Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହାରାଷ୍ଟ୍ରର କାହାଣୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହାରାଷ୍ଟ୍ରର କାହାଣୀ


-ରବି ନାରାୟଣ ପଣ୍ଡା
ହରିଆଣା ଭଳି ମହାରାଷ୍ଟ୍ରରେ ଭାଜପା କୁ ଅପ୍ରତ୍ୟାଶିତ ବିଜୟ ମିଳିଛି । ଲଗାତାର ତୃତୀୟ ବିଜୟ ମିଳିଛି, ଯାହା ସହଜରେ ବୁଝି ହେଉ ନାହିଁ । କାରଣ ୫ ମାସ ତଳେ ଲୋକସଭା ନିର୍ବାଚନରେ ନିର୍ମମ ପରାଜୟ ବରଣ କରିଥିବା ଏକ ଦଳ ହଠାତ ବିଜୟୀ ହୋଇ ଯାଇଛି । ଭାଜପା ୧୪୯ ଆସନରେ ଲଢ଼ି ୧୩୨ ଆସନରେ ବିଜୟୀ ହୋଇଛି । ୮୯% ଆସନରେ ବିଜୟୀ ହେବା ପଛରେ କିଛି କାହାଣୀ ଅଛି । ଯାହାକୁ ଖାଲି ଆଖିରେ ଦେଖି ହେବନାହିଁ । ଗଟବନ୍ଧନ ୨୮୮ ରୁ ୨୩୦ ଆସନରେ ବିଜୟୀ ହୋଇ ଇତିହାସ ତିଆରି କରିଛି । ବିପକ୍ଷକୁ ମାତ୍ର ୪୮ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ମହାରାଷ୍ଟ୍ର କାହାଣୀକୁ ଖୋଜିବା ପୂର୍ବରୁ ନିର୍ବାଚନ ଗଣିତକୁ ସମୀକ୍ଷା କରିନେବା ଠିକ୍ ରହିବ ।
ମହାରାଷ୍ଟ୍ରକୁ ସାମାଜିକ ଓ ଭୌଗଳିକ ଦୃଷ୍ଟିରୁ ୬ଟି ଅଂଚଳରେ ବିଭାଜିତ କରାଯାଇଥାଏା କିନ୍ତୁ ୨୦୨୪ର ବିଜୟ ମହାରାଷ୍ଟ୍ରର ସମସ୍ତ ଅଂଚଳରେ ଦେଖିବାକୁ ମିଳିଛି । ଦୁଇଟି ଜିଲ୍ଲାକୁ ନେଇ ଗଠିତ ମୁମ୍ବାଇ ସହରରେ ମହାଜ୍ୟୋତି ଗଟବନ୍ଧନର ବିଜୟ ନିର୍ବାଚନ ବିଶାରଦଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଶିବସେନାର ପୁରୁଣା ଗଡ଼ ଭାବରେ ପରିଚିତ ଦେଶର ଆର୍ôଥକ ରାଜଧାନୀ ମୁମ୍ବାଇ ଉଦ୍ଧବ ଠାକରେଙ୍କୁ ସର୍ବାଧିକ ନିରାଶ କରିଛି । ଯେଉଁଠି ଉଦ୍ଧବ ଠାକରେଙ୍କ ଦଳ ମୁମ୍ବାଇ ମହାନଗରପାଳିକାକୁ ଦଖଲ କରି ରଖିଛି । ଏହି ସହରସହ ଶିବସେନାର ଜନ୍ମ ଓ ସଂଘର୍ଷ ଯୋଡ଼ି ହୋଇ ରହିଛି । ମୁମ୍ବାଇର ୩୬ ରୁ ୨୨ ଆସନ ମହାଜ୍ୟୋତି ଗଟବନ୍ଧନ ହାତକୁ ଯାଇଛି । ଶିବସେନାର ନୂତନ ଶତ୍ରୁ ଭାବେ ଛିଡା ହୋଇଥିବା ବିଜେପି ନିକଟକୁ ୧୫ ଆସନ ଯାଇଛି ।
ବିଦର୍ଭରେ ମଧ୍ୟ୍ୟ ୬୨ ରୁ ୪୯ ଆସନ ଜିତି ଗଟବନ୍ଧନ ସମସ୍ତ ଭବିଷ୍ୟବାଣୀକୁ ଭୂଲ ପ୍ରମାଣିତ କରିଛି । ଯେଉଁ ଅଂଚଳରୁ କେବଳ ଭାଜପାକୁ ୩୯ ଆସନ ମିଳିଛି । ବିଦର୍ଭରୁ ନିଜେ ଦେବେନ୍ଦ୍ର ଫର୍ଣ୍ଣାବିଶ ପ୍ରତିଦ୍ୱନ୍ଦୀ ଥିଲେ । ଭାଜପାର ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି ଉଭୟେ ସେହି ଅଂଚଳରୁ ଆସୁଛନ୍ତି । କୋଙ୍କଣ, ପଶ୍ଚିମ ମହାରାଷ୍ଟ୍ର, ଉତର ମହାରାଷ୍ଟ୍ରରେ ଗଟ୍ଟବନ୍ଧନକୁ ବିପୁଳ ଜନ ସମର୍ଥନ ମିଳିଛି । ଚଳିତ ନିର୍ବାଚନରେ ଶରତ ପାୱାରଙ୍କ ଗଡ଼ ଭୁଶୁଡି ପଡିଛି ।
ମରଠାୱାଡା କ୍ଷେତ୍ରର ବିଜୟ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛି । ମହାରାଷ୍ଟ୍ରର ଏକତୃତୀୟାଂଶ ମରାଠୀ ଲୋକ ଏହି ଅଂଚଳରେ ବସବାସ କରନ୍ତି । ମରାଠା ସରଂକ୍ଷଣ ପାଇଁ ସରକାର ବିରୋଧୀ ବିଶାଳ ଜନ ଆନ୍ଦୋଳନ ଏହି ଅଂଚଳକୁ ଅଧିକ ପ୍ରଭାବିତ କରିଥିଲା । ମରଠାୱାଡାର ୮ ଟି ଜିଲ୍ଲା ପୂର୍ବରୁ ହାଇଦ୍ରାବାଦ ରାଜ୍ୟ ବା ନିଜାମ ଶାସିତ ହୋଇ ଥିବାରୁ ମୁସଲିମ ଜନସଂଖ୍ୟା ଏଠାରେ ସର୍ବାଅଧିକ । ଔରାଙ୍ଗାବାଦ, ଉଷ୍ମନାବାଦ ଓ ନାଂଦେଡ ଭଳି ମୁସଲିମ ବହୁଳ ଜିଲ୍ଲା ମଧ୍ୟ ଏହି ଅଂଚଳରେ ସାମିଲ ଅଛି । ଅତିତରେ ଭାଜପା ଏହି ଅଂଚଳରେ ସଫଳତା ପାଇପାରୁ ନଥିଲା । ଏହି ଜିଲ୍ଲା ଗୁଡିକରେ ହିନ୍ଦୁ ମୁସଲିମ ସଂଘର୍ଷ ଅଧିକ ଦେଖିବାକୁ ମିଳିଥାଏ । ସର୍ବାଧିକ କୃଷକ ଆତ୍ମହତ୍ୟା ଘଟଣା ମରଠାୱାଡା ଅଂଚଳରେ ଘଟିଛି । ସରକାର ବିରୋଧୀ ହାୱା ଏହି ଅଂଚଳକୁ ଅଧିକ ପ୍ରଭାବିତ କରିଥିଲା । ସମସ୍ତେ ଆକଳନ କରିଥିଲେଯେ ମରଠାୱାଡା ଅଂଚଳରେ ମହାଜ୍ୟୋତି ଗଟବନ୍ଧନ ଶୋଚନୀୟ ପରାଜୟ ବରଣ କରିବ । ଏଭଳି ବିପରୀତ ପରିସ୍ଥିତିରେ ବି ମହାଜ୍ୟୋତି ଗଟବନ୍ଧନ ମରଠାୱାଡାକୁ ଜିତି ନେଇଛି । ମହାଜ୍ୟୋତି ଗଟବନ୍ଧନ ପାଇଁ ସବୁଠାରୁ ଦୁର୍ବଳ ଅଂଚଳରେ ୪୬ ଆସନରୁ ୪୦ ଆସନ ଜିତିବାରେ ସଫଳ ହୋଇଛି ।
ନିର୍ବାଚନ ବିଜୟ ପଛରେ ସବୁଠାରୁ ବଡ କାହାଣୀ ହେଉଛି ସାମାଜିକ ସୁରକ୍ଷା । ମହାରାଷ୍ଟ୍ର ଜନତାଙ୍କୁ ମତଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ନାରା \”ଏକ ରହିବତ ସୁରକ୍ଷିତ ରହିବ\” ଓ ଯୋଗିଜୀଙ୍କ ନାରା \” ବଂଟେଙ୍ଗେ ତୋ କଟେଙ୍ଗେ\” ଅଧିକ ପ୍ରଭାବିତ କରିଛି । ଏହି ନାରାକୁ ଅଜିତ ପାୱାର ଦୃଢ ବିରୋଧ କରିଥିଲେ, ସେଥିପାଇଁ ମହାଜ୍ୟୋତି ଗଟବନ୍ଧନରେ ତାଙ୍କର ସଫଳତା ହାର ସବୁଠାରୁ କମ । ନିଜର ଆସନ ସଂଖ୍ୟା ୪୦ ରୁ ମାତ୍ର ଗୋଟିଏ ଆସନ ବୃଦ୍ଧି କରି ୪୧ପହଁଚିଛନ୍ତି । ସାମାଜିକ ସୁରକ୍ଷା ଠାରୁ ଚିରାଚରିତ ତୁଷ୍ଟୀକରଣ ଉପରେ ଅଧିକ ଭରସା କରିଥିଲେ ଅଜିତ ପାୱାର । ମହାରାଷ୍ଟ୍ରରେ ଏହି ନାରାର କୌଣସି ପ୍ରଭାବ ନାହିଁ ବୋଲି ସର୍ବସାଧାରଣରେ ମତବ୍ୟକ୍ତ କରିଥିଲେ । ଏହି ଜନପ୍ରିୟ ନାରାକୁ ନେଇ ଏକନାଥ ସିନ୍ଧେ ନିରବ ରହିଥିଲେ । ଏପରି କୁହାଯାଇପାରିବ ନିରବରେ ସମର୍ଥନ କରିଥିଲେ । ତାଙ୍କର ଆସନ ସଂଖ୍ୟା ୪୦ ରୁ ଆଗକୁ ବଢ଼ି ୫୭ ହୋଇଗଲା । ଅର୍ଥାତ ୧୭ ଆସନ ବୃଦ୍ଧି କରିବାରେ ତାଙ୍କ ଦଳ ସମର୍ଥ ହୋଇଗଲା । ତାଙ୍କୁ ଭଲ ଭାବରେ ଜଣାଥିଲା ମହାରାଷ୍ଟ୍ରରେ ସାମାଜିକ ସୁରକ୍ଷା ଅନ୍ୟାନ୍ୟ ବିଷୟ ଭିତରେ ସବୁଠାରୁ ମହତ୍ୱପୂର୍ଣ୍ଣ ବିଷୟ ।
