ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଜ୍ଞାନ ବିଜ୍ଞାନ ମେଳା

ଭୁବନେଶ୍ୱର: ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରେ ୨୯ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦେବାଶିଷ ପରିଡା ଅଧ୍ୟକ୍ଷତା କରିଥିଲେ । ଉକ୍ତ ଉତ୍ସବରେ ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ମୁଖ୍ୟ କପିଳ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମର ଦୈନଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା ଓ ଉପଦେୟତା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଖଣିଜ ଓ ଧାତବ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡଃ ବିବେକ ଦାଶ ଯୋଗଦେଇ ମାନବ ସମାଜର ଅଗ୍ରଗତିରେ ଆଧୁନିକ ବିଜ୍ଞାନର ଯୋଗଦାନ ସଂପର୍କରେ ବିସ୍ତୃତଭାବେ ବର୍ଣ୍ଣନା କରିଥିଲେ । ଏହା ବ୍ୟତୀତ ଉପସ୍ଥିତ କୁନିକୁନି ବୈଜ୍ଞାନିକ ମାନଙ୍କୁ ନୂତନ ଜ୍ଞନ କୌଶଳ ପ୍ରତି ରୁଚି ରଖି ଭବିଷ୍ୟତରେ ଜଣେ ଜଣେ ସଫଳ ବୈଜ୍ଞାନିକ ହୋଇ ବିଶ୍ୱ ସମୁଦାୟର ମଂଗଳ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସେହି ଉତ୍ସବରେ ପରିଚାଳନା ସମିତିର ସଂପାଦକ ଇନ୍ଦ୍ରମଣୀ ସେଣ୍ଡ୍ ଉପସ୍ଥିତ ଥିଲେ । ସେହିପରି ଉଦ୍‌ଯାପନୀ ଉତ୍ସବରେ ଓଡିଶା ବିଜ୍ଞାନ ଏକାଡେମୀର ସଭାପତି ପ୍ରଫେସର ବିଭୁୂତିଭୂଷଣ ମିଶ୍ର ଏବଂ ସଂପାଦକ ପ୍ରଫେସର ଆଶିଷ ମହା\”ି ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଶିଶୁ ବୈଜ୍ଞାନିକ ମାନଙ୍କୁ ବିଜ୍ଞାନ ପ୍ରତି ଅଭିରୁଚି ରଖି ଭବିଷ୍ୟତରେ ଜଣେ ସଫଳ ବିଜ୍ଞାନବିତ୍ ହେବାକୁ ପରାମର୍ଶ ଦେଇଥିଲେ । ଉତ୍ସବ ଶେଷରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ମଞ୍ଚାସୀନ ଅତିଥିଗଣ ପୁରସ୍କୃତ କରିଥିଲେ । ଜ୍ଞାନ ବିଜ୍ଞାନ ମେଳାର ପ୍ରମୁଖ ଦତ୍ତହରି ସ୍ୱାଇଁ ବିଜ୍ଞାନ ମେଳାର ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ସୁରେଶ ଚନ୍ଦ୍ର ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ କେଦାରନାଥ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଜ୍ଞାନ ବିଜ୍ଞାନ ମେଳାରେ ବିଭିନ୍ନ ବର୍ଗରେ ପ୍ରାୟ ୭୦୦ ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିଥିଲେ ।ବିଦ୍ୟାଳୟର ସମସ୍ତ ଗୁରୁଜୀ-ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *