Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁରୀ ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁରୀ ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ପୁରୀ: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକ (ଘୋଡା ବଜାର) ପରିସରରେ ପୁରୀ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ପୁରୀ ସଂକୁଳ ଅଧୀନରେ ଥିବା ୧୧ଟି ବିଦ୍ୟାଳୟରୁ ସଂକୁଳକୁ ଉତ୍ତୀର୍ଣ୍ଣ ହୋଇଥିବା ୧୨୯ ଜଣ ପ୍ରତିଭାଗୀ ବିଜ୍ଞାନ ପ୍ରକଳ୍ପ ପ୍ରୟୋଗ,ପ୍ରଶ୍ନମଞ୍ଚ ଓ ପତ୍ରବାଚନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଥିମଧ୍ୟରୁ ୧୧ଜଣ ବିଭାଗ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନର ବିଭିନ୍ନ ବିଷୟରେ ସମୁଦାୟ ୪୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ମୁଖ୍ୟ ଅତିଥ ରୂପେ ପୁରୀ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥ ନିଜ ଅଭିଭାଷଣରେ ମତବ୍ୟକ୍ତ କରି କହିଥିଲେ କି ବୈଜ୍ଞାନିକ ଚିନ୍ତାଧାରାକୁ ଭବିଷ୍ୟତରେ ଉଚିତ ମାର୍ଗରେ ପ୍ରୟୋଗକୁ ଛାତ୍ରୀଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲାର ବିଭିନ୍ନ ବିଦ୍ୟାଳୟର ସୁନାମ ଅର୍ଜନ କରିଥୁବା ୨୫ଜଣ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀଗଣ ବିଚାରକ ଭାବରେ ଯୋଗଦାନ କରି ଶିଶୁ, ବାଲ ଓ କିଶୋର ବର୍ଗର ପ୍ରତିଭାଗୀ ମଧ୍ୟରୁ ଶ୍ରେଷ୍ଠ ପ୍ରତିଭାଗୀ ମାନଙ୍କୁ ନିର୍ବାଚନ କରିଥିଲେ । ଉଦଯାପନ ପର୍ବରେ ମୁଖ୍ୟ ଅତିଥି ଭାବେ ସାମନ୍ତ ଚନ୍ଦ୍ର ଶେଖର (ସ୍ୱୟଂ ଶାସିତ) ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ତପନ କୁମାର କାନୁନଗୋ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସଫ୍ଟୱୟାର ଇଂଜିନିୟର ତଥା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରପୂର୍ବଛାତ୍ର ସୈାମ୍ୟ ରଞ୍ଜନ ସାହୁ ଓ ପୁରୀ ସହ ଜିଲା ପ୍ରମୁଖ ଶ ଦୀନବନ୍ଧୁ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରେଷ୍ଠ ପ୍ରତିଭାଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ ଅଭିମନ୍ୟୁ ଭୂୟାଁ, ସମ୍ପାଦକ ଶ ସିମାଚଳ ପଣ୍ଡା ,ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ବିକାଶ ଦତ୍ତ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ଅରବିନ୍ଦ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଂକୁଳ ବିଜ୍ଞାନ ପ୍ରମୁଖ ଆଚାର୍ଯ୍ୟ ନିତ୍ୟାନନ୍ଦ ପ୍ରଧାନ ବିବରଣୀ ପଠନ କରିଥିଲେ ।ଆଚାର୍ଯ୍ୟ ପ୍ରିୟରଞ୍ଜନ ଖୁଣ୍ଡିଆ ପୁରସ୍କାର ବିତରଣ ପର୍ବକୁ ଆଗେଇ ନେଇଥିଲେ । ଶେଷରେ ଧନେଶ୍ୱର ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥୁଲେ । ସଂକୁଳ ସଂଯୋଜକ ଅରବିନ୍ଦ ଦାସ କାର୍ଯ୍ୟକ୍ରମ ସଂଯୋଜନା ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂକୁଳ ଅନ୍ତର୍ଗତ ୧୧ଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ପରିଚାଳକ ଓ ଆଚାର୍ଯ୍ୟ-ଆଚାର୍ଯ୍ୟ ମାନଙ୍କ ସହଯୋଗରେ ଓ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ତେବେ ଅନୁଷ୍ଠିତ ହୋଇଥିବା ଜ୍ଞାନ ବିଜ୍ଞାନ ମେଳାର ଆର୍କଷଣ ର ସାଜିଥିଲା । ଶ୍ରୀମନ୍ଦିର ଅଞ୍ଚଳରେ ପ୍ରଚୁର ପରିମାଣର ବର୍ଷାଜଳକୁ କିଭଳି ସଂରକ୍ଷଣ କରାଯାଇ ପାରିବ ଆଉ ସଠିକ ବିନିଯୋଗ ହୋଇପାରିବ । ବିଦ୍ୟାଳୟର ଅଷ୍ଟମଶ୍ରେଣୀ ଛାତ୍ରୀ ଶ୍ରୀୟା ସୁହାନି ପାଢୀ ଏପରି ଏକ ପ୍ରକଳ୍ପ ପ୍ରର୍ଦଶନ କରିଥିଲେ । ଆୟୋଜିତ ସଂକୁଳ ସ୍ତରୀୟ ବିଜ୍ଞାନମେଳାରେ ଏହି ପ୍ରୋଜେକ୍ଟକୁ ଚମତ୍କାର ଭାବେ ପ୍ରଦର୍ଶନ କରି ବାଲ ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବର୍ଷା ଦିନେ ଶ୍ରୀମନ୍ଦିରରୁ ସଂଗ୍ରହ କରି କିଭଳି ସଂରକ୍ଷଣ କରାଯିବ ଆଉ ସେଠାରୁ ସଂରକ୍ଷିତ ଜଳକୁ ପାଦ ପ୍ରକ୍ଷାଳନ ସ୍ଥଳକୁ ଓ ସେଠାରୁ ଉଦ୍‌ଯାନକୁ ଜଳସେଚନ କରାଯିବ ତାକୁ ସୁନ୍ଦର ଭାବେ ସେ ପ୍ରର୍ଦଶିତ କରିଥିଲେ ।

Leave a Reply