ଦେବେନ୍ଦ୍ର ଫର୍ଣ୍ଣାବିଶ ତାଙ୍କ ଭାଷଣରେ ଏହି ନାରାକୁ ଜୋରଦାର ସମର୍ଥନ କରିଥିଲେ । ତାଙ୍କର ଆସନ ସଂଖ୍ୟା ୧୦୬ ରୁ ୧୩୨ ହୋଇଗଲା । ୧,୧୭ ଓ ୨୬ ଆସନ ବୃଦ୍ଧିର ଗଣିତ ଏହି ଜନପ୍ରିୟ ନାରା ଭିତରେ ଅଛି । ଏହି ନାରା ହରିୟାନା ନିର୍ବାଚନରେ ତାର ଯାଦୁ ଦେଖେଇ ସାରିଥିଲା । ଏବେ ମହାରାଷ୍ଟ୍ର ନିର୍ବାଚନରେ ପୁଣିଥରେ ନିଜର ଶକ୍ତିକୁ ପ୍ରମାଣିତ କରିଦେଲା । ପ୍ରଧାନମନ୍ତ୍ରୀ ତାଙ୍କର ଭାଜପା କାର୍ଯ୍ୟାଳୟରେ ଦେଇଥିବା ଭାଷଣରେ ମହାରାଷ୍ଟ୍ର ନିର୍ବାଚନରେ ଏହି ନାରାର ପ୍ରଭାବକୁ ଉଲ୍ଲେଖ କରିଛନ୍ତି ।
କଂଗ୍ରେସ ଗଟବନ୍ଧନ ଲୋକସଭା ନିର୍ବାଚନରେ ଧରିଥିବା ପୁରୁଣା ଅସ୍ତ୍ର ସମ୍ବିଧାନ ବଂଚାଅ ଓ ସରଂକ୍ଷଣ ବଂଚାଅ ନାରାରେ ସୀମିତ ରହିଗଲା । ରାହୁଲ ଗାନ୍ଧୀ ସମ୍ବିଧାନର ଖାଲି କପି ଧରି ମଂଚରେ ଭାଷଣ ଦେବା ପାଇଁ ବାହାରି ପଡିଲେ । ତାଙ୍କ ଭାଷଣରେ ସାମାଜିକ ସୁରକ୍ଷା ସ୍ଥାନ ପାଇପାରିଲା ନାହିଁ । ଅନ୍ୟ ଦିଗରେ କଂଗ୍ରେସ ଦଳ ମୋଦି ଓ ଯୋଗୀଙ୍କ ସାମାଜିକ ସୁରକ୍ଷାର ନାରାକୁ ସମାଲୋଚନା କରିବା ଆରମ୍ଭ କଲା । ଜାତି ଜନଗଣନା ଓ ସାମାଜିକ ବିଭାଜନ ନିର୍ବାଚନ ଭାଷଣରେ ସ୍ଥାନ ପାଇଲା । ଏପରି ପରିବେଶ ଭିତରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କ ଅତୀତରେ ଦିଆଯାଇଥିବା ଭାଷଣ ଲୋକଙ୍କ ଭିତରେ ଅଧିକ ସଚେତନତା ଆଣିଦେଲା । ପୂର୍ବରୁ ତାଙ୍କ ଭାଷଣରେ ସେ କହିଥିଲେ ଯେ ରଜାକାର ମାନେ ତାଙ୍କ ବାପା ଓ ଭଉଣୀଙ୍କୁ ନିର୍ମମ ହତ୍ୟା କରିଛନ୍ତି । ଦେଶ ବିଭାଜନ ପରେ ହାଇଦ୍ରାବାଦ ମିଶ୍ରଣ ସମୟରେ ନିଜାମଙ୍କ ମୁସଲିମ ସେନା(ରଜାକାର)ହିନ୍ଦୁଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲେ । ସେହି ଅତ୍ୟାଚାର ଭିତରେ ତାଙ୍କ ପରିବାରର ହତ୍ୟା ହୋଇଯାଇଥିଲା । ତାଙ୍କ ପରିବାରର ସଂଘର୍ଷ ଓ ଅସୁରକ୍ଷିତ ଅବସ୍ଥାର ଲୋମହର୍ଷଣକାରୀ ଭାଷଣ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଲା । ଖଡଗେଙ୍କ ମୁହଁରେ ଅସୁରକ୍ଷିତ ସମାଜର କାହାଣୀ କଂଗ୍ରେସକୁ ପଛକୁ ଠେଲି ଦେଲା । ନିଜ ଚକ୍ରବ୍ୟୁହରେ କଂଗ୍ରେସ ନିଜେ ଫସିଗଲା । କଂଗ୍ରେସ ସପକ୍ଷ ପବନ ଦିଗ ବଦଳେଇ ଦଳ ବିରୋଧୀ ହାୱା ରେ ପରିଣତ ହୋଇଗଲା । ଯେଉଁଥିପାଇଁ କଂଗ୍ରେସ ୧୦୧ ଆସନରେ ନିର୍ବାଚନ ଲଢି ୧୬ଟି ଆସନରେ ସିମିତ ରହିଗଲା । ବିଗତ ନିର୍ବାଚନରେ ୪୩ ଆସନ ଜିତିଥିବା କଂଗ୍ରେସ ଦଳ ୨୭ଟି ଆସନ ହାରି ବିପର୍ଯ୍ୟୟର ସମ୍ମୁଖିନ ହେଲା ।
ସାମାଜିକ ସୁରକ୍ଷା ଭଳି ମହତ୍ୱପୂର୍ଣ୍ଣ କାରଣ ସହ ଅନ୍ୟ କିଛି କାରଣ ମଧ୍ୟ୍ୟ ମିଶିଗଲା । ମହିଳାମାନଙ୍କୁ ୨୧୦୦ ଟଙ୍କା ମାସିକ ଦେବା ପାଇଁ ଘୋଷଣା ପତ୍ରରେ ପ୍ରତିଶୃତି ମହାଜ୍ୟୋତି ଗଟବନ୍ଧନ ତରଫରୁ ଦିଆଯାଇଥିଲା । ମରାଠୀ ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ଛୋଟ ଛୋଟ ଜାତି ସହ ସିଧା ସଳଖ ସମ୍ପର୍କ କରାଯାଇଥିଲା । ସାମାଜିକ ସଚେତନତା କାରଣରୁ ମତଦାନ ହାର ୬୧% ରୁ ୬୬% କୁ ବୃଦ୍ଧି ହୋଇଗଲା । ଦଳିତ ମତଦାତାଙ୍କୁ ମୁସଲିମ ଓ ସିକୁଲାର ନେତାଙ୍କ ଠାରୁ ମୁକୁଳେଇବା ପାଇଁ ସଘନ ପ୍ରୟାସ ବିଜୟକୁ ଅଧିକ ସରଳ କରିଦେଲା । ସେମାନଙ୍କୁ ମହାଜ୍ୟୋତି ଗଟବନ୍ଧନ ବୁଝେଇବାରେ ସଫଳ ହେଲାଯେ ହିନ୍ଦୁ ଏକ ରହିଲେ ସୁରକ୍ଷିତ ରହିବେ । ଭୀମ ମିମ ଭାଇ ଭାଇ ନାରା ଏଥର ନିର୍ବାଚନରେ ପ୍ରଭାବି ହୋଇ ପାରିଲା ନାହିଁ । ସ୍ଥାନୀୟ ଅଂଚଳରେ ସାମାଜିକ ସୁରକ୍ଷା ଓ ମହାରାଷ୍ଟ୍ରର ସୁରକ୍ଷା ଗଟବନ୍ଧନ ପାଇଁ ଚଳିତ ନିର୍ବାଚନରେ ଅମୋଘ ଅସ୍ତ୍ର ଭାବରେ କାମ ଦେଲା ।
ସବୁଜନଗର, ମଠସାହି, ଭଦ୍ରକ
ମୋ-୯୪୩୭୦୧୭୮୫୭

Leave a Reply