Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସଂସ୍କାର ଭାରତୀ ପକ୍ଷରୁ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସଂସ୍କାର ଭାରତୀ ପକ୍ଷରୁ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ

କଟକ : ତା ୧୫ ଅଗଷ୍ଟ ରିଖ ସଂସ୍କାର ଭାରତୀ କଟକ ଜିଲ୍ଲା ଆନୁକୁଲ୍ୟରେ ପାଳିତ ହେଇଯାଇଛି ୭୭ ତମ ସ୍ୱାଧୀନତା ଦିବସ । କଳା ଓ ସଂସ୍କୃତି କୁ ସଂସ୍କାର ଭାରତୀ ସବୁବେଳେ ପ୍ରାଧାନ୍ୟ ଦେଇଆସିଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସୁନାମଧନ୍ୟ ଚିକିତ୍ସକ ତଥା ଅଭିନେତା ଏବଂ ଚିତ୍ତରଞ୍ଜନ ସେବା ସଦନ ର ପ୍ରତିଷ୍ଠାତା ଡାକ୍ତର ଚିତ୍ତରଞ୍ଜନ ମିଶ୍ର । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ତବଲା ବାଦକ ଗୁରୁ ଶ୍ରୀ ଗୋପୀନାଥ ବେହେରା, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସୁନାମଧନ୍ୟ ଚିକିତ୍ସକ ତଥା ବଂଶୀ ବାଦକ ଡାକ୍ତର ହରେକୃଷ୍ଣ ନାୟକ । ସମସ୍ତ ଅତିଥି ମାନଙ୍କୁ ସଂସ୍କାର ଭାରତୀ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମଞ୍ଚ ରେ ଅତିଥି ମାନଙ୍କ ସହ ଉପସ୍ଥିତ ଥିଲେ ସଂସ୍କାର ଭାରତୀ କଟକ ଜିଲ୍ଲା ର ଅଧ୍ୟକ୍ଷ ଶ୍ରୀ ବାସୁଦେବ ବରାଡ, ମହାମନ୍ତ୍ରୀ ଯତୀନ ନାୟକ, ଉତ୍କଳ ପ୍ରାନ୍ତ ଅଧ୍ୟକ୍ଷ ଶାନ୍ତନୁ କୁମାର ରଥ, ଉପାଧ୍ୟକ୍ଷ ନିତାଇ ଚରଣ ନନ୍ଦ, ମହାମନ୍ତ୍ରୀ ଶ୍ରୀକାନ୍ତ ଦାସ, କୋଷାଧ୍ୟକ୍ଷ ଦିଲ୍ଲୀପ ଜେନା । ସମସ୍ତ ଦାୟିତ୍ୱ କୁ ତତ୍ତ୍ୱାବଧାନ କରୁଥିଲେ କଟକ ଜିଲ୍ଲା ସହ ମହାମନ୍ତ୍ରୀ ତଥା ଅଭିନେତା ବିକ୍ରମ କେଶରୀ ମହାନ୍ତି । ମଞ୍ଚ ପରିଚାଳନା କରୁଥିଲେ ଜିଲ୍ଲା ସମ୍ପର୍କ ପ୍ରମୁଖ ତଥା ଅଭିନେତା ଅନନ୍ତ ନାରାୟଣ ରଥ । ଅନ୍ୟାନ୍ୟ ସଦସ୍ୟ ମାନଙ୍କ ମଧ୍ୟ ରେ ଉପସ୍ଥିତ ଥିଲେ ଜିଲ୍ଲା କୋଷାଧ୍ୟକ୍ଷ ପୁଷ୍ପାଞ୍ଜଳି ସିଂହ, ଜିତୁ ମହାନ୍ତି, କାର୍ତ୍ତିକ ଚନ୍ଦ୍ର ଜେନା, ପ୍ରଭାତ ମହାପାତ୍ର, ଅମିର ଦାସ, ସଂଯୋଜ ସାମନ୍ତରାୟ, ନମିତା ଉତ୍ତରାୟ, ସୌରଜିତ ନାୟକ ଏବଂ ଅନ୍ୟମାନେ । ମଞ୍ଚ ରେ ପାୟଲ ନୃତ୍ୟ ଅନୁଷ୍ଠାନ ଏବଂ ପଞ୍ଚପୁଷ୍ପ କଳା ପରିଷଦ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ଦେବେନ୍ଦ୍ର ଦାସ ଧୁଡ଼ୁକି ପରିବେଷଣ କରିଥିଲେ । ସମସ୍ତ କଳାକାର, ନୃତ୍ୟଶିଳ୍ପୀ ଏବଂ ନୃତ୍ୟ ଅନୁଷ୍ଠାନ ଙ୍କୁ ପରିଶେଷରେ ସମ୍ମାନିତ କରିଥିଲେ କଟକ ଜିଲ୍ଲା ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଏବଂ ଲେଖକ ଦେବୀଦତ୍ତ ମହାନ୍ତି ।

Leave a Reply