Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଭିଯୁକ୍ତ ଭାଷା ନ ବୁଝିଲେ ବି ଚାର୍ଜସିଟ ବେଆଇନ ନୁହେଁ: ସୁପ୍ରିମକୋଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଭିଯୁକ୍ତ ଭାଷା ନ ବୁଝିଲେ ବି ଚାର୍ଜସିଟ ବେଆଇନ ନୁହେଁ: ସୁପ୍ରିମକୋଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଅପରାଧିକ ପ୍ରକ୍ରିୟା (ସିଆରପିସି) ଅନୁଯାୟୀ କୌଣସି ବ୍ୟବସ୍ଥା ନାହିଁ ଯେଉଁଥିରେ କୁହାଯାଇଛି ଯେ ଅନୁସନ୍ଧାନକାରୀ ସଂସ୍ଥା ଚାର୍ଜସିଟ କୋର୍ଟର ଭାଷାରେ ଦାଖଲ କରିବେ । ସିଆରପିସିର ଧାରା ୨୭୨ ଅନୁଯାୟୀ, ରାଜ୍ୟ ସରକାର ହାଇକୋର୍ଟ ଏବଂ ଅନ୍ୟାନ୍ୟ ନିମ୍ନ ଅଦାଲତର ଭାଷା ସ୍ଥିର କରିପାରିବେ । ଜଷ୍ଟିସ ଅଭୟ ଏସ ଓକା ଏବଂ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ଏକ ବେଞ୍ଚ ସିବିଆଇର ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଛନ୍ତି । ଯେଉଁଥିରେ ହାଇକୋର୍ଟ ତଦନ୍ତକାରୀ ସଂସ୍ଥାକୁ ବ୍ୟାପମ ସ୍କାମରେ ଅଭିଯୁକ୍ତ ଦୁଇଜଣଙ୍କୁ ହିନ୍ଦୀରେ ଚାର୍ଜସିଟ୍ ପ୍ରଦାନ କରିବାକୁ କହିଥିଲେ । ସୁପ୍ରିମକୋର୍ଟ କହିଛନ୍ତି କୋର୍ଟର ଭାଷାରେ କିମ୍ବା ଅଭିଯୁକ୍ତ ବୁଝୁ ନ ଥିବା ଭାଷା ଛାଡ଼ି ଅନ୍ୟ ଏକ ଭାଷାରେ ଦାଖଲ ହୋଇଥିବା ଚାର୍ଜସିଟ ବେଆଇନ ନୁହେଁ । କୋର୍ଟ କହିଛନ୍ତି ସିଆରପିସିର ଧାରା ୨୭୨ ଅନୁଯାୟୀ ରାଜ୍ୟ ସରକାର ହାଇକୋର୍ଟ ଏବଂ ଅନ୍ୟାନ୍ୟ ନିମ୍ନ ଅଦାଲତର ଭାଷା ସ୍ଥିର କରିପାରିବେ, କିନ୍ତୁ ଅନୁସନ୍ଧାନକାରୀ ସଂସ୍ଥା କିମ୍ବା ପୋଲିସର ଭାଷା ସ୍ଥିର କରିବାର ଧାରା ଅନୁଯାୟୀ ଏହାର କ୍ଷମତା ନାହିଁ । ସିଆପିସିର ଧାରା ୨୦୭ ଅନୁଯାୟୀ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କୁ ଅଭିଯୁକ୍ତଙ୍କୁ ଚାର୍ଜଶିଟର କପି ଏବଂ ଅନ୍ୟାନ୍ୟ ଦଲିଲ ପ୍ରଦାନ କରିବାକୁ ପଡିବ । ସୁପ୍ରିମକୋର୍ଟ କହିଛନ୍ତି ଯଦି ଅଭିଯୁକ୍ତ ତାଙ୍କୁ ଦିଆଯାଇଥିବା ଚାର୍ଜସିଟର ଭାଷା ଏବଂ ଅନ୍ୟାନ୍ୟ ଦଲିଲଗୁଡ଼ିକୁ ବୁଝିପାରୁନାହାଁନ୍ତି, ତେବେ ସେ ଶୀଘ୍ର କୋର୍ଟରେ ଆପତ୍ତି ଉଠାଇବା ଉଚିତ । ତା’ହେଲେ ଅନୁବାଦିତ ଦଲିଲ ତାଙ୍କୁ ପ୍ରଦାନ କରାଯାଇପାରିବ । ଏଥିସହ, ଯଦି ଅଭିଯୁକ୍ତଙ୍କ ଆଇନଜୀବୀ ଚାର୍ଜଶିଟ ଭାଷା ବୁଝନ୍ତି, ତେବେ ସେ ଏହାକୁ ନିଜ ମହକିଲଙ୍କୁ ବୁଝାଇ ପାରିବେ ଏବଂ ସେହି କ୍ଷେତ୍ରରେ ଅଭିଯୁକ୍ତ ଅନୁବାଦିତ ଦଲିଲ ଗୁଡ଼ିକର ଆବଶ୍ୟକତା ନାହିଁ । କୋର୍ଟ କହିଛନ୍ତି ଚାର୍ଜଶିଟର ଭାଷା ଅଭିଯୁକ୍ତଙ୍କଦ୍ୱାରା ବୁଝି ହେଉ ନ ଥିଲେ ମଧ୍ୟ ଏହା ବେଆଇନ ନୁହେଁ ଏବଂ ଏହି କାରଣରୁ ଜାମିନ ଆବେଦନ କରାଯାଇପାରିବ ନାହିଁ ।

Leave a Reply