Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ ସମ୍ବିଧାନ ସହ ଧୋକା-ସୁପ୍ରିମକୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ ସମ୍ବିଧାନ ସହ ଧୋକା-ସୁପ୍ରିମକୋର୍ଟ


ନୂଆଦିଲ୍ଲୀ,୨୭ ।୧୧: କେବଳ ସଂରକ୍ଷଣର ଫାଇଦା ଉଠାଇବା ଲାଗି କରାଯାଇଥିବା ଧର୍ମ ପରିବର୍ତ୍ତନ ସମ୍ବିଧାନ ସହିତ ଧୋକା। ନଭେମ୍ବର ୨୬ ତାରିଖରେ ଏକ ମାମଲାର ରାୟ ଦେବା ସମୟରେ ସୁପ୍ରିମକୋର୍ଟ ଏହି ଟିପ୍ପଣୀ କରିଛନ୍ତି। ସେହି ମାମଲାରେ ଜଣେ ମହିଳା ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିଥିଲେ । କିନ୍ତୁ ପରେ ଅନୁସୂଚୀତ ଜାତିର ସାର୍ଟିଫିକେଟ ହାସଲ କରିବା ଲାଗି ନିଜକୁ ହିନ୍ଦୁ ଭାବେ ଦାବି କରିଥିଲେ। କୋର୍ଟ ମହିଳାଙ୍କର ଆବେଦନକୁ ସ୍ଵୀକାର କ ର । ଯ। ଇ ପାରିବ ନାହିଁ ବୋଲି ଦର୍ଶାଇ ଖାରଜ କରିଛନ୍ତି। ଏହି ସମୟରେ ଜଷ୍ଟିସ୍ ପଙ୍କଜ ମିତ୍ତଲ ଓ ଜଷ୍ଟିସ ଆର୍ ମହାଦେବନ୍ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖିଛନ୍ତି।
ସି ସେ ଭଲାରାନି ନାମକ ତାମିଲନାଡୁର ଜଣେ ମହିଳା ଏହି ଆବେଦନ ଦାଖଲ କରିଥିଲେ । ତାଙ୍କର ପିତା ଜଣେ ହିନ୍ଦୁ ହୋଇଥିବାବେଳେ ମା’ ହେଉଛନ୍ତି ଖ୍ରୀଷ୍ଟିଆନ୍। ଜନ୍ମ ପରେ ତାଙ୍କୁ ଖ୍ରୀଷ୍ଟିଆନ୍ ଭାବେ ଦର୍ଶାଯାଇଥିଲା। ୨୦୧୫ରେ ପୁଡୁଚେରୀରେ ଏକ ଅପର ଡିଭିଜନ୍ କ୍ଲର୍କ ପଦବି ଲାଗି ସେ ଆବେଦନ କରିଥିଲେ। ଏହି ସମୟରେ ପିତା ଭଲ୍ଲଭନ୍‌ଙ୍କର ଜାତି ଅନୁସାରେ ସେ ଅନୁସୂଚୀତ ଜାତିର ସାର୍ଟିଫିକେଟ୍ ଦାବି କରିଥିଲେ । କିନ୍ତୁ କୋର୍ଟରେ ଦାଖଲ ହୋଇଥିବା ପ୍ରମାଣରୁ ସେ ନିୟମିତ ଭାବେ ଚର୍ଚ୍ଚ ଯାଉଥିବା ଜଣାପଡ଼ିଥିଲା।

ମାମଲାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି, ଯେତେବେଳେ କୌଣସି ବ୍ୟକ୍ତି ବାସ୍ତବରେ ଏକ ଧର୍ମର ମୂଲ୍ୟବୋଧ, ବିଚାର ଓ ଆସ୍ଥା ଦ୍ବାରା ପ୍ରେରିତ ହୋଇଥିବେ ସେତେବେଳେ ଯାଇ ସେ ଧର୍ମ ପରିବର୍ତ୍ତନ କରିବା ଆବଶ୍ୟକ। ଯଦି ଧର୍ମ ପରିବର୍ତ୍ତନର ଉଦ୍ଦେଶ୍ୟ ସଂରକ୍ଷଣର ଫାଇଦା
ନେବା ଲାଗି ହୋଇଥିବ, କିନ୍ତୁ ବ୍ୟକ୍ତିଜଣଙ୍କୁ ସେହି ଧର୍ମ ଉପରେ ଆସ୍ଥା ନଥିବ ସେତେବେଳେ ତାକୁ ଅନୁମତି ଦେଇହେବ ନାହିଁ ।
ଏ ଭଳି ସମୟରେ ଏହା କେବଳ ସଂରକ୍ଷଣ ନୀତି ଓ ସାମାଜିକ ସଦ୍ଭାବକୁ କ୍ଷତି ପହଞ୍ଚାଇବ। ଆମ ସାମ୍ନାରେ ରଖାଯାଇଥିବା ପ୍ରମାଣ ଆଧାରରୁ ଜଣାପଡ଼ିଛି ଯେ, ଆବେଦନକାରୀ ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିଛନ୍ତି ଓ ସେ ଲଗାତର ଚର୍ଚ୍ଚ ଯାଇଥାନ୍ତି। ଅର୍ଥାତ୍ ସେ ସେହି ଧର୍ମର ପାଳନ କରୁଛନ୍ତି। ଅନ୍ୟପଟେ କିନ୍ତୁ ନିଜକୁ ହିନ୍ଦୁ ଭାବେ ଦାବି କରୁଛନ୍ତି। ରୋଜଗାର ଲାଗି ସେ ଏସ୍‌ସି ସାର୍ଟିଫିକେଟ୍ ଚାହୁଁଛନ୍ତି। ଏହାକୁ ସ୍ଵୀକାର କରାଯାଇପାରିବ ନାହିଁ । ଖ୍ରୀଷ୍ଟିଆନ୍ ହେବାପରେ କେବଳ ସଂରକ୍ଷଣର ଫାଇଦା ପାଇବା ଲାଗି ହିନ୍ଦୁ ହେବାର ଦାବି କରିବା ସମ୍ବିଧାନ ସହିତ ଧୋକା। ଏଥିସହିତ କୋର୍ଟ ସି ସେଭଲାରାନିଙ୍କୁ ଅନୁସୂଚୀତ ଜାତିର ପ୍ରମାଣପତ୍ର ଦେବାକୁ ମନା କରିଛନ୍ତି।

Leave a Reply