Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଛତିଶଗଡ଼ରେ ଓଡ଼ିଆ ପ୍ରାର୍ଥୀ ପୁରେନ୍ଦ୍ର ବିଜୟୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଛତିଶଗଡ଼ରେ ଓଡ଼ିଆ ପ୍ରାର୍ଥୀ ପୁରେନ୍ଦ୍ର ବିଜୟୀ

ରାୟପୁର: ଛତିଶଗଡ଼ରେ କଂଗ୍ରେସକୁ ଝଟକା ଲାଗିଥିବାବେଳେ ବିଜେପି ଶିବିର ଉତ୍ସବମୁଖର ହୋଇପଡ଼ିଛି । କଂଗ୍ରେସ ଶାସନାଧୀନ ଥିବା ଛତିଶଗଡ଼ରେ ଏଥର ପଦ୍ମ ଫୁଟିବ ବୋଲି ଏକପ୍ରକାର ନିଶ୍ଚିତ ହୋଇଛି । ତେବେ ଏହା ମଧ୍ୟରେ ବିଜେପି ବିଧାୟକଙ୍କ ମଧ୍ୟରେ ଜଣେ ଓଡ଼ିଆ ରହିଛନ୍ତି । ରାୟପୁର ଉତ୍ତରରୁ ବିଜେପି ପ୍ରାର୍ଥୀ ଥିବା ପୁରେନ୍ଦ୍ର ମିଶ୍ର ୨୩ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେ ଛତିଶଗଡ଼ରେ ବିଜେପି ସଂଗଠନ ସହ ଦୀର୍ଘଦିନ ଧରି ଜଡ଼ିତ ଥିଲେ । ପ୍ରଥମ ଥରପାଇଁ ସେ ବିଜେପି ଟିକେଟରେ ନିର୍ବାଚନ ଲଢିଥିଲେ । ପଦ୍ମପୁରରେ ପୁରେନ୍ଦ୍ରଙ୍କର ପୈତୃକ ଘର ଥିବାବେଳେ ସେ ପେଷାରେ ଜଣେ ଓକିଲ । ଛତିଶଗଡ଼ରେ ପାଖାପାଖି ୩୫ଲକ୍ଷ ଓଡ଼ିଆ ରହୁଛନ୍ତି । ସେଥିମଧ୍ୟରୁ ୪ ଲକ୍ଷ ଓଡ଼ିଆ ରାୟପୁରରେ ବସବାସ କରନ୍ତି । ପୁରେନ୍ଦ୍ର ଛତିଶଗଡ଼ ଓଡ଼ିଆ ସମାଜର ଅଧ୍ୟକ୍ଷ ତଥା ରାୟପୁରରେ ଥିବା ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ସଭାପତି ଭାବେ ବେଶ୍ ପରିଚିତ ।

Leave a Reply