Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୁଖ୍ୟମନ୍ତ୍ରୀଙ୍କ ନାଁରେ ଫେକ୍ ଏକ୍ସ ଆକାଉଣ୍ଟସ୍ପଷ୍ଟୀକରଣ ରଖିଲା ଲୋକ ସମ୍ପର୍କ ବିଭାଗ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ନାଁରେ ଫେକ୍ ଏକ୍ସ ଆକାଉଣ୍ଟସ୍ପଷ୍ଟୀକରଣ ରଖିଲା ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ନାଁରେ ଫେକ୍ ‘ଏକ୍ସ’ ଆକାଉଣ୍ଟ ଖୋଲିଛି ।ସେହି ଆକାଉଣ୍ଟରେ ଫେକ୍ ନ୍ୟୁଜ୍ ପୋଷ୍ଟ ହେଉଛି ।ଗୁରୁବାର ଦିନ ୫- ଟି ଓ ମୋ ସରକାରକୁ ନେଇ ଏକଫେକ୍ ନ୍ୟୁଜ ପୋଷ୍ଟ ହୋଇଥିଲା । ଏହା ଉପରେ ସ୍ପଷ୍ଟୀକରଣଦେଇଛି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଏଥିସହଫେକ୍ ଓ ପ୍ରକୃତ ଆଇଡିର ହୋମ୍ ପେଜ୍ ପୋଷ୍ଟ କରିଛିବିଭାଗ । ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୋଷ୍ଟକରିଥିବା ପେଜରୁ ଦେଖିବାକୁ ମିଳିଛି ଦୁଇଟି(ଫେକ୍ ଓ ପ୍ରକୃତ)ର ମାଷ୍ଟହେଡ୍ ସମାନରହିଥିଲା ବେଳେ ଫେକ୍ ଆକାଉଣ୍ଟ ଅଜ୍ଞକ୍ଟଷବଦ୍ଭଜ୍ଞବହଷସପଈଔଚ ଲେଖାଯାଇଛି ।ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ‘ଏକ୍ସ’ ଆକାଉଣ୍ଟ ହେଉଛି ଅଗକ୍ଟଷବଦ୍ଭଗକ୍ଟୟସଗ୍ଦଷବ ।ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଫେସ୍‌ବୁକ୍ ଆକାଉଣ୍ଟ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଲବମରଭକ୍ଟକ୍ଟଳ.ମକ୍ଟଜ୍ଞ/ଗକ୍ଟଷବଦ୍ଭଗଙୟସଗ୍ଦଷବ ରହିଥିବା ବେଳେ ଇନଷ୍ଟାଗ୍ରାମ ଆକାଉଣ୍ଟ ରହିଛିଓଦ୍ଭଗ୍ଦଗ୍ଧବଶକ୍ସବଜ୍ଞ ଷଗ୍ଧଗ୍ଧକ୍ଟ୍ରଗ୍ଦ://ସଦ୍ଭଗ୍ଦଗ୍ଧବଶକ୍ସବଜ୍ଞ.ମକ୍ଟଜ୍ଞ/ଜ୍ଞକ୍ଟଷବଦ୍ଭଜ୍ଞକ୍ଟୟସଗ୍ଦଷବ/ରହିଛି । ସୂଚନାଯୋଗ୍ୟ ଯେ ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଫେକ୍ ଏକ୍ସ ଆକାଉଣ୍ଟରେ୫-ଟି ଓ ମୋ ସରକାର ହଟାଗଲା ବୋଲି ଲେଖାଯାଇଥିଲା । ଏହା ପରେ ବିଭିନ୍ନଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା । ଏହା ପରେ ନାନା ଚର୍ଚ୍ଚା ଆରମ୍ଭହୋଇଥିଲା । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ଓଡ଼ିଶାସରକାର । ୫-ଟି ଓ ମୋ ସରକାର ସମ୍ପର୍କିତ ଖବର ପ୍ରକାଶ ପାଇଥିବା ଏକ୍ସ ଆକାଉଣ୍ଟଟିମୁଖ୍ୟମନ୍ତ୍ରୀଙ୍କର ନୁହେଁ ବୋଲି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ପଷ୍ଟ କରିଥିଲା ।

Leave a Reply