ଟିଟିଲାଗଡ଼ ନଗର ଏବଂ ପଞ୍ଚାୟତ ମାନଙ୍କରେ ଅକ୍ଷତ କଳସ ପରିଭ୍ରମଣ ଓ ହୋମ ଯଜ୍ଞ


ଟିଟିଲାଗଡ଼: ଶ୍ରୀରାମ ଜନ୍ମଭୁମୀ ଅଯୋଧ୍ୟାରୁ ଆସି ସ୍ଥନୀୟ ଜଗନ୍ନାଥ ମନ୍ଦିର ଏବଂ ପଦ୍ମନାଭପୁର ସ୍ଥିତ ଶ୍ରୀ ରାମ ମନ୍ଦିରରେ ସ୍ଥାପିତ ଅକ୍ଷତ କଳସ ପରିଭ୍ରମଣ ପାଇଁ ଟିଟିଲାଗଡ଼ ନଗର ଏବଂ ପଞ୍ଚାୟତ ମାନଙ୍କୁ ହୋମ ଯଜ୍ଞ ସହ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତର ଧର୍ମାଚାର୍ଯ୍‌ଯ ସମ୍ପର୍କ ପ୍ରମୁଖ ପୂଜ୍ୟ ବାବା ସୁଦର୍ଶନ ଦାସ, ଟିକେଲାଲ ବେହେରା, ଚିତ୍ତରଞ୍ଜନ ସାହୁ, ଦିଲ୍ଲୀପ ସାହୁ, ସ୍ୱପ୍ନେଶ୍ୱର ମହାକୁଡ଼, ନିରାକାର ଭୋଇ, ରାଜେଶ ବାବୁ, ହରେକୃଷ୍ଣ ରଣା , ନନ୍ଦ ମହଲା, କ୍ଷୀରସିନ୍ଧୁ ସାହୁ, ସନ୍ଧ୍ୟାଦର୍ଶନ ମହାପାତ୍ର, ଲାଲଦେଓ ଗୁପ୍ତା, ଅନ୍ୱେଷ କର୍ମୀ, ହନୁମାନ ବୀର କର୍ଣ୍ଣ , ବିଶ୍ୱନାଥ ସାହୁ , ମୁନା ସାହୁ, ବଂଶୀଧର ସାହୁ, କୃଷ୍ଣଚନ୍ଦ୍ର ସାହୁ, ଗୋପାଳ ସାହୁ, ଅଶୋକ ବଗର୍ତ୍ତି, ହିମାନ ପୁଟେଲ, ରାଘବ ରଣା, ବୁଲା ଶତପଥି, ଟାରଜନ ରଣା, ବସନ୍ତ ବଗର୍ତ୍ତି, ଭିକାରୀ କବାଟ ଏବଂ ଅଞ୍ଚଳର ଅନେକ ଭକ୍ତ ଗଣଙ୍କ ଉପସ୍ଥିତ ଥିଲେ କ୍ଷ ଆସନ୍ତା ଜାନୁୟାରୀ ୧ତାରିଖରୁ ଜାନୁୟାରୀ ୧୫ ତାରିଖ ମଧ୍ୟରେ ପ୍ରତ୍ୟେକ ପରିବାର ନିକଟରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନିମନ୍ତ୍ରଣ ପତ୍ର ସହିତ ଅକ୍ଷତ ପହଞ୍ଚିବ ବୋଲି ବିଶ୍ୱ ହିନ୍ଦୁ ପରିଷଦ ଏବଂ ସଂଘ ପରିବାର ପକ୍ଷରୁ ସୂଚନା ମିଳିଛି । ଜାନୁୟାରୀ ୨୨ ତାରିଖ ଦିନ ଅଯୋଧ୍ୟା ରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରତ୍ୟେକ ଗ୍ରାମ ଏବଂ ନଗରର ମନ୍ଦିର ସହିତ କୀର୍ତ୍ତନ ମଣ୍ଡଳୀ ମାନଙ୍କରେ ଭଜନ କୀର୍ତ୍ତନ ହେବା ସହିତ ସଂନ୍ଧ୍ୟାରେ ଦୀପାବଳୀ ସଦୃଶ ପର୍ବ ପାଳନ କରିବା ନିମନ୍ତେ ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *