Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗାଁର ୩୦ଜଣ ଯୁବ ଆଇପିଏସ୍‌, ଆଇଏଏସ୍‌, ପିସିଏସ୍‌ ଏବଂ ପିପିଏସ୍ ଅଫିସର୍ ଭାବେ ଗୌରବ ଅର୍ଜନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗାଁର ୩୦ଜଣ ଯୁବ ଆଇପିଏସ୍‌, ଆଇଏଏସ୍‌, ପିସିଏସ୍‌ ଏବଂ ପିପିଏସ୍ ଅଫିସର୍ ଭାବେ ଗୌରବ ଅର୍ଜନ

ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲ୍ଲା ସ୍ଥିତ ରାଏପୁରା ଗାଁରେ ଏବେ ଘରେ ଘରେ କେହି ନା କେହି ସରକାରୀ କର୍ମଚାରୀ କିମ୍ବା ଅଧିକାରୀ ଭାବେ ସ୍ଥାନ ପାଇଛନ୍ତି । ଗାଁର ୩୦ଜଣ ଯୁବ ଆଇପିଏସ୍‌, ଆଇଏଏସ୍‌, ପିସିଏସ୍‌ ଏବଂ ପିପିଏସ୍ ଅଫିସର୍ ଭାବେ ଗୌରବ ଅର୍ଜନ କରିଛନ୍ତି । ଏମାନଙ୍କ ସଫଳତା ପଛରେ କିନ୍ତୁ ଲୁଚି ରହିଛି ଏଭଳି ଜଣେ ଶିକ୍ଷକଙ୍କ ପରିଶ୍ରମର ଫଳ, ଯିଏକି ଶିକ୍ଷାର ସ୍ଥିତିକୁ ସୁଦୃଢ଼ କରିବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି । ସେ ହେଲେ ଡ. ମହେନ୍ଦ୍ର ପ୍ରସାଦ ସିଂହ । ତାଙ୍କର ପ୍ରେରଣା ଏବଂ ପ୍ରୟାସ ଯୋଗୁ ଆଜି ଗାଁ ଯୁବପିଢ଼ିଏହି ସଫଳତାର ସୋପାନ ଛୁଇଁପାରିଛନ୍ତି । ଡ. ସିଂହ ପ୍ରଥମେ ସରକାରୀ ଇଣ୍ଟର୍ କଲେଜ୍ ଜଲାଉନ୍‌ରେ ପ୍ରଧାନଆଚାର୍ଯ୍ୟ ଥିଲେ । ଏହାସହ ଇତିହାସ ବିଷୟ ଉପରେ ତାଙ୍କର ପ୍ରବଳ ଦକ୍ଷତା ଥିଲା । ଚାକିରିରୁ ବଳକା ସମୟ ପାଇଲେ ସେ ପିଲାଙ୍କ ଭବିଷ୍ୟତ ସଜାଡ଼ିବାରେ ଲାଗିଯାନ୍ତି । କିନ୍ତୁ ଅବସର ନେବା ପରେ ସେ ଗାଁର ଶିକ୍ଷାବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଦେଲେ । ନିଜ ଉଦ୍ୟମରେ ଏକ ଟ୍ରଷ୍ଟ୍ ତିଆରି କରି ପିଲାଙ୍କୁ ସେଠାରେ ପଢ଼ାଇଲେ । ଏଠାରେ ପ୍ରତିବର୍ଷ ଦଶହରା ଉତ୍ସବରେ ମେଧା ସମ୍ମାନ ସମାରୋହର ଆୟୋଜନ
ହେଲା । ଏଥିରେ ଡ.ସିଂହଙ୍କ ଟ୍ରଷ୍ଟ୍‌ରେ ପାଠ ପଢ଼ୁଥିବା ପିଲାମାନେ ଯେକୌଣସି ପ୍ରକାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିବାରେ ସମର୍ଥ ଥିଲେ । ଏହା ପିଲାଙ୍କୁ ପାଠପଢ଼ା ଦିଗରେ ବେଶ୍ ପ୍ରୋତ୍ସାହିତ କଲା । ଏହାଛଡ଼ା ପଢ଼ା କ୍ଷେତ୍ରରେ ପିଲାଙ୍କର କୌଣସି ଆର୍ଥିକ ସମସ୍ୟା ସୃଷ୍ଟି ହେଲେ, ତା’ର ସମାଧାନ ଦାୟିତ୍ୱ ମଧ୍ୟ ସେ ନିଜ ହାତକୁ ନେଇଥିଲେ । ଏହି ନିଷ୍ଠା ଏବଂ ଉଦ୍ୟମ ବଳରେ ଆଜି ଗାଁର ପ୍ରତିଟି ଘରୁ କେହି ନା କେହି ସରକାରୀ ଚାକିରିଆ ଭାବେ ଜଣା ।

Leave a Reply