ ଦେଉଛି ।    ଗତ ସପ୍ତାହରେ ମାନେ ୪ ଦିନ ତଳେ ପାକିସ୍ତାନ ଭୂମିକମ୍ପରେ ଥରିଥିବା ବେଳେ ଏବେ ଥରେ ନୁହେଁ ବରଂ ବାରମ୍ବାର ଲାଗିଛି ଭୂକମ୍ପର ଝଟକା । ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ଭିତରେ ୮ ଥର ଦୋହଲିଲାଣି ଦେଶ । ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ତୀବ୍ରତା ବିଶିଷ୍ଟ ଭୂକମ୍ପ ପାକିସ୍ତାନରେ ଅନୁଭୂତ ହୋଇଛି । ତେବେ ଭୂମିକମ୍ପ ପରେ ଭୟରେ ଲୋକେ ବାହାରକୁ ପଳାଇ ଆସିଥିବା ବେଳେ କିଛି ସମୟ ପରେ ସ୍ଥିତି ଠିକ୍ ହେବା ପରେ ଲୋକେ ଯେତେବେଳେ ଘରକୁ ଫେରୁଛନ୍ତି ପୁଣି ଆଉ ଏକ ଭୂକମ୍ପର ଝଟକା ଲାଗିଛି । ଏମିତି ବାରମ୍ବାର ଭୂକମ୍ପ ପରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

Leave a Reply