Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅପରାଧୀଙ୍କ ଅଭୟାରଣ୍ୟ ପାଲଟିଛି ନବୀନ ଓଡିଶା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅପରାଧୀଙ୍କ ଅଭୟାରଣ୍ୟ ପାଲଟିଛି ନବୀନ ଓଡିଶା


ଭୁବନେଶ୍ୱର : ମମିତା ମେହେର, ପରୀ, ଗୋବିନ୍ଦ ସାହୁ ହତ୍ୟା, ମାହାଙ୍ଗା ଟ୍ରିପଲ ମଡର, ଦିବାଲୋକରେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଭଳି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପଦାରେ ପକାଇଛି । ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ନେଇ ପୋଲିସ ଡିଜି ହାତଟେକି ଦେଇ ଜଗନ୍ନାଥଙ୍କୁ ମନେ ପକାଇଥିଲେ ଯାହା ପ୍ରମାଣିତ କରିଥିଲା ଓଡ଼ିଶାର ପୋଲିସ ପ୍ରଶାସନ କେତେ ଅସହାୟ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ସହିତ ପୋଲିସ ଓ ପ୍ରଶାସନର କାର୍ଯ୍ୟକୁ ସାଧାରଣ ଲୋକଙ୍କ ପାଖରେ ବିଶ୍ୱସନୀୟ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଶାସକ ବିଜେଡିର ହାତବାରିସୀ ସାଜି ପୋଲିସ ପ୍ରଶାସନ କାର୍ଯ୍ୟ କରୁଥିବାରୁ ଅପରାଧ ଓ ଅପରାଧୀଙ୍କ ଚରାଭୁଇଁ ପାଲଟିଛି ଓଡିଶା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୁଷୁଡି ପଡିଛି । ୨୩ ବର୍ଷର ବିଜେଡି ଶାସନରେ “ଅପରାଧୀଙ୍କ ଅଭୟାରଣ୍ୟ ପାଲଟିଛି ନବୀନ ଓଡିଶା’ । ଓଡ଼ିଶାର ଲୋକେ ଭୋଟ ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କୁ କିନ୍ତୁ ସେ ଏବେ ଶାସନ ବ୍ୟବସ୍ଥାରେ ନାହାନ୍ତି ଏବଂ ସଚିବଙ୍କୁ ଖୁସି କରିବା ପାଇଁ ୫-ଟି ଶାସନ ବ୍ୟବସ୍ଥାର ଡିଣ୍ଡିମ ପିଟୁଛନ୍ତି ଶାସକ ବିଜେଡିର ବିଧାୟକ, ମନ୍ତ୍ରୀ ଓ ନେତାମାନେ । ୫-ଟି ଅର୍ଥାତ୍ ଜଣେ ଆଇଏଏସ, ଜଣେ ଆଇପିଏସ, ଆତ୍ମଘୋଷିତ ସେକେଣ୍ଡ ଇନ୍ କମାଣ୍ଡ୍ ଜଣେ ବିଧାୟକ, ସାଂସଦ ଓ ଖଣି ମାଫିଆଙ୍କ ଭଳି ୫ ଠିକାଦାରଙ୍କ ହାତରେ ଓଡିଶାର ଶାସନ ବ୍ୟବସ୍ଥାକୁ ଟେକି ଦିଆଯିବା ଓଡିଶା ଓ ଓଡିଶାବାସୀଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।

Leave a Reply