Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୋଲକାତାରୁ ପାକିସ୍ତାନୀ ଗୁପ୍ତଚର ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୋଲକାତାରୁ ପାକିସ୍ତାନୀ ଗୁପ୍ତଚର ଗିରଫ

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରୁ ଜଣେ ପାକିସ୍ତାନୀ ଗୁପ୍ତଚରକୁ ଗିରଫ କରିଛି ପୋଲିସ । ଏହାସହ ତା ପାଖରୁ କିଛି ସମ୍ବେଦନଶୀଳ ଡକ୍ୟୁମେଣ୍ଟ ଜବତ ହୋଇଥିବା ଜଣାପଡ଼ିଛି । ଗୁଇନ୍ଦା ସୂଚନା ଆଧାରରେ ହାୱଡାସ୍ଥିତ ତା ଘରୁ ପାକିସ୍ତାନୀ ଗୁପ୍ତଚରକୁ ଗିରଫ କରିବାରେ ସଫଳ ହୋଇଥିଲା କୋଲକାତା ପୋଲିସ । ଦେଶର ସୁରକ୍ଷା ପ୍ରତି ବିପଦ ଥିବା କାର୍ଯ୍ୟକଳାପରେ ସିଧାଳସଳଖ ଲିପ୍ତ ଥିଲା ଏହି ଅଭିଯୁକ୍ତ । ଦୀର୍ଘ ଘଣ୍ଟା ପଚରା ଉଚରା କରିବା ପରେ ଶୁକ୍ରବାର ବିଳମ୍ବିତ ରାତିରେ ଅଭିଯୁକ୍ତକୁ ପୋଲିସ ଗରିଫ କରିଥିଲା । ତାର ମୋବାଇଲ୍‌ରୁ ଦେଶ ସହ ଜଡ଼ିତ ସମ୍ବେଦନଶୀଳ ଫଟୋ, ଭିଡିଓ ଏବଂ ଦସ୍ତାବିଜ୍ ମିଳିଥିବା ନେଇ ପୋଲିସ ସୂଚନା ଦେଇଛି । ଏସବୁ ତଥ୍ୟକୁ ସମ୍ପୃକ୍ତ ଅଭିଯୁକ୍ତ ପାକିସ୍ତାନର ଏକ ଗୁଇନ୍ଦା ଏଜେନ୍ସିକୁ ପଠାଇଥିଲା । କୋଲକାତାର ଏକ କୋରିୟର କମ୍ପାନୀରେ କାର୍ଯ୍ୟ କରୁଥିବା ଅଭିଯୁକ୍ତଜଣକ ପ୍ରଥମେ ଦିଲ୍ଲୀରେ ରହୁଥିଲା ।

Leave a Reply