ଜାମ୍ମୁକାଶ୍ମୀର ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ବଜରଙ୍ଗ ଦଳର ବିକ୍ଷୋଭ ଓ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ

ବାଲେଶ୍ୱର : ଗତ ଜୁନ ୯ ତାରିଖ ଜାମ୍ମୁକାଶ୍ମୀର ର ବୈଷ୍ଣବ ଦେବୀ କଟାର ରୁ ଶିବଖୋଡ଼ି ତୀର୍ଥଯାତ୍ରୀ ଯିବା ବେଳେ ରୀୟାସୀ ଠାରେ ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।ଏହି ଆକ୍ରମଣରେ ୧୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।ଏହି ଘଟଣାକୁ ବଜରଙ୍ଗ ଦଳ ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଉକ୍ତ ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗୁରୁବାର ପୂର୍ବାହ୍ନ ରେ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *