ବିଶ୍ୱ ହିନ୍ଦୁ ପରିଷଦର ରକ୍ଷାବନ୍ଧନ ଉତ୍ସବ

ଭଦ୍ରକ: ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ତୁଣ୍ଡା ଆଦିବାସୀ ସାହି ଠାରେ ବିଶ୍ୱ ହିନ୍ଦୁ ପରିଷଦ ବନ୍ତ ପ୍ରଖଣ୍ଡ ଫକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଛି । ପ୍ରଖଣ୍ଡର ସଭାପତି ଶରତ ଚନ୍ଦ୍ର ମିଶ୍ର ଏହାକୁ ଉଦ୍‌ଘାଟନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ବିଶ୍ୱ ହିନ୍ଦୁ ପରିଷଦ ଓଡିଶା ସହ ସତସଂଘ ପ୍ରମୁଖ ଗୋବିନ୍ଦ ଚନ୍ଦ୍ର ରାଉତ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମାଧ୍ୟମରେ ବୃନ୍ଦାବନ ଜେନା, ନାରାୟଣ ଚନ୍ଦ୍ର ଖଣ୍ଟିଆ, ପୂର୍ଣ୍ଣ ଚନ୍ଦ୍ର ସାହୁ, ରମେଶ ଚନ୍ଦ୍ର ଗାହାଣ, ରାଧାଲାଲ ପଣ୍ଡା, ସତ୍ୟରଞ୍ଜନ ବାରିକ, ରୋହିତ କୁମାର ଜେନା, କୈଳାସ ଚନ୍ଦ୍ର ପେଡା, ଶିବ ଶଙ୍କର ଦାସ ଆଦି ପଦାଧିକାରୀ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଆଦିବାସୀ ଭାଇଭଉଣୀ ମାନଙ୍କ ହାତରେ ରକ୍ଷା ସୂତା ବନ୍ଧନ କରାଯାଇ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ଗୋସେବା, ପିତାମାତା, ଗୁରୁଜନଙ୍କୁ ସମ୍ମାନ ଦେବା, ବୃକ୍ଷରୋପଣ କରିବା, ପିଲା ମାନଙ୍କୁ ସଫା ସୁତରା କରି ନିୟମିତ ବିଦ୍ୟାଳୟକୁ ପ୍ରେରଣ କରିବା, ନିଜ ସଂସ୍କୃତିକୁ ଅତୁଟ ରଖିବା, ନିଶା ଠାରୁ ଦୂରେଇ ରହିବା ଆଦି ବିଷୟରେ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଦିବାସୀ ସାହିର ଭୀମ ମୁଣ୍ଡା, ସୋରେନ ମୁଣ୍ଡା, ସୁଦାମ ମୁଣ୍ଡା, ରଘୁନାଥ ମୁଣ୍ଡା, ରତ୍ନାକର ମୁଣ୍ଡା, ବିଶ୍ୱ ମୁଣ୍ଡା, ଟୁକୁନ ମୁଣ୍ଡା, ଚୈତନ୍ୟ ମୁଣ୍ଡା ଆଦି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *