Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରତିଭା ଦେଖାଇଲେ କୁନି କୁନି ବୈଜ୍ଞାନିକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରତିଭା ଦେଖାଇଲେ କୁନି କୁନି ବୈଜ୍ଞାନିକ

ଅସ୍ତରଙ୍ଗ : ଛାତ୍ରଛାତ୍ରୀଙ୍କ ଭିତରେ ଥିବା ବୈଜ୍ଞାନିକ ଚିନ୍ତାଧାରା ବିକାଶ ଲକ୍ଷ୍ୟରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜ୍ଞାନ ବିଜ୍ଞାନ ମେଳା ଆୟୋଜିତ ହୋଇଥିଲା । କାକଟପୁର ନିର୍ବାଚନ ମଣ୍ଡଳୀର ୬ ଟି ବିଦ୍ୟାଳୟ ଯୋଗେଶ୍ୱରପୁର ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, କାକଟପୁର ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ଓଥକା ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ଆମପଡା ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ବାଲିଦୋକାନ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ଅସ୍ତରଙ୍ଗ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ଭାଗ ନେଇ ପ୍ରତିଭା ଦେଖାଇଥିଲେ । କିଏ ସୋଲାର ପ୍ୟାନେଲ ତିଆରି କରିଛି, କିଏ ସ୍ମାଟ ଭିଲେଜ କରି ଦେଖାଇଛି । ଏହି ଦିନିକିଆ ବିଜ୍ଞାନ ମେଳାରେ ୭୯ଟି ପ୍ରକଳ୍ପ ସାମିଲ ହୋଇଥିବା ବେଳେ ୧୧୨ଜଣ ପ୍ରକଳ୍ପଧାରୀ ଭାଗ ନେଇଥିଲେ । ପିଲାମାନେ ତିଆରି କରିଥିବା ପ୍ରୋଜେକ୍ଟ ଗୁଡିକୁ ଅତିଥି ବୁଲି ଦେଖିବା ସହ ବିଜ୍ଞାନ ଓ ଗଣିତ ସମ୍ବଦୀୟ ବିଷୟରେ ଆଲୋଚନା କରିଥିଲେ । ଉଦାଯାପନୀ ସମୟରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ନାୟକ, ମୁଖ୍ୟ ବକ୍ତା ବିଭାଗ ନିରୀକ୍ଷକ ପ୍ରସନ କୁମାର ମହାନ୍ତି, ସମ୍ମାନୀତ ଅତିଥି ବିଦ୍ୟାଳୟ ସଭାପତି ଅଜିତ କୁମାର ବିଶ୍ୱାଳ, ସଂକୁଳ ପ୍ରମୁଖ ସୁରେନ୍ଦ୍ର କୁମାର ମାଣିକ ଥିବା ସଭା ପରିଚାଳନା କରିଥିଲେ ଅସ୍ତରଙ୍ଗ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଭୀମସେନ ରାୟ । ଶେଷରେ କୃତି ପ୍ରକଳ୍ପଧାରୀ ଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply