ଅଯୋଧ୍ୟା ଅକ୍ଷତ କଳସକୁ ବନ୍ତରେ ସ୍ୱାଗତ

ଭଦ୍ରକ: ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଭଦ୍ରକରୁ ଆସିଥିବା ଅକ୍ଷତ କଳସକୁ ବୁଧବାର ବନ୍ତ ଅଞ୍ଚଳରେ ସ୍ୱାଗତ କରାଯାଇଛି । ଏଠାରେ ସୁସଜ୍ଜିତ ଗାଡ଼ି ପହଞ୍ôଚବା ପରେ ଶୋଭାଯାତ୍ରାରେ ଅଣାଯାଇ ନୃସିଂହନାଥ ମନ୍ଦିରରେ ରଖାଯାଇଥିଲା । ବିଭିନ୍ନ ହିନ୍ଦୁ ସଂଗଠନର ଗୋବିନ୍ଦ ରାଉତ, ରୋହିତ ଜେନା, ଖଗେଶ୍ୱର ବେହେରା, ସୁଧାଂଶୁ ନାୟକ, ବଦ୍ରିନାରାୟଣ ଧଳ, ପଞ୍ଚାନନ ରାଉତ, କମଳାକାନ୍ତ ସାହୁ ପ୍ରମୁଖ ଶୋଭାଯାତ୍ରାରେ ନେତୃତ୍ୱ ନେଇଥିବା ବେଳେ ଆଗାମୀ ଦିନରେ ଏହି ଅକ୍ଷତକୁ ଘରେ ଘରେ ପହଞ୍ଚାଯିବ ବୋଲି କହିଥିଲେ । ସେହିପରି ଏହି ରଥକୁ ବନ୍ତରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଖଣ୍ଡ ସଂଯୋଜକ ସୁବାଷ ଚନ୍ଦ୍ର ସାହୁ, ଅଶୋକ ପରିଡ଼ା, ଗୋପାଳ କୃଷ୍ଣ ଦାଶ, ଶିବାନନ୍ଦ ଦାସ ଅଧିକାରୀ, ଅମୁଲ୍ୟ ରତ୍ନ ନନ୍ଦ, ଦିଲ୍ଲିପ ଦାସ, ନରୋତ୍ତମ ଦାସ, ରାମଚନ୍ଦ୍ର ମହାପାତ୍ର ପ୍ରମୁଖ ଏକ ସଂକିର୍ତ୍ତନ ମାଧ୍ୟମରେ ଆଣି ପୁରୁଷଣ୍ଢ, ନରାଜପୁର, ଆଗରପଡ଼ା ମୁଖ୍ୟ ବଜାର ହୋଇ ତ୍ରିସାଲିଆ ସ୍ଥିତ ରଘୁନାଥ ମନ୍ଦିରରେ ପହଞ୍ôଚଥିଲା । ଏହି ରଥକୁ ବିଭିନ୍ନ ସ୍ଥାନରେ ଶଂଙ୍ଖ ହୁଳ ହୋଳି ମାଧ୍ୟମରେ ସ୍ୱାଗତ କରାଯାଇଥିଲା । ପରେ ଏହି ରଥ କାଦବରାଙ୍ଗ ଅଭିମୁଖେ ବାହାରିଥିଲା ।

Leave a Reply

Your email address will not be published. Required fields are marked *