ରାଷ୍ଟ୍ରୀୟ ସେବା ଭାରତୀ ଦ୍ୱାରା ଆପଦା ପ୍ରବନ୍ଧନ ପ୍ରଶିକ୍ଷଣ ବର୍ଗର ସମାପନ


ଭୁବନେଶ୍ୱର,୨୭/୮:ରାଷ୍ଟ୍ରୀୟ ସେବା ଭାରତୀ ଦ୍ୱାରା ଆପଦା ପ୍ରବନ୍ଧନ ପ୍ରଶିକ୍ଷଣ ବର୍ଗ ଭୁବନେଶ୍ୱର ସ୍ଥିତ ଉତ୍କଳବିପନ୍ନ ସହାୟତା ସମିତିର ସଂଯୋଜନାରେ ଓ ପରିସରରେ ଗତ ତା.୨୬ ଅଗଷ୍ଟ ପ୍ରାତଃ ୯ ଘଟିକାରୁ ଆରମ୍ଭ ହୋଇ ଅଦ୍ୟ ୨୭ ଅଗଷ୍ଟ ଅପରାହ୍ନ ୫ ଘଟିକାରେ ସମାପନ ହୋଇଯାଇଛି । ଉକ୍ତ ବର୍ଗରେ ଆସାମ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଛତିଶଗଡ ଓ ଓଡିଶାର ରାଜ୍ୟସ୍ତରୀୟ ଟୋଲି (ଟିମ୍‍)ର ମୋଟ ୭୧ ଜଣ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପ୍ରଶିକ୍ଷଣ ବର୍ଗରେ ଏନ୍‍.ଡି.ଆର.ଏଫ୍‍., ରେଡକ୍ରସ୍‍ ଓ ଓଡିଶା ଫାୟାର ବ୍ରିଗେଡରର ଅଧିକାରୀମାନେ ନିଜର ଟିମ୍‍ ସହିତ ବିଭିନ୍ନ ପ୍ରାତ୍ୟେକ୍ଷିକ ପ୍ରଶିକ୍ଷଣ ମଧ୍ୟରେ ଆପଦ ପ୍ରବନ୍ଧନ ପ୍ରଶିକ୍ଷଣ ବର୍ଗରେ ସହଯୋଗ କରିଛନ୍ତି । ଏତଦ୍‍ବ୍ୟତିତ ରାଷ୍ଟ୍ରୀୟ ସେବା ଭାରତୀର ବିଭିନ୍ନ ଅଧିକାରୀ ଉପସ୍ଥିତ ରହି ଭିନ୍ନ ଭିନ୍ନ ବିଷୟରେ ଆଲୋଚନା କରିଥିଲେ । ସମାରୋପ ସମାରୋହରେ ଡା. ପତିତପାବନ ମହାନ୍ତି, ଏସ୍‍. ଭି. ଏନ୍‍.ଆଇ.ଆର.ଟି.ଏ.ଆର ର ଡାଇରେକ୍ଟର ମୁଖ୍ୟ ଅତିଥି ହିସାବରେ ଯୋଗଦେଇ ପ୍ରତିଭାଗୀମାନଙ୍କର ମାର୍ଗ ଦର୍ଶନ କରିଥିଲେ । ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସେବା ଭାରତୀର ସଂଯୁକ୍ତ ମହାମନ୍ତ୍ରୀ ଶ୍ରୀମାନ ବିଜୟ ପୁରାଣିକ୍‍ ସେବା ଭାରତୀର ସାରା ଭାରତରେ ଚାଲୁଥିବା କାର୍ଯ୍ୟ ବିଷୟରେ ସୂଚନା ଦେବା ସଂଗେ ସଂଗେ ପ୍ରଶିକ୍ଷଣରୁ ଶିକ୍ଷା ଲାଭ କରିଥିବା ବିଷୟକୁ ନିଜ ନିଜ ପ୍ରାନ୍ତରେ (ରାଜ୍ୟରେ) ପ୍ରଶିକ୍ଷଣ ଦେବା ସହିତ ଆପଦା ରହିତ ସମାଜ ନିର୍ମାଣରେ ସହଯୋଗୀ ହେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ବର୍ଗର ସମାରୋପ ସମାରୋହରେ ସଂଗଠନ ମହାମନ୍ତ୍ରୀ, ରାଷ୍ଟ୍ରୀୟ ସେବା ଭାରତୀ ସୁଧିର କୁମାର ଜୀ. ଟ୍ରଷ୍ଟି, ରାଷ୍ଟ୍ରୀୟ ସେବା ଭାରତୀ ଶ୍ରୀ ଗୁରୁଶରଣ ଜୀ, ଶ୍ରୀଯୁକ୍ତ ସୁମନ୍ତ କୁମାର ପଣ୍ଡା, ପୂର୍ବକ୍ଷେତ୍ର ସେବା ପ୍ରମୁଖ ଶ୍ରୀ ଜଗଦୀଶ ପ୍ରସାଦ ଖାଡଙ୍ଗା, ପ୍ରଶନ୍ନ କୁମାର ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ ।

ସର୍ବ ଶେଷରେ ଉତ୍କଳ ବିପନ୍ନ ସହାୟତା ସମିତିର ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ବିଟ୍ଟଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *