ବିଶ୍ୱ ହିନ୍ଦୁ ପରିଷଦ ୬୦ତମ ସ୍ଥାପନ ଦିବସ ପାଳିତ

କଣାସ : କଣାସ ବ୍ଲକ କଣାସ ଗ୍ରାମପଞ୍ଚାୟତରେ ପ୍ରତିଷ୍ଠିତ କଣାସ ବଡମଠ ପରିସରରେ ବିଶ୍ୱ ହିନ୍ଦୁ ପରିଷଦ କଣାସ ପ୍ରଖଣ୍ଡ ପକ୍ଷରୁ ବିଶ୍ୱ ହିନ୍ଦୁ ପରିଷଦର ୬୦ତମ୍ ବାର୍ଷିକ ସ୍ଥାପନ ଦିବସ ଓ ଲକ୍ଷ୍ମଣାନନ୍ଦ ଶରସ୍ୱତୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ବିଶ୍ୱହିନ୍ଦୁ ପରିଷଦ ପୁରୀ ଜିଲ୍ଲା ସଭାପତି ରାଜେନ୍ଦ୍ର ପ୍ରସାଦ ମହାନ୍ତି ଯୋଗଦେଇ ଥିବା ବେଳେ ମୁଖ୍ୟଅତିଥି ଭାବେ କଣାସ ଥାନା ଆଇ.ଆଇ.ସି ରାକେଶ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ପୂର୍ବପ୍ରାନ୍ତ ସଂଗଠନର ମନ୍ତ୍ରୀ ଶରତ କୁମାର ପ୍ରଧାନ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବପ୍ରାପ୍ତ ବଜରଙ୍ଗ ସହସଂଯୋଜକ ପ୍ରଭାତ ତ୍ରିପାଠୀ, ଗୌରାଙ୍ଗ ଚରଣ ପଣ୍ଡା, ହିନ୍ଦୁ ବିଶ୍ୱ ପରିଷଦ କଣାସ ପ୍ରଖଣ୍ଡ ସଭାପତି ଲକ୍ଷ୍ମୀଧର ପାଇକରାୟ, କଣାସ ବଡମଠ ମହନ୍ତ ପୂର୍ଣ୍ଣଚନ୍ଦ୍ର ଦାସ ମହାରାଜ, ବରଣୁ କୁମାର ପ୍ରଧାନ, କୃଷ୍ଣଚନ୍ଦ୍ର ଜଗଦେବ, ମାର୍ଗର୍ଦଶକ କଣାସ ପ୍ରଖଣ୍ଡ ଯୁଧିଷ୍ଠିର ସାମନ୍ତରାୟ, ଶିକ୍ଷାବିତ୍ ବିଭୂତି ଭୂଷଣ ପଟ୍ଟନାୟକ, ଶିକ୍ଷାବିତ୍ ରାମଚନ୍ଦ୍ର ସାମନ୍ତରାୟ, ସଂପାଦକ କଣାସ ପ୍ରଖଣ୍ଡ ସୁଶାନ୍ତ କୁମାର ମହାପାତ୍ର, ପୁରୀ ଜିଲ୍ଲା ମାତୃବାହିନୀ ସଂଯୋଜିକା ମେନକା ପ୍ରଧାନ, କଣାସ ପ୍ରଖଣ୍ଡ ଉପସଭାପତି ମିନାକ୍ଷୀ ଜୟସିଂହ, ପ୍ରଶାନ୍ତ କୁମାର ସୁନ୍ଦାରୟ, ଲିଙ୍ଗରାଜ ପ୍ରଧାନ, ବିନୋଦ କୁମାର ବେହେରା, ପ୍ରମୋଦ କୁମାର ସାମନ୍ତରାୟ, ହରେକୃଷ୍ଣ ପରିଡା, କଣାସ ସରପଞ୍ଚ ଭଗବାନ ସୁବୁଦ୍ଧି, ପୁରୀ ଜିଲ୍ଲା ଦୁର୍ଗାବାହିନୀ ସଭାପତି ସନ୍ଧ୍ୟାରାଣୀ ସାମନ୍ତରାୟ ପ୍ରମୁଖ ଯୋଗଦେଇ ବିଶ୍ୱହିନ୍ଦୁ ପରିଷଦ ଗଠନର ଉଦେ୍ଦଶ୍ୟ, ହିନ୍ଦୁମାନଙ୍କ ମଧ୍ୟରେ ଜାଗ୍ରତ ସୃଷ୍ଟି କରିବା, ପ୍ରତ୍ୟେକ ହିନ୍ଦୁ ପରିବାର ଭାଗବତ, ଗୀତା ଅଧ୍ୟୟନ କରିବା ସଂପର୍କରେ ସୂଚନା ଦେଇଥିଲେ । ଗୀତା ଆବୃତି ଓ କୃଷ୍ଣ ବେଶ ଧାରୀ ଛୋଟଛୋଟ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଇ ସେମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ସ୍ମୃତିରଂଜନ ବାରିକ, ଜ୍ୟୋତିରଂଜନ ସାମନ୍ତରାୟ, ବଳରାମ ପ୍ରଧାନ, ଲିଙ୍ଗରାଜ ପ୍ରଧାନ, କୃତିବାସ ମହାରଣା ପ୍ରମୁଖ କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ ।

Leave a Reply

Your email address will not be published. Required fields are marked *