ପୋଲିସ୍ ହାତରେ ଗୋମାଂସ ଚାଲାଣ ଗାଡି

ନିମାପଡ଼ା: ନିମାପଡା ଅଞ୍ଚଳରେ ଗୋବଦ୍ଧ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇଥିବା ବେଳେ ଗୋମାଂସ ଚାଲାଣ ପ୍ରତି ସମୟରେ ହେଉଥିବା ବେଳେ ଚାରିଛକ ଥାନା ପୋଲିସ ହାତରେ ଆଜି ଏକ ଗୋମାଂସ ଗାଡି ଧରାପଡିଛି । ୧୦ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗୋମାଂସ ପୋଲିସ ଜବତ କରିଥିବା ବେଳେ ଏହାକୁ ନେଇ ଯାଉଥିବା ବ୍ୟକ୍ତିକୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ପଞ୍ଚାୟତ କୁସୁମାଠେଙ୍ଗ ବସ୍ତିରେ ପ୍ରତ୍ୟେକ ଦିନ ଶତାଧିକ ଗୋରୁଙ୍କୁ ମାରି କଂସେଇମାନେ କଲିକତା ଗୋମାଂସ ଚାଲାଣ କରୁଛନ୍ତି । ଦୀର୍ଘଦିନ ହେବ ଏହି ଖବର ବିଭିନ୍ନ ଗଣମାଧ୍ୟମରେ ବାଜୁଥିବା ବେଳେ ଆଜି ପୂର୍ବାହ୍ନରେ ଏକ ପିକ୍‌ଅପ୍ ବୋଲେରୋ ଗୋମାଂସ ନେଇ ନିଆଳୀ ଅଭିମୁଖେ ଯାଉଥିବା ବେଳେ ଖବର ପାଇ ଚାରିଛକ ଥାନା ଅଧିକାରୀ ମମତା ବିଶ୍ୱାଳ ସଦଳବଳେ ଚଢଉ କରି ଗାଡିକୁ ଜବତ କରିଥିବା ବେଳେ ଗୋମାଂସ ନେଇ ଯାଉଥିବା ନିଆଳୀ ଥାନା ପୋଷନ ମୌଜା ସୟେଦ ରସନ ଗାଡିରୁ ଡେଇଁ ଦୌଡୁଥିବା ବେଳେ ପୋଲିସ କେତେକ ଲୋକଙ୍କ ସହାୟତାରେ ସୟେଦ ରୋସନକୁ ଧରିବାରେ ସକ୍ଷମ ହୋଇଛି । ବୋଲେରୋରେ ଥିବା ୧୦ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗୋମାଂସକୁ ପୋଲିସ ନଷ୍ଟ କରିଦେଇଛି । ଅନ୍ୟମାନଙ୍କ ଉପରେ ପୋଲିସ କଡା ନଜର ରଖିଛି ।

Leave a Reply

Your email address will not be published. Required fields are marked *