ଅତୀତରେ ଆମ ଦେଶ ସମୃଦ୍ଧ ହୋଇଛି ଏବଂ ସମାଜର ଶକ୍ତି ସହିତ ଭବିଷ୍ୟତରେ ମଧ୍ୟ ସମୃଦ୍ଧ ହେବ


ପିଥୋରାଗଡ; ଅତୀତରେ ଆମ ଦେଶ ସମୃଦ୍ଧ ହୋଇଛି ଏବଂ ଭବିଷ୍ୟତରେ ମଧ୍ୟ ଆମ ସମାଜର ଶକ୍ତି ଏହିପରି ହେବ । ସମାଜ ହିଁ ଆମକୁ ଏକ ଉଦ୍ଦେଶ୍ୟମୂଳକ ଜୀବନଯାପନ କରିବାକୁ ଶିକ୍ଷା ଦିଏ। ” “ଉତରାଖଣ୍ଡ ହେଉଛି ଏକ ତପଭୂମି, ଯେଉଁଠାରେ ବର୍ଷସାରା ହଜାର ହଜାର ଋଷି ତପସ୍ୟା କରନ୍ତି, କିନ୍ତୁ ସେମାନଙ୍କ ତପସ୍ୟାର ଫଳ ସବୁବେଳେ ସେମାନଙ୍କ ଆଖପାଖରେ ରହୁଥିବା ଅନ୍ୟ ଲୋକଙ୍କୁ ଜ୍ଞାନ ପ୍ରଦାନ କରିଥାଏ।”ବୋଲି ରାଷ୍ଟ୍ରୀୟ ସ୍ୱୟସେବକ ସଂଘର ପରମ ପୂଜନୀୟ ସରସଂଘଚାଳକ ଡ.ମୋହନ ଭାଗବତ ପ୍ରକାଶ କରିଛନ୍ତି ।
ଉତରାଖଣ୍ଡ ସୀମାନ୍ତ ଅଂଚଳ ମୁଆନିି ଶେର ସିଂ କାର୍କି ସରସ୍ୱତୀ ବିହାର ବିଦ୍ୟାଳୟର ନବ ନିର୍ମିତ ଭବନକୁ ନଭେମ୍ବର ୧୭ ତାରିଖ ଦିନ ସ୍ଥାନୀୟ ଜନତାକୁ ସମର୍ପିତ କରି ଏହି ବିଷୟ ପ୍ରକାଶ କରିଛନ୍ତି । ଉଦ୍ଘାଟନୀ କାର୍ଯ୍ୟକ୍ରମ ଅବସରରେ ସରସଙ୍ଗଚାଳକ ଜୀ ଏକ ଚନ୍ଦନ ଚାରା ରୋପଣ କରିଥିଲେ। ସୀମାନ୍ତ ଜନଜାତି ସମୁଦାୟ ପାରମ୍ପରିକ ରୀତିରେ ସରସଂଘଚାଳକଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଡ. ଭାଗବତ କହିଛନ୍ତି ଯେ, ସାଧାରଣ ଲୋକଙ୍କ ଉନ୍ନତି ପାଇଁ ଶିକ୍ଷା ଶିଖିବା ଏବଂ ବ୍ୟବହାର କରାଯିବା ଉଚିତ । ଦୁନିଆର ଯେକୌଣସି ସରକାର ଯୁବକମାନଙ୍କୁ କେବଳ ୧୦ ପ୍ରତିଶତ ଚାକିରି ଯୋଗାଇ ପାରିବେ, ବାକି ଚାକିରି ଏବଂ ବ୍ୟବସାୟ ସମାଜର ଶକ୍ତି ଏବଂ ଶିଖାଯାଇଥିବା କୌଶଳ ବ୍ୟବହାର କରି ସୃଷ୍ଟି ହୋଇପାରିବ ।

Leave a Reply

Your email address will not be published. Required fields are marked *