Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସାମୂହିକ ଆଚାର୍ଯ୍ୟ କର୍ମଶାଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସାମୂହିକ ଆଚାର୍ଯ୍ୟ କର୍ମଶାଳା

କଟକ ସଦର: କଟକ ସଦର ବ୍ଲକ୍ ଅନ୍ତର୍ଗତ ଗତିରାଉତପାଟଣାସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିର କେଶବଧାମଠାରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟଶାଳାର ଉଦ୍‌ଘାଟନୀ ସତ୍ରରେ ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡ଼ିଶାର ସଭାପତି ଡଃ କିଶୋର ଚନ୍ଦ୍ର ମହାନ୍ତି ଯୋଗଦେଇ କାର୍ଯ୍ୟଶାଳାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ମୁଖ୍ୟଅତିଥି ଭାବେ ବିଦ୍ୟାମନ୍ଦିର ପରିଚାଳନା ସମିତିର ସଭାପତି ହେମେନ୍ଦ୍ର ନାରାୟଣ ଦାଶ, ସମ୍ମାନୀତ ଅତିଥି ଭାବେ କୋଷାଧ୍ୟକ୍ଷା ଇନ୍ଦୁମତୀ ଦାଶ ଯୋଗଦେଇଥିଲେ । ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଡଃ ସନ୍ତୋଷ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତୁଳସୀପୁର କଟକର +୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ହୃଷିକେଶ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟଶାଳାରେ ତୁଳସୀପୁର କଟକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେଶବଧାମର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଏବଂ ଆଚାର୍ଯ୍ୟାଗଣ ଉପସ୍ଥିତ ରହିଥିଲେ । ମୁଖ୍ୟ ବକ୍ତା ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କର ଲକ୍ଷ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଅପରାହ୍ନରେ ବିଶିଷ୍ଟ ପ୍ରବଚକ ଚନ୍ମୟାନନ୍ଦ ଶତପଥୀ ରାମ ଚରିତ ଉପରେ ପ୍ରବଚନ ପ୍ରଦାନ କରିଥିଲେ ।

Leave a Reply