Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୋଷାଗୁମୁଡ଼ା ବ୍ଲକର ସମସ୍ତ ୨୬ ଗୋଟି ପଞ୍ଚାୟତର ସମସ୍ତ ଗ୍ରାମ ଘରେ ଘରେ ମଧ୍ୟରେ ଅକ୍ଷତ ଚାଉଳବଣ୍ଟନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୋଷାଗୁମୁଡ଼ା ବ୍ଲକର ସମସ୍ତ ୨୬ ଗୋଟି ପଞ୍ଚାୟତର ସମସ୍ତ ଗ୍ରାମ ଘରେ ଘରେ ମଧ୍ୟରେ ଅକ୍ଷତ ଚାଉଳବଣ୍ଟନ

ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ର କୋଷାଗୁମୁଡ଼ା,(ଭାସ୍କର ନ୍ୟୁଜ୍‌): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଗୁରବାର ସଦର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ନିମନ୍ତ୍ରଣ ପତ୍ର ଓ ଅକ୍ଷତ ଚାଉଳକୁ ବ୍ଲକର ସମସ୍ତ ୨୬ ଗୋଟି ପଞ୍ଚାୟତର ସମସ୍ତ ଗ୍ରାମ ଘରେ ଘରେ ମଧ୍ୟରେ ବଣ୍ଟନ ନିମନ୍ତେ ପ୍ରଦାନ କରାଯାଇଛି । ଏହି ଅବସରରେ ବ୍ଲକ ର ସମସ୍ତ ପଞ୍ଚାୟତରୁ ଦୁଇ ସହରୁ ଉର୍ଦ୍ଧ୍ୱ ଅଞ୍ଚଳ ବାସୀ ଉପସ୍ଥିତ ରହି ଭଜନ କୀର୍ତ୍ତନ କରିଥିଲେ । ଜାନୁଆରୀ ୧ ତାରିଖ ଠାରୁ ୧୫ ତାରିଖ ସୁଦ୍ଧା ଏହି ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ର ଓ ଅକ୍ଷତ ଚାଉଳ ପ୍ରତେକ ଘରେ ପହଁଞ୍ଚିବା ସହ ଜାନୁଆରୀ ୨୨ ରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ଘରେ ପାଞ୍ଚ ଗୋଟି ଦୀପ ପ୍ରଜ୍ୱଳନ କରିବା ସହ ପ୍ରତ୍ୟେକ ଗ୍ରାମରେ ମନ୍ଦିର ପ୍ରାଙ୍ଗଣରେ ଭଜନ, ନାମଯଜ୍ଞ, କୀର୍ତ୍ତନ ଆଦି କାର୍ଯ୍ୟ କ୍ରମ କରି ଏକ ଭକ୍ତିମୟ ବାତାବରଣ ଓ ପରିବେଶ ସୃଷ୍ଟି କରିବା ପାଇଁ ଚେଷ୍ଟା କରିବାକୁ ହେବ ବୋଲି ଆଲୋଚନା କରାଯାଇଥିଲା । ଆଗାମୀ ଏକ ତାରିଖ ଦିନ କୋଷାଗୁମୁଡ଼ା ପଞ୍ଚାୟତର ସମସ୍ତ ଗ୍ରାମ ମୁଖ୍ୟ ମନ୍ଦିର ମାନଙ୍କରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ର ଓ ଅକ୍ଷତ ଚାଉଳ ଗ୍ରାମରେ ବିତରଣ ବ୍ୟବସ୍ଥା କରାଯାଇଛି ।

Leave a Reply