ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲକ୍ଷ୍ମୀପୁରର ୨୫ ତମ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲକ୍ଷ୍ମୀପୁର ଠାରେ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଚାଲିଥିବା ୨୫ତମ ବାର୍ଷିକ କ୍ରୀଡ଼ା ଉଦଯାପିତ ହୋଇ ଯାଇଛି ।ଏହି ଉଦଯାପନୀ କ୍ରୀଡା ଉତ୍ସବରେ ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ଏଥିରେ ମୁଖ୍ୟ ଅତିଥିଙ୍କ ସହ ସଭାପତି ଭି ନାଗାରାଜୁ, ସମ୍ପାଦକ ଏକଲବ୍ୟ ଚୌଧୁରୀ, କୋଷାଧ୍ୟକ୍ଷ ଧନେଶ୍ୱର ରାଉତ ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ାରେ ଭାଗ ନେଇଥିବା କୁନି କୁନି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ଦିନ କ୍ରୀଡା ପ୍ରତିଯୋଗିତାରେ ପ୍ରାଥମିକ ବର୍ଗ, ଶିଶୁ ବର୍ଗ ଓ ବାଲ୍ ବର୍ଗରେ ମୋଟ ୨୦୫ ଜଣ ଶିଶୁ ଭାଇ ଭଉଣୀ ଭାଗ ନେଇଥିଲେ ।ପ୍ରଥମ ଦିନରେ ଶିଶୁ ମାନଙ୍କ ମଧ୍ୟୟରେ ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ,ଲୌହ ଗୋଳା ଫିଙ୍ଗା, ଥାଳିଆ ଫିଙ୍ଗା, କାଚ ଗୋଲି ଓ ଚାମଚ,ସଙ୍ଗୀତ ଚୌକି ଓ ବାଲ୍ଟିରେ ବଲ ଫିଙ୍ଗା ଭଳି ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଦୂତୀୟ ଦିନରେ ଅଭିଭାବକ, ଅଭିଭାବିକା ଓ ଗୁରୁଜୀ, ଗୁରୁମା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଖେଳ ପ୍ରତିଯୋଗିତା କରାଯାଇଥିଲା ।ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଖେଳାଳୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇ ଥିବା ବେଳେ ଶିଶୁ ବାଟିକାର ସମସ୍ତ ଖେଳାଳୀଙ୍କୁ ଶାନ୍ତନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା ।ପ୍ରାଥମିକ ବିଭାଗ ୫୦ମିଟର ଦୌଡ଼ରେ ବସନ୍ତ ମହାନନ୍ଦିଆ ଓ ସାଇଶ୍ରି ମଲିକ ପ୍ରଥମ,ବଦ୍ରିନାଥ ମାଣ୍ଡିଙ୍ଗା ଦୂତୀୟ । ବାଲ୍ଟିରେ ବଲ ଫିଙ୍ଗାରେ ବସନ୍ତ ମହାନନ୍ଦିଆ ଓ ସୁନୈନା କୋଣ୍ଡା ଦୋରା ପ୍ରଥମ,ସ୍ୱାସ୍ତିକ କୁମାର ମହାନ୍ତି ଓ ନିଶ୍ମିନ ମାରି ଦୂତୀୟ ।କାଚ ଗୋଲି ଚାମଚ ପ୍ରଦୀପ ମହାରଣା ଓ ପୁଷ୍ପାଞ୍ଜଳି ସାହୁ ପ୍ରଥମ,ହବିରାମ ବିଶୋଇ ଓ ଗୁଞ୍ଜନ କୁମାରୀ ହଲୱା ଦ୍ୱିତୀୟ । ସଙ୍ଗୀତ ଚୌକିରେ ପ୍ରିୟଂଶୁ ବାରିକ୍ ଓ ପୁଷ୍ପାଞ୍ଜଳି ସାହୁ ପ୍ରଥମ,ଆୟୁଷ ପଟ୍ଟନାୟକ ଓ ଭି ସୁନୈନା କୋଣ୍ଡା ଦୋରା ଦୂତୀୟ ।ଲମ୍ବ ଡିଆଁରେ ଲାଲୁ ତୁରୁକ ଓ ପ୍ରଜ୍ଞାଶ୍ରୀ ବେହେରା ପ୍ରଥମ,ବସନ୍ତ ମହାନନ୍ଦିଆ ଓ ସ୍ମରଣିକା ପ୍ରଧାନ ଦୂତୀୟ ।ଶିଶୁ ବର୍ଗର ଏକ ଶହ ମିଟର ଦୌଡ଼ରେ ବାଲକ୍ରିଷ୍ଣା ବିଶୋଇ ଓ ନନ୍ଦିତା ଝୋଡ଼ିଆ ପ୍ରଥମ,ପ୍ରେମ କୁମାର୍ ସାହୁ ଓ ସ୍ନିତି ରାଣୀ ଖରା ଦୂତୀୟ ।୪ସହ ମିଟର ଦୌଡରେ ପ୍ରେମ କୁମାର୍ ସାହୁ ପ୍ରଥମ, ଦୂତୀୟରେ ଅଭିଷେକ ପାଇକରାୟ ।ଲୌହଗୋଲା ଫିଙ୍ଗା ସାଇରାମ ଡାକୁଆ ଓ ସୋନାଲି ମହାରଣା ପ୍ରଥମ ହୋଇଥିବା ବେଳେ ଇଶାନ୍ତ କୁମାର ଜେନା ଓ ନନ୍ଦିତା ଝୋଡିଆ ଦୁତୀୟ ସ୍ଥାନ ଗ୍ରହଣ କରିଥିଲେ । ସେହି ପରି ଉଚ୍ଚ ଡିଆଁରେ ଜୟକୃଷ୍ଣ ସାହୁ ପ୍ରଥମ ହୋଇଥିବା ବେଳେ ଅଭିଷେକ ପାଇକରାୟ ଦୂତୀୟ ହୋଇଥିଲେ । ଶିଶୁ ଓ ବାଲ ବର୍ଗର ପ୍ରତ୍ୟେକ ଖେଳରେ ପ୍ରଥମ ହୋଇଥିବା ଖେଳାଳୀ ଚଳିତ ମାସରେ ଥିବା କୋରାପୁଟ ସଙ୍କୁଳ ସ୍ତରୀୟ କ୍ରୀଡ଼ାରେ ଭାଗ ନେବେ ବୋଲି ଜଣା ପଡିଛି ।ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରୀଡ଼ାକୁ ଗୋପୀନାଥ ମହାପାତ୍ର ପରିଚାଳନା କରିଥିବା ବେଳେ ରଞ୍ଜନ କୁମାର ଜେନାଙ୍କ ସମେତ ସମସ୍ତ ଗୁରୁଜୀ ଗୁରମା ଓ ଅଭିଭାବକମାନେ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *