Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୩ ମହିଳା ନକ୍ସଲ ନିହତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୩ ମହିଳା ନକ୍ସଲ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଓ କାଙ୍କେର ସୀମାବର୍ତ୍ତୀ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ଜଣ ମହିଳା ମାଓବାଦୀ ନିହତ ହୋଇଛନ୍ତି । ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିଲା । ମୃତ ୩ ନକ୍ସଲ ହେଲେ ଲକ୍ଷ୍ମୀ, ସବିତା ଓ ଶାନ୍ତି । ସେମାନଙ୍କ ଘର କାଲିମେଳା ଟେକଗୁଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି । ଲକ୍ଷ୍ମୀ ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଅନ୍ୟ ଦୁଇଜଣଙ୍କ ନାମରେ ୫ ଲକ୍ଷ ଲେଖାଏଁ ପୁରସ୍କାର ସରକାର ଘୋଷଣା କରିଥିଲେ । ସେମାନଙ୍କଠାରୁ ୩ଟି ବନ୍ଧୁକ ଓ ବିସ୍ଫୋରକ ଜବତ କରାଯାଇଛି ।

Leave a Reply