Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତାଲିବାନ ଶାସନରେ ଆଫଗାନିସ୍ତାନର ଗଣମାଧ୍ୟମ ବଞ୍ଚିବା ପାଇଁ ସଂଘର୍ଷ କରୁଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତାଲିବାନ ଶାସନରେ ଆଫଗାନିସ୍ତାନର ଗଣମାଧ୍ୟମ ବଞ୍ଚିବା ପାଇଁ ସଂଘର୍ଷ କରୁଛି

କାବୁଲ: ଗତ ଦୁଇ ବର୍ଷ ଧରି ତାଲିବାନଙ୍କର କ୍ରୁର ଶାସନରେ ଅସ୍ଥିର ହୋଇପଡିଛନ୍ତି ଆଫଗାନିସ୍ତାନୀ । ତେବେ ସେଥିରୁ ବାଦ୍ ପଡି ନାହାନ୍ତି ସାମ୍ବାଦିକ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତ ୧୦ଦିନ ମଧ୍ୟରେ ତାଲିବାନ କର୍ତ୍ତୃପକ୍ଷ ୯ଜଣ ସାମ୍ବାଦିକଙ୍କୁ ଗିରଫ କରିଛନ୍ତି । ଆଫଗାନିସ୍ତାନରେ ସାମ୍ବାଦିକଙ୍କ ଗିରଫଦାରୀକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି ଯାହାର ନାଁ ରହିଛି ରିପୋଟର୍ସ ୱିଦାଉଟ ବର୍ଡର (ଆରଏସଏଫ) । ଆଫଗାନିସ୍ତାନରେ ସାମ୍ବାଦିକଙ୍କ ସ୍ୱାଧୀନତାକୁ ଚପାଯିବା ନେଇ ଆନ୍ତର୍ଜାତୀୟ ସଂଗଠନ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛି । ଆଫଗାନିସ୍ତାନ ନ୍ୟୁଜ ଏଜେନ୍ସି ଖାମା ପ୍ରେସ ଏକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ କୁହାଯାଇଛି ଯେ, ତାଲିବାନ ଶାସନରେ ଆଫଗାନିସ୍ତାନର ଗଣମାଧ୍ୟମ ବଞ୍ଚିବା ପାଇଁ ସଂଘର୍ଷ କରୁଛି । ଗତ ଦୁଇ ବର୍ଷ ମଧ୍ୟରେ ଅନେକ ରେଡିଓ ଏବଂ ଟିଭି ଷ୍ଟେସନ ସହିତ ନ୍ୟୁଜ ଏଜେନ୍ସିଗୁଡିକ ବନ୍ଦ କରାଯାଇଥିଲା । ପ୍ରାୟ ୬ହଜାରରୁ ଅଧିକ ସାମ୍ବାଦିକ ଏଥିପାଇଁ ଚାକିରି ହରାଇଛନ୍ତି । ଆରଏସଏଫ ରିପୋର୍ଟ ଅନୁଯାୟୀ, ତାଲିବାନ ୧୨ଜଣ ସାମ୍ବାଦିକଙ୍କୁ ବିନା କାରଣରେ ଗିରଫ କରିଛି । ଆରଏସଏଫ ଗିରଫ ସାମ୍ବାଦିକଙ୍କ ତାଲିକା ଜାରି କରିଛି । ସେମାନଙ୍କୁ ଗିରଫ କରାଯାଇ ଏକ ଅଜ୍ଞାତ ସ୍ଥାନରେ ଜେଲ୍‌ରେ ରଖାଯାଇଛି ।

Leave a Reply