Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବୈଦ୍ୟେଶ୍ୱର-କଳାପଥର ରାସ୍ତା ଦମକଳ କେନ୍ଦ୍ର ନିକଟରେ ପାଖାପାଖି ୩୦ଟନ୍ ର ଗୋମାଂସ ଜବତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବୈଦ୍ୟେଶ୍ୱର-କଳାପଥର ରାସ୍ତା ଦମକଳ କେନ୍ଦ୍ର ନିକଟରେ ପାଖାପାଖି ୩୦ଟନ୍ ର ଗୋମାଂସ ଜବତ

ବୋଲଗଡ : ବୈଦ୍ୟେଶ୍ୱର-କଳାପଥର ରାସ୍ତା ଦମକଳ କେନ୍ଦ୍ର ନିକଟରେ ପାଖାପାଖି ୩୦ଟନ୍ ର ଗୋମାଂସ ନେଇଯାଉଥିବା ଏକ ଆଇଚର (ଟ୍ରକ) ଯାହାର ନଂ ଏମଏଚ ୧୩ଡିକ୍ୟୁ୯୭୯୮ଙ୍କୁ ବଜରଙ୍ଗ ଦଳର ସଭ୍ୟ ଓ ସ୍ଥାନୀୟ ଯୁବକମନାଙ୍କ ଦ୍ୱାରା ଅଟକ ରଖାଯାଇଥିଲା । ଏହି ଗାଡିକୁ ଏସକଟ କରି ୨ଟି ବୋଲରେ ୨୦ଜଣ ପାଖାପାଖି ବିଭିନ୍ନ ମାରଣାସ୍ତ୍ର ଧରି ସୁରକ୍ଷା ଦେଇ ବାଟ କଢାଇ ନେଉଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବଜରଙ୍ଗ ଦଳର କର୍ମୀ ଓ ସ୍ଥାନୀୟ ଯୁବକମାନେ ଗୋମାଂସ ଚାଲାଣର ଟ୍ରକର ଡ୍ରାଇଭର ଓ ହେଲପରକୁ କାବୁ କାରିନେଇଥିଲେ । ଖବର ଦେବା ପରେ ବୈଦ୍ୟେଶ୍ୱର ଥାନା ଷ୍ଟାପ ପହଞ୍ôଚ ଡ୍ରାଇଭର, ହେଲପରଙ୍କୁ ଆରେଷ୍ଟ କରି ଥାନାକୁ ପଠାଇଥିଲେ । ଏହି ଭଳି ଘଟଣା ଦେଖି ସ୍ଥାନୀୟ ବାସୀ ଉତ୍ୟକ୍ତ ହୋଇ ସରକାରଙ୍କର ଏଭଳି ଗୋଚାଲାଣ ବିରୁଧରେ କୈାଣସି କାର୍ଯ୍ୟକ୍ରମ ନହେଉଥିବାର ନିସ୍କ୍ରିୟତାକୁ ନେଇ ନିନ୍ଦା କରିଥିଲେ । ଗତ ୧୫ଦିନ ମଧ୍ୟରେ ବାଙ୍କୀରେ ଦୁଇ ଦୁଇ ଥର ଗୋମାଂସ ଚାଲାଣର ଜବତ ସ୍ଥାନୀୟ ପ୍ରଶାସନ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଥିବାର ତଥା ସର୍ବସାଧାରଣରେ ଆଲୋଚନା ହେଉଥିଲା । ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ବାଙ୍କୀ ତହସିଲଦାରଙ୍କୁ ଯୋଗାଯୋଗ କରି ଉକ୍ତ ଗୋମାଂସକୁ ଗାତ ଖୋଳି ନାଟେରୀ ନିକଟରେ ଥିବା ଅବ୍ୟବହୃତ ପଡିଆରେ ପୋତା ଯାଇଥିଲା । ପ୍ରକାଶ ଥାଉକି ଉତ୍ୟକ୍ତ ଜନତ। । ଅଟକାଉ ଥିବା ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଗତ ରାତ୍ରିରୁ ଅପେକ୍ଷା କରାଯାଇ ଯୋଜନା ବଦ୍ଧ ଭାବରେ ଗୋମାଂସକୁ ଜବତ କରିବା ପରେ ଗୋଚାଲାଣ କରୁଥିବା ଅଭିଯୁକ୍ତ ମାନଙ୍କ ତରଫରୁ ସାମ୍ପ୍ରଦାୟକତା ଦ୍ୱାହି ଦେଇ ଖସିଯିବାକୁ ଚାହୁଁଥିଲେ, ମାତ୍ର ଚାଲାଖ କରି ସ୍ଥାନୀୟ ଯୁବକମାନେ ଡ୍ରାଇଭର ଓ ତାର ସହଯୋଗୀକୁ ଅଟକ ରଖିଥିଲେ । ଏସକଟରେ ଥିବା ଯୁବକ ମାନେ ଫାଙ୍କା ଗୁଳି କରି ସ୍ଥାନୀୟ ଯୁବକଙ୍କୁ ଭୟଭିତ କରି ତାର ଫାଇଦା ନେବାକୁ ଚେଷ୍ଟାକଲା ବେଳେ ତାହା ସମ୍ଭବ ହୋଇ ନଥିଲା । ପ୍ରିଭେନସନ ଅଫ ଆନିମାଲ କ୍ରୁଏଲଟି ଆକ୍ଟ ଧାରା ୪ ଅନୁସାରେ , ଭାରତୀୟ ପିଙ୍ଗଳ କୋର୍ଟ ଧାରା ୪୨୮ ଓ ୪୨୯ ଅନୁସାରେ ଓ ମୋଟର ଭେଇକିଲ ଆକ୍ଟ ଅନୁସାରେ ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନିସ୍କ୍ରିୟତା ପ୍ରକାଶ କରୁଥିବାରୁ କ୍ରମାଗତ ଭାବରେ ଏହିଭଳି ବ୍ୟବସାୟ ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ଚାଲୁରହିଥିବାର ଖବର ପ୍ରକାଶ ପାଉଛି । ତିଗିରିଆ ଅଞ୍ଚଳର କରଡାପଲ୍ଲୀ ପଙ୍କାଳର ଉତ୍ତର ପାଶ୍ୱର୍ରେ ଥିବା ଜଙ୍ଗଲରେ ହଜାର ହଜାର ସଂଖ୍ୟାର ଗୋରୁଙ୍କୁ ଅଟକ ରଖାଯାଇ ମାଂସ କରି ବାହାରକୁ ଚାଲାଣ କରାଯାଉଥିବାର ଖବର ପ୍ରକାଶ ପାଇବା ପରେ ହିନ୍ଦୁ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । କୈାଣସି ସାମ୍ପ୍ରଦାୟିକ ଦଙ୍ଗା ଘଟିବା ପୂର୍ବରୁ ସରକାରୀ ନିଜର ଗୁଇନ୍ଦା ବିଭାଗ ଓ ପୋଲିସ ବିଭାଗ କୁ ଲଗାଇ ଯଦି ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଭବିଷ୍ୟତରେ କୈାଣସି ଏକ ଅଘଟଣ ଘଟିବା ଲକ୍ଷଣ ଆଗାକୁ ଦେଖାଯାଉଛି ।

Leave a Reply