Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା

ଭୁବନେଶ୍ୱର : ଧର୍ମବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବର୍ଷିକ କ୍ରୀଡ଼ା ଉତ୍ସବ ୨ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଉମାକାନ୍ତ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ରୀଡ଼ା ଉତ୍ସବର ଶୁଭାରମ୍ଭ କରିଥିଲେ । ଶିଶୁବର୍ଗରେ ୬, ବାଲ୍ ବର୍ଗରେ ୮, କିଶୋର ବର୍ଗରେ ୯ ଓ କନିଷ୍ଠ ବର୍ଗରେ ୪ଟି ଏହି ପରି ୨୭ଟି ପ୍ରତିଯୋଗିତାରେ ୭୫୯ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏଥିରୁ ୧୬ ଛାତ୍ର ଓ ୨୦ ଛାତ୍ରୀ ସଂକୁଳସ୍ତରୀୟ କ୍ରୀଡ଼ା ଉତ୍ସବ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶିଶୁ ବର୍ଗରେ ଲିପସନ ବେଉରା ଓ ଦେବସ୍ମିତା ବେଉରା, ବାଲ୍ ବର୍ଗରେ ପ୍ରୀତମ ମଲ୍ଲିକ ଓ କିଶୋର ବର୍ଗରେ ସାଇସ୍ୱରୂପ ମୁଦୁଲି ଶ୍ରେଷ୍ଣ ସ୍ଥାନ ଅଧିକାର କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଖଣ୍ଡଗିରିସ୍ଥିତି ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ଶାଖା ପରିଚାଳକ ମନତୋଷ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।

Leave a Reply