Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗାରୁଗାଡି ଜବତ : ଗୋଟିଏ ମୃତ ଗୋରୁର ହେଲା ପୋଷ୍ଟବଟମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗାରୁଗାଡି ଜବତ : ଗୋଟିଏ ମୃତ ଗୋରୁର ହେଲା ପୋଷ୍ଟବଟମ

ବାରଙ୍ଗଜ: ମଙ୍ଗଳବାର ୨୨ ତାରିଖ ଦିନ ନରାଜ ବ୍ୟାରେଜ ଛକଠାରୁ ଏକଗୋରୁ ଗାଡି ସ୍ଥାନିୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇଥିବା ବେଳେ ଶନିବାର ଭୋରୁ ପୁଣି ଏକ ଗୋରୁ ଗାଡି ଉଦ୍ଧାର ହୋଇଥିବା ଜଣାପଡିଛି । ଗୋରୁ ଚାଳନ ଦଳ ଏକ ପିକ୍‌ଅପ ଭ୍ୟାନ ଏକାଧିକ ଗୋରୁ ନେଇ ନରାଜ ରାସ୍ତା ଦେଇ ଯିବବୋଲି କିଛି ଲୋକ ବିଶେଷ ସୃତ୍ରରୁ ଖବର ପାଇଥିଲେ । ଲୋକମାନେ ଗୋରୁଗାଡିକୁ ଯବତ କରିବାପାଇଁ ନରାଜ ଗାଁ ଛକରେ ଜଗିରହିଥିଲେ । ଗୋରୁଗାଡିଟି ଆସିବା ଦେଖି ଗାଡିଟିକୁ ରୋକିବାକୁ ଯାଉଥିବା ବେଳେ ଗାଡି ଚାଳକ ଏବଂ ତା ସାଥି ଗାଡି ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଏ ସଂକ୍ରାନ୍ତରେ ଲୋକମାନେ ସ୍ଥାନୀୟ ଗୋଡିସାହି ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ତହିଁରେ ଥିବା ୧୦ଟି ଗୋରୁଙ୍କୁ ଗୋଡ ଏବଂ ମୁହଁ ବନ୍ଧାହୋଇଥିବା ଅବସ୍ଥାରେ ଉଦ୍ଧାର କରିଥିଲେ ତେବେ ତହିଁରୁ ଗୋଟିଏ ଗାଇକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ବାରଙ୍ଗ ପଶୁ ଚିକିତ୍ସାଳୟର ଚିକିତ୍ସକମାନେ ଗାଇଟିର ପୋଷ୍ଟମଟମ କରିବା ପରେ ଗ୍ରାମବାସୀମାନେ ଗାଇଟିକୁ ନିକଟସ୍ଥ ଶ୍ମଶାନରେ ପୋତିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଏହି ରାସ୍ତା ଟି ନିରୋଳା ହୋଇଥିବାରୁ ଗୋରୁ ଚାଳଣ ଦଳମାନେ ଜିବାପାଇଁ ସୁବିଧା ହୋଇଥାଏ

Leave a Reply