Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୁଜି ପରଟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୁଜି ପରଟା

ଆବଶ୍ୟକ ସାମଗ୍ରୀ: ସୁଜି,ତେଲ, ଅଟା, ଲୁଣ, ଘିଅ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କରେଇକୁ ଗରମ କରନ୍ତୁ । କରେଇ ଗରମ ହେବାପରେ ସେଥିରେ ସୁଜି ପକାଇ ଦିଅନ୍ତୁ । ପରେ ସେଥିରେ ଘିଅ ପକାଇ କିଛି ସମୟ ଭାଜନ୍ତୁ । ସୁଜି ଭାଜି ହୋଇଗଲା ପରେ ସେଥିରେ ପାଣି ପକାଇ କିଛି ସମୟ ଜନ୍ତି ଦିଅନ୍ତୁ । ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଦିଅନ୍ତୁ । ସୁଜିର ଜନ୍ତୁଣି ହୋଇଗଲା ପରେ ତାକୁ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ । ତାକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତି । ଥଣ୍ଡା ହୋଇଗଲା ପରେ ସେଥିରେ ଅଳ୍ପ ଅଟା ପକାଇ ଭଲ ଭାବରେ ଚକଟି ଦିଅନ୍ତୁ । ଏହାପରେ ପରଟା କରିବା ପାଇଁ ଗୋଳା କରନ୍ତୁ । ପରେ ଏହାକୁ ପରଟା ଆକାରରେ ବେଲି ଦିଅନ୍ତୁ । ପୁଣି ତାୱାକୁ ଗରମ କରନ୍ତୁ । ତାୱା ଗରମ ହେଲା ପରେ ସୁଜି ପରଟାକୁ ସେଥିରେ ପକାଇ ଦିଅନ୍ତୁ । ଏହା ଉପରେ ଘିଅ ପକାଇ ଓଲଟାଇ ଦିଅନ୍ତୁ । ପରଟାର ଦୁଇ ପାର୍ଶ୍ୱ ହୋଇଗଲା ପରେ ତାକୁ ପ୍ଲେଟକୁ କାଢ଼ି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ସୁଜି ପରଟା । ଏହାକୁ ଆପଣ ତରକାରୀ ଓ ଚଟଣି ସହ ଖାଇ ପାରିବେ ।

Leave a Reply