ସରସ୍ୱତୀ ଶିଶୁ ଜ୍ଞାନମନ୍ଦିରରେ ଗାନ୍ଧୀ ଜୟନ୍ତୀ ପାଳିତ

ନବରଙ୍ଗପୁର- ସ୍ଥାନୀୟ ସରସ୍‌ତୀ ଶିଶୁ ଜ୍ଞାନ ମନ୍ଦିରରେ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରବି ଗୁରୁଜୀଙ୍କ ସଭାପତିôବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ତଥା ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ଉଭୟ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୀବନ ବିଷୟରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟାଏ ଦିନରେ ଚବିଶ ଘଣ୍ଟା ହିଁ ମିଳିଥାଏ କିନ୍ତୁ ଏହି ସମୟକୁ ଯିଏ ସଦୁପଯୋଗ କରେ ତାର ଭବିଷ୍ୟତ ଉଜ୍ଜଳ ହୁଏ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍‌ତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିସ୍କୁଟ ଚକ୍ଲେଟ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *