Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜ୍ଞାନବ୍ୟାପୀ ମାମଲା-ଶୁଣାଣି କରିବା ପାଇଁ ନୂଆ ଖଣ୍ଡପୀଠକୁ ଗଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜ୍ଞାନବ୍ୟାପୀ ମାମଲା-ଶୁଣାଣି କରିବା ପାଇଁ ନୂଆ ଖଣ୍ଡପୀଠକୁ ଗଲା

ଜ୍ଞାନବ୍ୟାପୀ ମାମଲାରେ ନୂଆ ଟ୍ୱିଷ୍ଟ

ଅଲ୍ଲାହବାଦ: ଜ୍ଞାନବ୍ୟାପୀ ମାମଲାରେ ନୂଆ ଟ୍ୱିଷ୍ଟ । ଶେଷ ମୁହୂର୍ତ୍ତରେ ଶୁଣାଣି କରିବା ପାଇଁ ନୂଆ ଖଣ୍ଡପୀଠକୁ ଗଲା ମାମଲା । ସୋମବାର ଶୃଙ୍ଗାର ଗୌରୀ ମାମଲାର ଶୁଣାଣି ହେବାକୁ ଥିବା ବେଳେ ମାମଲା ଅଲ୍ଲାହବାଦର ହାଇକୋର୍ଟଙ୍କ ନୂଆ ଖଣ୍ଡପୀଠଙ୍କ ହସ୍ତାନ୍ତର କରାଯାଇଛି । ଶୁକ୍ରବାର ମାମଲାର ଶୁଣାଣି ଶେଷ ହେବାପରେ ମାମଲା ନୂଆ ବେଞ୍ଚ୍‌କୁ ସ୍ଥାନାନ୍ତର କରାଯାଇଥିଲା ବୋଲି ସୂଚନା ମିଳିଛି । ତେବେ ମାମଲା ନୂଆ ଖଣ୍ଡପୀଠକୁ କାହିଁକି ଗଲା ସେନେଇ କୌଣସି ସୂଚନା ଦିଆଯାଇ ନଥିବାରୁ ମୁସ୍‌ଲିମ୍ ପକ୍ଷ ଏହାକୁ ବିରୋଧ କରିଛି । ଏହା ଆଇନ ପ୍ରକ୍ରିୟାରେ ବିରୋଧରେ ଯାଉଛି ବୋଲି ମୁସ୍‌ଲିମ ପକ୍ଷ କହିଛି । ମୁସଲିମ ପକ୍ଷରୁ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ମୂଳତଃ ବିଚାରପତିଙ୍କ ନିଷ୍ପତ୍ତି ଶୁଣାଣି ପାଇଁ ମାମଲା ସୂଚୀବଦ୍ଧ ହେବାର ଥିଲା । କିନ୍ତୁ ପୂର୍ବରୁ ଶୁଣାଣି କରୁଥିବା ଜଣିକିଆ ଖଣ୍ଡପୀଠରୁ ମାମଲା ନୂଆ ଖଣ୍ଡପୀଠକୁ ଯିବାର କୌଣସି ନିର୍ଦ୍ଦେଶ ନଥିଲା ବୋଲି ମୁସ୍‌ଲିମ ପକ୍ଷ ଦାବି କରିଛି । ଏଥିସହିତ ଶେଷ ସମୟରେ ମାମଲା ହସ୍ତାନ୍ତର କରିବା ମୁଖ୍ୟ ବିଚାରପତିଙ୍କ ଅଧିକାର ବାହାରେ ରହିଛି ବୋଲି ମୁସ୍‌ଲିମ ପକ୍ଷର ଓକିଲ କହିଛନ୍ତି । ଓକିଲଙ୍କର ଏଭଳି ପ୍ରଶ୍ନର ଉତ୍ତର ଦେଇ ଅଲ୍ଲାହବାଦ ହାଇକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି ଯେ ନିୟମ ଅନୁସାରେ, ମାମଲାରେ କିଛିଦିନ ବିତିଗଲେ ପରେ ମାମଲା ସ୍ୱୟଂତାଳିତ ଭାବେ ହସ୍ତାନ୍ତର କରାଯାଇପାରେ । ସୂଚନା ଥାଉକି ଅଗଷ୍ଟ ୪ ତାରିଖରେ ଆଲ୍ଲାହାବାଦ ହାଇକୋର୍ଟ ନିର୍ଦ୍ଦେଶରେ କାଶି ବିଶ୍ୱନାଥ ମନ୍ଦିରକୁ ଲାଗି ରହିଥିବା ଜ୍ଞାନବ୍ୟପି ମସ୍‌ଜିଦର ପରିସରରେ ବେଜ୍ଞାନିକ ଗେବଷଣା କରାଯାଇଥିଲା । ଏହି ନିର୍ଦ୍ଦେଶ ଅନୁସାରେ ମସ୍‌ଜିଦ୍ ଟି ପୂର୍ବର ହିନ୍ଦୀ ମନ୍ଦିର ଉପରେ ତିଆରି ହୋଇଛି କି ନା ତାହା ଜାଣିବାକୁ ଏଏସ୍‌ଆଇକୁ ସର୍ଭେ କରିଛି । ଅଗଷ୍ଟ ୩ ତାରିଖରେ ଅହ୍ଲାହାବାଦ ହାଇକୋର୍ଟ ଅଞ୍ଜୁମନ ଇନ୍ତେଜାମିଆ ମସ୍‌ଜିଦ୍ କମିଟିର ଆବଦେନକୁ ଖାରଜ କରିଥିଲେ । ଆବେଦନରେ ନିମ୍ନ ଅଦାଲତର ଦେଇଥିବା ଏସ୍‌ଆଇ ସର୍ଭେକୁ ବିରୋଧ କରାଯାଇଥିଲା । ହେଲେ କୋର୍ଟ ଏହି ଆବେଦନ ଖାରଜ କରିଦେଇଥିଲେ ।

Leave a Reply