Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏନଆଇଏ ଦ୍ବାରା ମୋଷ୍ଟ ୱାଣ୍ଟେଡ୍‌ଆତଙ୍କବାଦୀ ଶାହନବାଜ୍ ଔରଫ ଶୈଫି ଉଜ୍ଜମା ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏନଆଇଏ ଦ୍ବାରା ମୋଷ୍ଟ ୱାଣ୍ଟେଡ୍‌ଆତଙ୍କବାଦୀ ଶାହନବାଜ୍ ଔରଫ ଶୈଫି ଉଜ୍ଜମା ଗିରଫ

ନୂଆଦିଲ୍ଲୀ : ବଡ଼ ଆତଙ୍କୀ
ହମଲା ପ୍ଲାନ୍ ଫେଲ୍ । ଦିଲ୍ଲୀ ପୋଲିସକୁ ମିଳିଲା
ସଫଳତା । ଆତଙ୍କୀ ଗତିବିଧି ପୂର୍ବରୁ ମାଷ୍ଟର ମାଇଣ୍ଡକୁ
ବାନ୍ଧିଲା ପୋଲିସ । ଏନଆଇଏ ମୋଷ୍ଟ ୱାଣ୍ଟେଡ୍‌
ଆତଙ୍କବାଦୀ ଶାହନବାଜ୍ ଔରଫ ଶୈଫି ଉଜ୍ଜମା ଗିରଫ
ହୋଇଛି ୟ ଉଜ୍ଜମାକୁ ଧରାଇ ଦେବାକୁ ଏନଆଇଏ ୩ଲକ୍ଷ
ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ।
ଶାହନବାଜକୁ ପଚରାଉଚରା ପରେ ଜାତୀୟ ଯାଞ୍ଚ ଏଜେନ୍ସି
ଟିମ୍ ତାକୁ ନିଜ ହେପାଜତକୁ ନେଇଛି । ଏହାଛଡ଼ା ଅନ୍ୟ
ଦୁଇ ଆତଙ୍କବାଦୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
ସୂଚନା ଅନୁଯାୟୀ, ପୁଣେ ଆଇଏଲଆଇଏସ୍ କେସରେ
ସମ୍ପୃକ୍‌ତ ଥିଲା ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ଶୈଫି ଉଜ୍ଜମା ।
ଶାହାନବାଜ ପେସାରେ ଜଣେ ଇଞ୍ଜିନିୟର । ପୁଣେ
ପୋଲିସ କଷ୍ଟୋଡିରୁ ଫେରାର୍ ହେବା ପରେ ଦିଲ୍ଲୀରେ
ପରିଚୟ ଲୁଚାଇ ରହୁଥିଲା । ବର୍ତ୍ତମାନ ପୋଲିସ ତାକୁ
ଗିରଫ କରି ପଚରାଉଚରା କରୁଛି । ଦିଲ୍ଲୀର ପୋଲିସର
ସ୍ପେଶାଲ ସେଲ୍ ଏନଆଇଏ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ
ଉଜ୍ଜମାକୁ ପଚାରାଉଚରା କରିବା ପରେ ଅନ୍ୟ କିଛି
ଅଭିଯୁକ୍ତ ମାନଙ୍କୁ ଗରିଫ କରିପାରେ । ଉଜ୍ଜମା ନାଁରେ
ପୁଣେରେ ଅନେକ ମାମଲା ରହିଛି । ପୋଲିସକୁ ଇନପୁଟ୍‌
ମିଳିବା ପରେ ତୁରନ୍ତ ତାକୁ ଗିରଫ କରିଥିଲା । ସୂଚନା
ଅନୁଯାୟୀ, ସ୍ପେଶାଲ ସେଲ୍ ଅପରାହ୍ଣ ୪ଟା ବେଳେ
ସାମ୍ବାଦିକ ସମ୍ମିଳନୀ ମାଧ୍ୟରେ ଅଧିକ ସୂଚନା ଦେବ ।
ଏହାଛଡ଼ା ପୋଲିସ ଏକ ଆଇଏସଆଇଏସ ଟେରର୍‌
ମଡ୍ୟୁଲର ମଧ୍ୟ ପର୍ଦ୍ଦାଫାଶ୍ କରିଛି । ଉତ୍ତର ଭାରତରେ
ଆତଙ୍କବାଦୀ ହମଲା ପାଇଁ ଏମାନେ ଯୋଜନା କରୁଥିଲେ ।

Leave a Reply