Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତ୍ୱଚା ପାଇଁ ବରଦାନ ରସୁଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତ୍ୱଚା ପାଇଁ ବରଦାନ ରସୁଣ

ରସୁଣ କେବଳ ଖାଦ୍ୟର ସ୍ୱାଦ ବଢ଼ାଇ ନ ଥାଏ ବରଂ ଏଥିରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପଦାନ । ଜାଣନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ… ଦୁଇ କୋଲା ରସୁଣକୁ ଛେଚି ରସ ବାହାର କରି ସମ ପରିମାଣରେ ହ୍ୱାଇଟ୍ ଭିନେଗାର ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ । ତୁଳା ସାହାଯ୍ୟରେ ଉକ୍ତ ମିଶ୍ରଣକୁ ବାରମ୍ବାର ନେଇ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏଥିରେ ଭରି ରହିଥିବା ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିଫଙ୍ଗାଲ, ଆଣ୍ଟିବାୟୋଟିକ୍‌, ଆଣ୍ଟିସେପ୍ଟିକ୍ ଏବଂ ଜର୍ମିସାଇଡ୍ ତତ୍ତ୍ୱ ଖୁବ୍‌ଶୀଘ୍ର ବ୍ରଣ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଦାଗ ଥିଲେ ମୁହଁର ସୌନ୍ଦର୍ଯ୍ୟ ଏବଂ ଆକର୍ଷଣ କମିଯାଏ । ତେଣୁ ଏହି ସମସ୍ୟା ଘରୋଇ ଉପାୟରେ ଦୂରକରିବା ଲାଗି ଅଳ୍ପ ପାଣିରେ ୩-୪ଟି ରସୁଣ କୋଲା ଛେଚି ପକାନ୍ତୁ ଏବଂ ଭଲ ଭାବେ ଫୁଟାଇ ଦିଅନ୍ତୁ । ଏହାକୁ କାଢି ପେଷ୍ଟ ପ୍ରସ୍ତୁତ କରି ଦାଗ ଥିବା ସ୍ଥାନରେ ଲଗାଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ । କିଛିଦିନ ଏପରି କଲେ ଦାଗ ଧୀରେ ଧୀରେ ଲିଭିଯିବ । କେଶ ଝଡ଼ିବା ବର୍ତ୍ତମାନ ଅନେକଙ୍କ ଲାଗି ଏକ ପ୍ରମୁଖ ସମସ୍ୟା । ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ପ୍ରତିଦିନ କେଶରେ ରସୁଣ ତେଲ ମସାଜ କରି କିଛି ସମୟ କେଶକୁ ଘୋଡ଼ାଇ ରଖନ୍ତୁ । ଭଲ ଭାବେ ତେଲ ଭେଦିଯିବା ପରେ ଧୋଇ ଦିଅନ୍ତୁ । ପ୍ରତିଦିନ ଏପରି କଲେ ଖୁବ୍ କମ୍ ଦିନ ଭିତରେ ଆପଣ ଫରକ ଜାଣିପାରିବେ ।

Leave a Reply