Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭଦ୍ରକ ଜିଲ୍ଲାରେ ବଢି ଚାଲିଛି ବାଂଲାଦେଶୀଙ୍କ ସଂଖ୍ୟା, ପ୍ରଶାସନ ପାଖରେ ଖବର ନାହିଁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭଦ୍ରକ ଜିଲ୍ଲାରେ ବଢି ଚାଲିଛି ବାଂଲାଦେଶୀଙ୍କ ସଂଖ୍ୟା, ପ୍ରଶାସନ ପାଖରେ ଖବର ନାହିଁ


ଭଦ୍ରକ: ଭଦ୍ରକ ଜିଲା ଧାମରା ଅଂଚଳରେ ବଢି ବଢି ଚାଲିଛି ବାଂଲାଦେଶୀ ଅନୁପ୍ରବେଶକାରୀ । ଏହି କଥା ପ୍ରଶାସନର ଅଗୋଚରରେ ହେଉଥିବା ବେଳେ କିପରି ପ୍ରଶାସନ ସେମାନଙ୍କୁ ଭୋଟର ତାଲିକାରେ ଯୋଡୁଛି ଏବଂ କିଛି ଦିନ ପରେ ସେମାନେ ଅଂଚଳର ବାସିନ୍ଦା ହେଉଛନ୍ତି ତାହାର ବିଦ୍ଧିବଦ୍ଧ ତଦନ୍ତ ଜରୁରୀ ହୋଇ ପଡିଛି । ଏପରିକି ଏହି ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବଡି ବଢି ଚାଲିଥିବା ବେଳେ ଏମାନଙ୍କୁ ରୋକ ଲଗାଇବାକୁ ପ୍ରଶାସନ ଆଗଭର ନୁହେଁ । ଭଦ୍ରକ ଜିଲ୍ଲା ଉପକୂଳ ବର୍ତୀ ଜିଲ୍ଲା ହୋଇଥିବା ବେଳେ ଏହାର ପରିସୀମା ୨୫୦୫ ସ୍କୋୟାର କି.ମି ଏବଂ ଭୌଗୋଳିକ ଅଂଚଳ ୨,୪୬,୫୨୯ହେକ୍ଟର । ଭଦ୍ରକ ଜିଲ୍ଲାର ଧାମରା ଏବଂ ବାସୁଦେବପୁର ଅଂଚଳରେ ଏହି ବାଂଲାଦେଶୀଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଏହାକୁ ରୋକ କିପରି ଲଗାଯିବ ତାହାର ବିଦ୍ଧିବଦ୍ଧ ନିୟମ କାନୁନ ଠିକ ଭାବେ ପ୍ରଶାସନ ପାଳନ କରୁ ନଥିବା ବେଳେ ସେମାନଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । ଦେଶ ସ୍ୱାଧୀନତାର ପରେ ବାସୁଦେବପୁର ଅଂଚଳରେ ଏକ ବସ୍ତି ପାକିସ୍ତାନପଡା ନାମରେ ଥିବା ବେଳେ ସମୟାନୁକ୍ରମେ ସେହି ପଡାରେ ବାସ କରୁଥିବା ବାଂଲାଦେଶୀ ମାନେ ଭାରତୀୟ ନାଗରିକ ହୋଇଗଲେ । ଏହା କିପରି ସମ୍ଭବ ହେଲା ତାହା ମଧ୍ୟ ପ୍ରଶାସନ କହିବା କଷ୍ଟ, ଏବଂ ସେହି ପାକିସ୍ତାନ ପଡା ଆଜି ଭଳି ଦିନରେ ବିନୋଭା ନଗର ଭାବେ ଖ୍ୟାତ । ଭଦ୍ରକ ଜିଲ୍ଲାର ବାସୁଦେବପୁର ଠାରୁ ଧାମରା ଉପକୂଳବର୍ତୀ ଇଲାକା ୫୦କି.ମି ଅଂଚଳ ମଧ୍ୟରେ ଏହି ବାଂଲାଦେଶୀ ମାନେ ଆସି ବସବାସ କରୁଥିବା ବେଳେ ସମୟାନୁକ୍ରମେ ଏମାନଙ୍କର ପରିବାର ଦିନକୁ ଦିନ ବଢି ବଢି ଚାଲିଛି ମାତ୍ର ସେମାନେ ଆସି କେଉଁ ଅଂଚଳରେ କେତେଦିନ ହେବ ବସବାସ କରୁଛନ୍ତି ଏହାର ଖବର ତହସିଲ କିମ୍ବା ଜିଲ୍ଲା ପ୍ରଶାସନ ପାଖରେ ନଥିବା ଜଣାଯାଇଛି ।ସୂଚନା ଅନୁଯାୟୀ ଧାମରା ଅଂଚଳ ଦେଇ ଏହି ବାଂଲାଦେଶୀ ନିକଟବର୍ତୀ କେନ୍ଦ୍ରାପଡା ଜିଲ୍ଲାକୁ ଯାଇ ସେଠାରେ ମଧ୍ୟ ଦିନକୁ ଦିନ ଆସ୍ଥାନ ବଢାଉ ଥିବା ବେଳେ ଏମାନଙ୍କୁ ରୋକ ଦେବ କିଏ? ଗୋଟିଏ ଗୋଟିଏ ପରିବାର ଏହି ଉପକୂଳବର୍ତୀ ଇଲାକାରେ ରହିବା ପରେ ସେମାନଙ୍କର ସମ୍ପର୍କୀୟ ମାନେ ଦିନକୁ ଦିନ ଆସି ସେହି ଅଂଚଳରେ କୁଡିଆ ସ୍ଥାପନ କରିବା ଏବଂ ସେହି ଅଂଚଳରେ ଥିବା ଚିଙ୍ଗୁଡି ଘେରି ଗୁଡିକରେ ଦୈନିକ ମଜୁରିଆ ଭାବେ କାର୍ଯ୍ୟ କରି ନିଜର ଗୁଜରାଣ ମେଂଟାଇ ଥାନ୍ତି । ପରେ ସେମାନେ ଆଉ ନିଜ ଅଂଚଳକୁ ନଫେରି ସେହି ଅଂଚଳର ରାଜନେତାଙ୍କ ଛତ୍ରଛାୟା ତଳେ ରହି ସେହି ଅଂଚଳର ଭୋଟର ମଧ୍ୟ ବନିଯାଉଥିବା ନଜରକୁ ଆସିଛି । ଧାମରା ଅଂଚଳରେ ବହୁ କାଠ ମିସ୍ତ୍ରି ଆସି ବୋଟ ନିର୍ମାଣ କରିବା ସହ କିପରି କିଛି ବର୍ଷ ମଧ୍ୟରେ ଧାମରା ଅଂଚଳର ସ୍ଥାୟୀ ବାସିନ୍ଦା ହୋଇଗଲେ ଏବଂ କିଏ ସେମାନଙ୍କୁ ଏହି ଜିଲ୍ଲାର ଭୋଟର କରିବା ସହ ରାଜ୍ୟ ସରକାର ଦେଉଥିବା ଖାଉଟି ସୁରକ୍ଷା ଯୋଜନାରେ ମଧ୍ୟ ସାମିଲ ହୋଇଗଲେ ।ତାହାର ପ୍ରକୃତ ତଦନ୍ତ କରାଗଲେ ବହୁ ତଥ୍ୟ ଲୋକଲୋଚନକୁ ଆସି ପାରନ୍ତା ବୋଲି ମଧ୍ୟ ଚର୍ଚା ଚାଲିଛି । ଚଳିତବର୍ଷ ବିଧାନ ସଭାରେ ହୋଇଥିବା ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଓଡିଶାରେ ୧.୬୦ଲକ୍ଷ ବାଂଲାଦେଶୀ ଶରଣାର୍ଥୀ ରହୁଥିବା କଥା ରାଜ୍ୟ ସରକାର କହୁଥିବା ବେଳେ ବାସ୍ତବ ଚିତ୍ର ଏହାଠାରୁ ଭିନ୍ନ । ସରକାରଙ୍କ ତଥ୍ୟ ଅନୁଯାୟୀ ଅନୁଗୁଳରେ୧୫, ବାଲେଶ୍ୱରରେ ୭୫, ଭଦ୍ରକରେ ୨୦୦, ଯାଜପୁରରେ ୩୭୯,କଳାହାଣ୍ଡିରେ ୯୦,କେନ୍ଦ୍ରାପଡାରେ ୪୪୧,ଖୋର୍ଦାରେ ୪୬୫୩,କୋରାପୁଟରେ ୧୯୪,ମାଲକାନଗିରିରେ ୧,୦୪,୨୩୩ ନବରଙ୍ଗପୁରରେ ୪୬୮୪୮ ଏବଂ ରାୟଗଡାରେ ୩୦୪ଜଣ ବାଂଲାଦେଶୀ ରହୁଛନ୍ତି ।ଖବର ଅନୁଯାୟୀ ଚାନ୍ଦବାଲି ତହସିଲରେ ୧୫ବର୍ଷ ପୂର୍ବେ ବାଂଲାଦେଶୀଙ୍କ ସଂଖ୍ୟା ୨ଶହ ଥିବା ବେଳେ ବର୍ତମାନ ସେମାନଙ୍କ ସଂଖ୍ୟା ୯୪ରେ ସିମୀତ ବୋଲି ରେକର୍ଡ କହୁଥିବା ବେଳେ ଏହାର ବାସ୍ତବ ଚିତ୍ର ସଂପୂର୍ଣ ଭିନ୍ନ । ପୂର୍ବରୁ ରହି ଆସୁଥିବା ବାଂଲାଦେଶୀ ସମୟାନୁକ୍ରମେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାରେ ସାମିଲ ହେବା ସହ ରାଜ୍ୟ ସରକାରଙ୍କ ଭୋଟର ହୋଇଯିବା ପରେ ଏହି ସଂଖ୍ୟା କମୁଥିବା ନେଇ ସନ୍ଦେହ ପ୍ରକାଶ ପାଇଛି ମାତ୍ର ଏହା କିପରି ସମ୍ଭବ ହେଲା ତାହାର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ । ଗୋଟିଏ ଗୋଟିଏ ପରିବାର ଓଡିଶାରେ ରହିବା ପରେ ସେମାନଙ୍କ ପରିବାର ସଂଖ୍ୟା ବଢି ବଢି ଚାଲୁଥିବା ବେଳେ କିପରି ରାଜ୍ୟ ସରକାରଙ୍କ ପରିସଂଖ୍ୟାନ ବ୍ୟବସ୍ଥା ଏହା ଗଣନା କରୁଛି ତାହା ମଧ୍ୟ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବେଳ ଥାଉ ଥାଉ ରାଜ୍ୟ ସରକାର ସାବଧାନ ନ ହେଲେ ଆଗାମୀ କିଛି ବର୍ଷ ମଧ୍ୟରେ ଏହା ଆହୁରି ଆଶାତୀତ ଭାବେ ବୃଦ୍ଧି ପାଇବ ଫଳରେ ଏହା ଦେଶ ପାଇଁ ବିପଦର କାରଣ ମଧ୍ୟ ହେବ ।

Leave a Reply