ପ୍ରଜ୍ଞା ପ୍ରବାହର ବୁଦ୍ଧିଜୀବୀ ସମ୍ମିଳନୀ

ରାଉରକେଲା: ସ୍ଥାନୀୟ ସେକ୍ଟର-୨୦ ସ୍ଥିତ ରାଉରକେଲା କ୍ଳବ୍ ସହ ସଂଯୋଜକ କୃଷ୍ଣ କୁମାର ଜୟସ୍ୱାଲ ଏବଂ ମହାନଗର ସଂଘଚାଳକ ପ୍ରଭାତ ସାହୁଙ୍କ ସଭାପତିତ୍ୱରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ‘ସ୍ୱାଧୀନତାରୁ ସ୍ୱତନ୍ତ୍ରତା ପର୍ଯ୍ୟନ୍ତ’ ଶୀର୍ଷକ ଯୁକ୍ତ ଏହି ଆଲୋଚନାଚକ୍ରରେ ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ମୁଖ୍ୟ ଅତିଥି, ପ୍ରଜ୍ଞା ପ୍ରବାହର ଅଖିଳ ଭାରତୀୟ ସଂଯୋଜକ ତଥା ଏନ୍‌. ଆଇ. ଟି. ଭୋପାଳର ଅବସରପ୍ରାପ୍ତ ପ୍ରଫେସର ଡ. ସଦାନନ୍ଦ ସାପ୍ରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମିଳନୀରେ ସ୍ୱାଗତ ଭାଷଣ ରଖିଥିଲେ ଏନ୍‌.ଆଇ.ଟି. ରାଉରକେଲାର ପ୍ରଫେସର ଡ. ସୁବ୍ରତ ମାଇତି । ମୁଖ୍ୟବକ୍ତା ଡ. ସାପ୍ରେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଭାରତ ବର୍ଷରେ ଅନେକ ପ୍ରଭାବୀ ପୁସ୍ତକ ଅଛି ଯାହାକୁ ପଢ଼ିଲେ ଛାତ୍ର ଛାତ୍ରୀମାନେ ପ୍ରେରଣା ପାଇଥାନ୍ତି । ଏହି ଭଳି ପୁସ୍ତକକୁ ଆମକୁ ଖୋଜିବାକୁ ପଡ଼ିବ । ଭାରତ ଏକ ବିକାଶ ଶୀଳ ରାଷ୍ଟ୍ର । ଏହି ବିକାଶରେ ଆମର ସଂପୃକ୍ତି ରହିବା ଦରକାର । ବଡ ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ଅହଂକାର ପରିତ୍ୟାଗ କରିବାକୁ ପଡିବ । ମୁଖ୍ୟ ଅତିଥି ଡ. ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ ‘ପ୍ରଜ୍ଞା ପ୍ରବାହ’ ଶିକ୍ଷାବିତ ଏବଂ ପ୍ରବୁଦ୍ଧମାନଙ୍କର ଏକ ମଞ୍ଚ । ପାଶ୍ଚାତ୍ୟ ଶିକ୍ଷା ବ୍ୟତୀତ ଭାରତବର୍ଷର ଆଧ୍ୟାତ୍ମିକ, ସଂସ୍କୃତି, ପରମ୍ପରା ଓ ଭାରତୀୟ ପୁସ୍ତକକୁ ଅଧିକ ଅଧ୍ୟୟନର ଆବଶ୍ୟକତା ସହ ସ୍ୱଧ୍ୟାୟ ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସଂଗୀତ ଆଚାର୍ଯ୍ୟ ଶ୍ୟାମସୁନ୍ଦର ସେଠୀ ଗାନ କରିଥିଲେ । ବିବେକାନନ୍ଦ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରଫେସର ଶୁଭଜିତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ରାଉରକେଲା କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା, ପ୍ରାଧ୍ୟାପକ ମନୋଜ କୁମାର ଦଳେଇ, ଜିତେନ୍ଦ୍ର ଡାକୁଆ, ବ୍ରଜେନ୍ଦ୍ର ଦାଶ, ଅଶୋକ ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ମରୁମୟୀ ମହାନ୍ତି, ସ୍ୱପ୍ନାମୟୀ ହୋତା, ଶଶାଙ୍କ ପାଢ଼ୀ ପ୍ରଭୃତି ରାଉରକେଲାର ବିବିଧ କ୍ଷେତ୍ରରେ କାର୍ଯ୍ୟରତ ଶତାଧିକ ବିଶିଷ୍ଟ ବୁଦ୍ଧିଜୀବୀ ଏବଂ ପ୍ରଜ୍ଞା ପ୍ରବାହର ଡ. ଆନନ୍ଦ ପାଣ୍ଡେ, ଅରବିନ୍ଦ ଦାସ ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ପ୍ରଫେସର ଦିଲ୍ଲୀପ ପ୍ରଧାନ, ପ୍ରଫେସର ଉପେନ୍ଦ୍ର ସାହୁ, ଦିଲ୍ଲୀପ ପତି, ପେଦିନା ଶିବ କ୍ରିଷ୍ଣନ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *