ଦେଶୀ ବିହନଗୁଡ଼ିକ ମଧ୍ୟରୁ ଆଜି ପର୍ଯ୍ୟନ୍ତ ୧୦୭୮ ପାରମ୍ପରିକ ଧାନ କିସମ ସଂଗ୍ରହ କରାଯାଇଛି


ଭୁବନେଶ୍ୱର: ରାଜ୍ୟରେ ପ୍ରଚଳିତ ଥିବା ଦେଶୀ ବିହନଗୁଡ଼ିକ ମଧ୍ୟରୁ ଆଜି ପର୍ଯ୍ୟନ୍ତ ୧୦୭୮ ପାରମ୍ପରିକ ଧାନ କିସମ ସଂଗ୍ରହ କରାଯାଇଛି। ଏହି କିସମଗୁଡ଼ିକୁ ରାଜ୍ୟ ବିହନ ପରୀକ୍ଷାଗାରସ୍ଥିତ ଜିନ୍ ବ୍ୟାଙ୍କରେ ସଂରକ୍ଷିତ କରାଯାଇଥିବା ସୂଚନା ଦେଇଛନ୍ତି କୃଷି ବିଭାଗର ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ା ଓମ୍ ପ୍ରକାଶ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହଦେଓ କହିଛନ୍ତି ଯେ କିସମ ମଧ୍ୟରୁ କେନ୍ଦୁଝର-କଳାଚମ୍ପା ବିହନରୁ ପୁର ଲାଇନ୍ ସିଲେକସନ୍ ପଦ୍ଧତିରେ କଳାଚମ୍ପା ବିହନକୁ ଚୟନ କରାଯାଇ ଓଡ଼ିଶାର କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଦ୍ବାରା ଆନୁଷ୍ଠାନିକଭାବେ ବିଜ୍ଞପିତ କରାଯାଇଛି । ବର୍ତ୍ତମାନ କଳାଚମ୍ପା ବିହନକୁ ପ୍ରାମାଣିକ ବିହନ ଭାବେ ବ୍ୟବହାର କରାଯାଉଛି। ପାରମ୍ପରିକ ବିହନଗୁଡ଼ିକର ସଂରକ୍ଷଣ ପାଇଁ ରାଜ୍ୟ ବିହନ ପରୀକ୍ଷାଗାରରେ ୨ଟି ଜିନ୍ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି। ଗୋଟିଏ ମଧ୍ୟମ ଅବଧି ସଂରକ୍ଷଣ ପାଇଁ ୪ ଡିଗ୍ରି ସେଲ୍ସିୟସ(୪-୫ବର୍ଷ) ଓ ଅନ୍ୟଟି ଦୀର୍ଘକାଳୀନ ସଂରକ୍ଷଣ ପାଇଁ ବିଯୁକ୍ତ ୨୦ ଡିଗ୍ରି ସେଲ୍‌ସିଅସ୍(୪୦- ୫୦ବର୍ଷ) ଜିନ୍ ବ୍ୟାଙ୍କ ରହିଛି। ଏହାଦ୍ବାରା କିସମଗୁଡ଼ିକର ସଂରକ୍ଷଣକୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସୁନିଶ୍ଚିତ କରାଯାଇପାରିବ। ସେହିପରି ଧାନ ବିହନ ସଂରକ୍ଷଣ ପାଇଁ ଜୀବନବ୍ୟାପୀ କାର୍ଯ୍ୟ କରିଥିବା କମଳା ପୂଜାରୀଙ୍କ ନାମରେ ଏକ ନୂତନ ଧାନ ବିହନ ନାଁରେ ନାମିତ କରିବା ଉପରେ ସରକାର ବିଚାର କରିବେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *