ଗୋ–ଚାଲାଣ ଓ ଧର୍ମାନ୍ତରୀକରଣ ବନ୍ଦ କରିବା ପାଇଁ ବଜରଙ୍ଗ ଦଳର ଦାବି
ବାରିପଦା : ମୟୂରଭଞ୍ଜ ଜିଲ୍ଲା ମୁଖ୍ୟତ ବାରିପଦା ସହର ଏବଂ ଆଖପାଖ ଅଞ୍ଚଳରେ ଚାଲିଛି ବେଆଇନ ଗୋ ଚାଲାଣ । ଗୋଟିଏ ଗାଡିରେ ଅମାନୁଷିକ ଭାବେ ଗୋମାତାଙ୍କୁ ବସ୍ତା ପରି ଲଦି ଚାଲାଣ କରାଯାଉଛି ା ଗୋରୁମାନଙ୍କୁ ହାଟକୁ ବିକ୍ରି ନାମରେ ଶହଶହ କିଲୋମିଟର ଚଲେଇ ଚଲେଇ ନେଇ ଓଡ଼ିଶା ସୀମା ପାର କରାଯାଉଛି । ନିରୀହ ହିନ୍ଦୁ ଧର୍ମାବଲମ୍ବୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅନ୍ୟ ଧର୍ମକୁ ଧର୍ମାନ୍ତରୀକରଣ କରାଯାଉଛି ା ଏ ବିଷୟରେ ପୂର୍ବରୁ ପୁଲିସ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ପୁଲିସ ପ୍ରଶାସନ କୌଣସି ଆଖୁଦୃଶିଆ ପଦକ୍ଷେପ ନେଉନାହଁାନ୍ତି ା ତେଣୁ ଏହା ବିରୋଧରେ ବଜରଙ୍ଗଦଳ ତରଫରୁ ବାରିପଦା ଟାଉନ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦୋଷୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଗଲେ ବଜରଙ୍ଗ ଦଳ ଏବଂ ବିଶ୍ବ ହିନ୍ଦୁ ପରିଷଦ ତରଫରୁ ଜିଲ୍ଲା ବ୍ୟାପି ଅନ୍ଦାଳନ କରାଯିବ ବୋଲି କୁହାଯାଇଛି। ଦରକାର ପଡିଲେ ଜିଲ୍ଲା ବନ୍ଦର ଡାକରା ମଧ୍ୟ ଦିଆଯିବ ବୋଲି ଜିଲ୍ଲା ବଜରଙ୍ଗ ଦଳର ସଭାପତି ବିଶ୍ଵଜିତ ରଣା ସୂଚନା ଦେଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ବିଦ୍ୟାର୍ଥୀ ପ୍ରମୁଖ ଶୁଭମ୍ ତ୍ରିପାଠୀ, କାର୍ଯ୍ୟକର୍ତ୍ତା ସତ୍ୟଜିତ ସାହୁ, ଓମ୍ ତ୍ରିପାଠୀ, ଆଶୀର୍ବାଦ ମହାପାତ୍ର, ଶୁଭେନ୍ଦୁ ବେହେରା, ସ୍ଵୟମ କୁମାର ଦାସ, ନୟନାଂଶୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ସୂଚନା ଦିଆଯାଇଛି।