Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ର ଚନ୍ଦ୍ରରେ ସଫଳ ଅବତରଣ ପରେ ରବିବାର (ଅଗଷ୍ଟ ୨୭) ଓଝଜଙ ମୁଖ୍ୟ ଏସ୍ ସୋମନାଥ ଥିରୁବନନ୍ତପୁରମର ପୂର୍ଣ୍ଣାମିକାଭୁ ଭଦ୍ରକାଳୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ବିଜ୍ଞାନ ଏବଂ ଆଧ୍ୟାତ୍ମିକତା ଦୁଇଟି ଭିନ୍ନ କଥା । ଏହାକୁ ଯୋଡ଼ିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୋମନାଥ । ମାଆଙ୍କ ପୀଠରେ ପୂଜା ସାରିବା ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି ଇସ୍ରୋ ମୁଖ୍ୟ । ଏସ୍ ସୋମନାଥ କହିଛନ୍ତି ଯେ ମୁଁ ଜଣେ ଅନୁସନ୍ଧାନକାରୀ । ମୁଁ ଚନ୍ଦ୍ର ବିଷୟରେ ଖୋଜାଖୋଜି କରୁଛି । ଉଭୟ ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଅନୁସନ୍ଧାନ କରିବା ମୋ ଜୀବନର ଯାତ୍ରାର ଏକ ଅଂଶ ବୋଲି ସୋମନାଥ କହିଛନ୍ତି । ମୁଁ ଅନେକ ମନ୍ଦିରକୁ ଯାଏ । ଅନେକ ଶାସ୍ତ୍ର ପଢ଼େ ଏବଂ ଏହି ବ୍ରହ୍ମାଣ୍ଡରେ ଆମର ଅସ୍ତିତ୍ୱ ବିଷୟରେ ଜାଣିବାକୁ ଚେଷ୍ଟା କରେ ବୋଲି ମିଡିଆକୁ କହିଛନ୍ତି ସୋମନାଥ । ଚନ୍ଦ୍ରଯାନ-୩ ବିଷୟରେ ଖବର ସରବରାହ ସଂସ୍ଥା ଏଏନଆଇକୁ ସୂଚନା ଦେଇ ସୋମନାଥ କହିଛନ୍ତି ସବୁକିଛି ବହୁତ ଭଲ ଚାଲିଛି । ଏହାର ଲ୍ୟାଣ୍ଡର, ରୋଭରର ଅବସ୍ଥା ଭଲ ଏବଂ ସମସ୍ତ ପାଞ୍ଚଟି ଯନ୍ତ୍ର କାର୍ଯ୍ୟକ୍ଷମ ରହିଛି । ଏହା ବର୍ତ୍ତମାନ ବହୁତ ଭଲ ତଥ୍ୟ ଦେଉଛି । ଆଶା କରାଯାଉଛି ଯେ ସେପ୍େଟମ୍ବର ୩ ପୂର୍ବରୁ ସମସ୍ତ ପରୀକ୍ଷା ସମାପ୍ତ କରିବାକୁ ସକ୍ଷମ ହେବୁ । ଏହାର ଭିନ୍ନ ଭିନ୍ନ ମୋଡ୍ ରହିଛି । ଯାହା ପାଇଁ ଏହାକୁ ପରୀକ୍ଷା କରିବାକୁ ପଡିବ । ଆମେ ଏପର୍ଯ୍ୟନ୍ତ ଚନ୍ଦ୍ରର ସବୁଠାରୁ ଭଲ ଫଟୋ ଉଠାଉଛୁ ବୋଲି ସୋମନାଥ କହିଛନ୍ତି । ସେହିପରି ଶିବଶକ୍ତି ନାମକରଣକୁ ନେଇ ରାଜନୈତିକ ବିବାଦ ଦେଖା ଦେଇଥିବା ବେଳେ ଏ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରୋ ମୁଖ୍ୟ । ପ୍ରଧାନମନ୍ତ୍ରୀ ଏହାର ଅର୍ଥ ଏପରି ଭାବରେ ବ୍ୟାଖ୍ୟା କରିଛନ୍ତି ଯାହା ଆମ ସମସ୍ତଙ୍କ ପାଇଁ ଉପଯୁକ୍ତ । ମୁଁ ଭାବୁନାହିଁ ଯେ ଏଥିରେ କିଛି ଭୁଲ୍ ଅଛି । ସୋମନାଥ ଆହୁରି କହିଛନ୍ତି ଯେ ୨୦୨୯ରେ ଚନ୍ଦ୍ରୟାନ-୨ ଯେଉଁ ସ୍ଥାନ ଉପରେ ପଦ ଚିହ୍ନ ଛାଡ଼ିଥିଲା ସେହି ସ୍ଥାନର ନାଁ ତ୍ରିରଙ୍ଗା ପଏଣ୍ଟ ବୋଲି କରାଯାଇଛି । ଏହାର ଉଦ୍ଦେଶ୍ୟ ବି କହିଥିଲେ । ତେବେ ଏହି ଦୁଇଟି ଭାରତୀୟ ନାମ । ଆମେ ଯାହା କରୁଛୁ ତାହାର ଏକ ମହତ୍ତ୍ୱ ରହିବା ଉଚିତ୍ । ଏବଂ ଦେଶର ପ୍ରଧାନମନ୍ତ୍ରୀ ହେବା ଏହାର ନାମକରଣ କରିବା ତାଙ୍କର ବିଶେଷାଧିକାର ରହିଛି ବୋଲି ସୋମନାଥ କହିଛନ୍ତି ।

Leave a Reply