ତୁର୍କିକୁ ଏବେ ଏୟାର ଇଣ୍ଡିଆର ଝଟକା

ମୁମ୍ବାଇ ୨।୬: ଗତ ମେ ମାସରେ ତୁର୍କି ରାଷ୍ଟ୍ରପତି ପାକିସ୍ତାନର ସମର୍ଥନ କରିଥିଲେ ଓ ଭାରତର ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିଲେ।  ସେଥିପାଇଁ ଭାରତରେ ଏବେ ବୟକଟ୍ ତୁର୍କି ଏପରି ବ୍ୟାପିଛି ଯେ ଲୋକେ ଏବେ ପ୍ରଥମେ ଦେଶ ବୋଲି କହୁଛନ୍ତି। ଭାରତୀୟ ବେସାମରିକ ବିମାନ ସୁରକ୍ଷା ବ୍ୟୁରୋ (ବିସିଏଏସ୍) ମେ ୧୫ ତାରିଖରେ ତୁର୍କିର ସେଲେବି ଏୟାରପୋର୍ଟ ସର୍ଭିସେସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ସୁରକ୍ଷା ମଞ୍ଜୁରୀ ରଦ୍ଦ କରିଦେଇଥିଲେ। ମେ ୩୦ ତାରିଖ ଦିନ ଭାରତର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଇଣ୍ଡିଗୋ କୁ ତୁର୍କି ଏୟାରଲାଇନ୍ସ ସହିତ ଡ୍ୟାମ୍ପ ଲିଜ୍ ଅପରେସନ ସମାପ୍ତ କରିବାକୁ କହିଥିଲେ। ଏଥିରେ ଏବେ ଏୟାର ଇଣ୍ଡିଆର ପଦକ୍ଷେପ ତୁର୍କି କମ୍ପାନୀଙ୍କୁ ବଡ଼ଧରଣର କ୍ଷତିରେ ପକାଇଛି। 

ଏହିକ୍ରମରେ ଏୟାର ଇଣ୍ଡିଆ ଏକ ବଡ଼ ନିଷ୍ପତ୍ତି ନେଇଛି।  ଇଣ୍ଡିଆ ଏବେ ଟର୍କିସ୍ ଟେକନିକ୍ ସହିତ ନିଜର କାରବାର ବନ୍ଦ କରିବାକୁ ଯାଉଛି। ଏହା ଏକ ତୁର୍କି କମ୍ପାନୀ ଓ ଗ୍ଲୋବାଲ ଏଭିଏସନ ସର୍ଭିସ ପ୍ରୋଭାଇଡର ମଧ୍ୟ। ଟର୍କିସ ଟେକନିକ୍ ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନର ରକ୍ଷଣାବେକ୍ଷଣ କାମ କରିଥାଏ।  ଏୟାର ଇଣ୍ଡିଆ ସିଇଓ ତଥା ଏମଡି କ୍ୟାମ୍ପବେଲ ୱିଲସନ କହିଛନ୍ତି ଯେ ‘ଯଦି ଏପରି ବେପାର ଜାରି ରଖିବାରେ ଯଦି କୌଣସି ଚିନ୍ତା ଥାଏ ତେବେ ଆମେ ବିକଳ୍ପର ସନ୍ଧାନ କରିବୁ’। କମ୍ପାନୀର ସିଇଓଙ୍କ ଅନୁସାରେ ଏବେ ଏହି କାମ ଅନ୍ୟ ମେଣ୍ଟେନାନ୍ସ, ରିପେୟାର ଏବଂ ଓଭରହଲ (ଏମଆରଓ) ଫ୍ୟାସେଲିଟିକୁ ଦେଇଦିଆଯିବ। ଏହି ନିଷ୍ପତ୍ତି ତୁର୍କି ଓ ଭାରତ ମଧ୍ୟରେ ବଢୁଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ନିଆଯାଇଛି।  ଯେତେବେଳେ ଆମ ଆଖପାଖର ପରିସ୍ଥିତି ବଦଳିବା ଆରମ୍ଭ କରେ ସେତେବେଳେ ଆମକୁ ଆଡଜଷ୍ଟ ହେବାକୁ ଟିକେ ସମୟ ଲାଗେ। ତେବେ ଆମେ ରାଷ୍ଟ୍ରୀୟ ଭାବନା ଓ ରାଷ୍ଟ୍ରୀୟ ଇଛା ପ୍ରତି ସ୍ପଷ୍ଟ ରୂପେ ସମ୍ବେଦନଶୀଳ। ୱିଲସନ ଏହା ମଧ୍ୟ କହିଛନ୍ତି ଯେ ଆମେ ଆମର ବୋଇଂ ୭୭୭ ଓ ୭୮୭ ବିମାନର ମେଣ୍ଟେନାନ୍ସ  ନିମନ୍ତେ ଏବେ  ଟର୍କିସ୍ ଟେକନିକ୍ ଉପରେ ନିର୍ଭରଶୀଳ, ହେଲେ ଏବେ ଆମେ ଏହାକୁ କମାଇବାକୁ ଉଦ୍ୟମ କରୁଛୁ।  

Leave a Reply

Your email address will not be published. Required fields are marked *