ଜେଜେବାପା-ଜେଜେମା ସମ୍ମିଳନୀ

ଚମ୍ପୁଆ : ଆଜି ସରସ୍ୱତୀ ବିଦ୍ୟା ମନ୍ଦିରରେ ଜେଜେବାପା-ଜେଜେମା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମାଜରେ ବରିଷ୍ଠ ନାଗରିକ ମାନଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ତାଙ୍କ ଠଅରୁ ଗୌରବ ପୂର୍ଣ୍ଣ ଅନୁଭୁତି ସଂଗ୍ରହ କରିବାରେ ଇଏ ଏକ ସ୍ୱତନ୍ତ୍ର ପ୍ରୟାସ । ଏହି ଅବସରରେ ଜେଜେବାପାଙ୍କର ପୌରାଣିକ ପ୍ରଶ୍ନ ମଂଚ ଓ ଜେଜେମାଙ୍କ ମଧ୍ୟରେ ଝୋଟି ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଝୋଟି ପ୍ରତିଯୋଗିତାରେ ୧ମ,୨ୟ ଓ ୩ୟ ସ୍ଥାନରେ ଯଥାକ୍ରମେ ଜେଜେମା ସେବତୀ ମହାନ୍ତ, ଡାଳିମ୍ବ ମହାନ୍ତ, ଅହଲ୍ୟା ମହାନ୍ତ ଓ ସଂଗୀତ ପ୍ରତିଯୋଗିତାରେ ସରସ୍ୱତୀ ସେଠୀ, କସ୍ତୁରୀ ମହାନ୍ତ ଓ କାନ୍ତି ଦେବୀ ପୁରସ୍କୃତ ହୋଇଥିଲେ । ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଭାପତି ରମାକାନ୍ତ ପ୍ରଧାନ, ଉପସଭାପତି ସଦାନନ୍ଦ ଦେହୁରୀ, ସଂପାଦକ ଭଳାନାଥ ମିଶ୍ର ଉପସ୍ଥିତ ହୋଇ ଜେଜେବାପା ଜେଜେମାଙ୍କ ସୁଦୀର୍ଘ ଜୀବନ କାମନା କରିବା ସହିତ ଆଶିର୍ବାଦ ଶିକ୍ଷା କରିଥିଲେ ଓ ଉପଢୌକନ ପ୍ରଦାନ କରିଥିଲେ । ସମସ୍ତ ଆଚାର୍ଯ୍ୟ- ଆଚାର୍ଯ୍ୟା ସହଯୋଗ କରିଥିଲେ ଓ ଆଚାର୍ଯ୍ୟ ଭାସ୍କର ଚନ୍ଦ୍ର ମହାକୁଡ ଅତିଥି ପରିଚୟ କରିଥିଲେ ।

Leave a Reply

Your email address will not be published. Required fields are marked *