ରାଷ୍ଟ୍ର ସେବିକା ସମିତି, ଭୁବନେଶ୍ୱର ମହାନଗର ତରଫରୁ ମଣିକର୍ଣ୍ଣିକା ଦୌଡ

ଭୁବନେଶ୍ୱର : ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ଉପଲକ୍ଷେ, ରାଷ୍ଟ୍ର ସେବିକା ସମିତି, ଭୁବନେଶ୍ୱର ମହାନଗର ତରଫରୁ ୩ ଡିସେମ୍ବର ୨୩ ରବିବାର ପ୍ରାତଃ ସମୟରେ ମହାବିଦ୍ୟାଳୟରେ ଅଧ୍ୟୟନ ରତ ତରୁଣୀମାନଙ୍କୁ ନେଇ ମଣିକର୍ଣ୍ଣିକା ଦୌଡ ଶୀର୍ଷକ ଏକ ଗଣ ଦୌଡର ଆୟୋଜନ କରାଯାଇଥିଲା । ଏହି ଗଣ ଦୌଡ ଖଣ୍ଡଗିରି ସ୍ଥିତ ଖାରବେଳ ପାର୍କରୁ ଆରମ୍ଭ ହୋଇ ଆମ୍ରି ହସ୍ପିଟାଲ ହୋଇ ଉକ୍ତ ପାର୍କରେ ହିଁ ଶେଷ ହୋଇଥିଲା । ଭୁବନେଶ୍ୱରର ବିଭିନ୍ନ ମହାବିଦ୍ୟାଳୟରେ ପଢୁଥିବା ୬୫ ଜଣ ତରୁଣୀ ଓ ୨୭ ଜଣ କର୍ମଜୀବୀ ମହିଳା ଏହି ଗଣ ଦୌଡରେ ଭାଗ ନେଇଥିଲେ । ମହାନଗର କାର୍ଯ୍ୟ ବାହିକା, ରାଷ୍ଟ୍ର ସେବିକା ସମିତି, ଶ୍ରୀମତୀ ଆରତୀ ଜେନା ଗଣ ଦୌଡର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ପ୍ରାନ୍ତ ସଂଚାଳିକା ଶ୍ରୀମତୀ ଆରତୀ ବୈଶାଖୀ ମୁଖ୍ୟ ବକ୍ତା ଭାବରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କର ବୀରତ୍ୱର ଇତିହାସ ସ୍ମରଣ କରାଇଥିଲେ । ସମିତିର ଅନ୍ୟ ପଦସ୍ଥ କାର୍ଯ୍ୟ କର୍ତ୍ତା ଶ୍ରୀମତୀ ସାନୁଯା ମେଘମାଳା, ଶ୍ରୀମତୀ ଜ୍ୟୋତି ରାଣୀ ସାହୁ, ଶ୍ରୀମତୀ ତପସ୍ୱିନୀ ମହନ୍ତ, ଶ୍ରୀମତୀ ସବିତା ଦାସ, ଶ୍ରୀମତୀ ସ୍ୱପ୍ନ ପ୍ରଭା ସାହୁ, ଶ୍ରୀମତୀ କନକଲତା ପ୍ରଧାନ ଗଣ ଦୌଡକୁ ସୂଚାରୁ ରୂପେ ସଞ୍ଚାଳନ କରିଥିଲେ । ଯୋଗ ଶିକ୍ଷିକା ତଥା ସାମାଜସେବି ଶ୍ରୀମତୀ ଅନୁସୂୟା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣ ଦୌଡକୁ ପତାକା ଦେଖାଇ ଶୁଭାରମ୍ଭ କରାଇଥିଲେ ଓ ଦୌଡ ରେ ବିଜେତା ତରୁଣୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *