ମୁସଲିମ୍ ଯୁବକ ଦ୍ବାରା ଶିଶୁ ମନ୍ଦିରରୁ ପ୍ରାର୍ଥନା ମଣ୍ଡପର ଆଜବେଷ୍ଟସ୍ ଭାଙ୍ଗି ପଙ୍ଖା ଚୋରି

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଙ୍ଖା ଚୋରି କରି ଚୋର ଗିରଫ, ସହଯୋଗୀ ଫେରାର ଭଦ୍ରକ, ୨ା୧୦ (ଶ୍ରୁମ.ି) : ପୁରୁଣାବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ଆଜବେଷ୍ଟସ୍ ଭାଙ୍ଗି ପଙ୍ଖା ଚୋରି କରି ଧରାପଡିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ଚୋରି ସମୟରେ ତାର ଜଣେ ସହଯୋଗୀ ଫେରାର ହୋଇଯାଇଥିବାବେଳେ ସେମାନେ ବ୍ୟବହୃତ କରୁଥିବା ବାଜାଜ୍ ପ୍ଲାଣ୍ଟିନା ମୋଟର ସାଇକେଲ୍‌ଟିକୁ ସ୍ଥାନୀୟ ଲୋକେ ଜବତ କରି ପୁରୁଣାବଜାର ପୁଲିସ୍‌କୁ ହସ୍ତାନ୍ତର କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ବିଦ୍ୟାଳୟଟିରେ ବାରମ୍ବାର ଚୋରି ହୋଇଆସୁଥିବାବେଳେ ଆଜି ମଧ୍ୟ ଜଣେ ମୁସଲିମ୍ ଯୁବକ ଶିଶୁ ମନ୍ଦିରରେ ଥିବା ପ୍ରାର୍ଥନା ମଣ୍ଡପର ଆଜବେଷ୍ଟସ୍ ଭାଙ୍ଗି ପଙ୍ଖା ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ପାଟି ଶୁଣି ପଙ୍ଖାଟିକୁ ପାଖରେ ଥିବା ବଣରେ ଛାଡି ପଳାଇଥିଲା । ଯାହାର ପ୍ରମାଣ ମଣ୍ଡପରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଏହି ଘଟଣା ପରେ ସିସିଟିଭି କ୍ୟାମେରା ଦେଖି ସ୍ଥାନୀୟ ଲୋକେ ଯୁବକଟିକୁ ସ୍ଥାନୀୟ କିଛି ମୁସଲିମ୍ ଯୁବକଙ୍କ ସହାୟତାରେ ଧରିବାରେ ସଫଳ ହୋଇଥିଲେ । ପରେ ତାକୁ ପୁଲିସ୍‌କୁ ହସ୍ତାନ୍ତର କରିଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *