ସରସ୍ୱତି ଶିଶୁ ବିଦ୍ୟା ମନ୍ଦିରରେ ଅଭିଭାବକ ବୈଠକ

ଚମ୍ପୁଆ :- ସ୍ଥାନିୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ଅଭିଭାବକ ବୌଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୌଠକରେ ୧୩୦ ଉର୍ଦ୍ଧ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଅନୁଷ୍ଠିତ ଏହି ବୌଠକ କାର୍ଯ୍ୟକ୍ରମରେ ପରିଚାଳନା ସଭାପତି ରମାକାନ୍ତ ପ୍ରଧାନ, ଉପସଭାପତି ସଦାନନ୍ଦ ଦେହୁରୀ, ସଂପାଦକ ଭୋଳାନାଥ ମିଶ୍ର, ଅଜିତ କୁମାର ରାମ, ସଦସ୍ୟା ମିନତି ମହାନ୍ତ, ପ୍ରଭାସିନି ନାଏକ ପ୍ରମୁଖ ଯୋଗଦେଇଥିଲେ । ଛାତ୍ରଛାତ୍ରୀଙ୍କ ଶୈଖିକ ଅଭିବୃଦ୍ଧି ପାଇଁ ଅଭିଭାବକ ମାନଙ୍କ ପ୍ରଚେଷ୍ଟା, ଅଭିଭାବକ ମାନେ ଏହି ବିଦ୍ୟା ମନ୍ଦିରର ଗୋଟାଏ ସ୍ତମ୍ଭ ବୋଲି ଅତିଥି ମାନେ ଅଭିହିତ କରିବା ସହିତ ବିଦ୍ୟାଳୟର ଉନ୍ନତି ପାଇଁ ଅଭିଭାବକ ମାନେ ଅଗକୁ ଆସିବା ଏକାନ୍ତ ଅପରିହାର୍ଯ୍ୟ ବୋଲି ସୂଚନା ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ ନୂତନ ଶିକ୍ଷା ନିତିରେ ପରିବର୍ତନ ଏବଂ ହେବାକୁ ଥିବା ପରୀକ୍ଷା ସମ୍ବନ୍ଧରେ ଅଭିଭାବକ ମାନଙ୍କୁ ପ୍ରାଂଜଳ ଭାବେ ସୂଚନା ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପାଠ ବିଷୟରେ ଅଭିଭାବକ ମାନେ ନିୟମିତ ଭାବେ ଅବଗତ ହେବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହିତ ଅଭିଭାବକ ମାନେ ଛାତ୍ର ଛାତ୍ରୀଙ୍କ ସମସ୍ୟା ବିଷୟରେ ସିଧା ସଳଖ ଗୁରୁଜି ଗୁରୁମାଙ୍କ ସହ ପରାମର୍ଶ କରିବାକୁ ମତ ରଖିଥିଲେ । ପରିଶେଷରେ ଅଭିଭାବକ ମାନେ ନିଜ ନିଜର ମତାମତ ପଷଣ ପରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜି ଗୁରୁମା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *