ବଲାଙ୍ଗିରରେ ବାଂଲାଦେଶୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ବଲାଙ୍ଗିରି: ବିଗତ କିଛିବର୍ଷଧରି ସହରରେ ବାଂଲାଦେଶୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମିସ୍ତ୍ରୀଫେରିବାଲା ଆଦି ପରିଚୟ ଦେଇ ସେମାନେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ରହୁଛନ୍ତି । ସେମାନଙ୍କ ପାଖରେ ଆଧାରକାର୍ଡ, ଭୋଟରକାର୍ଡ କିମ୍ବା ଲେବରକାର୍ଡ ନାହିଁ । ଅନାୟସରେ ବସ୍ ଏବଂ ରେଳ ଯୋଗେ ଆସି ବଲାଙ୍ଗିରରେ ରହୁଛନ୍ତି । ଷ୍ଟେସନ ଦେଇ ଆସିବା ବେଳେ ଆର.ପି.ଏଫ. ନଜର ରଖୁ ନାହାନ୍ତି । ସେପଟେ ବର୍ଷବର୍ଷ ଧରି ବିଭିନ୍ନ ଅଞ୍ଚଳରେ ରହୁଥିଲେ ହେଁ ସ୍ଥାନୀୟ ପୋଲିସ କିମ୍ବା ପ୍ରଶାସନ ସେମାନଙ୍କ ଯାଞ୍ଚ କରୁନାହିଁ । ଦୀର୍ଘଦିନ ଧରି ସେମାନେ ଉକ୍ତ ଅଞ୍ଚଳରେ ରହିବା ପରେ ହତ୍ୟା, ମହିଳାଙ୍କୁ ଅସଦାଚରଣ, ନିଶା କାରବାର ଭଳି ଅସାମାଜିକ କାର୍ଯ୍ୟରେ ସଂପୃକ୍ତ ରହୁଛନ୍ତି । ବିଗତ ଦିନରେ ବଲାଙ୍ଗିରରେ ଘଟିଥିବା ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି । ଯଦି ଜିଲ୍ଲାର ପ୍ରବେଶପଥ ଏଭଳି ମୁକୁଳା ରହିବ ଏବଂ ଏମାନଙ୍କୁ ଯାଞ୍ଚ କରୁଥିବା ପ୍ରହରୀ ନୀରବ ରହିବେ, ତାହେଲେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଆଗାମୀ ଦିନରେ ଆହୁରି ବଢ଼ିବା ସହ ଅପରାଧିକ କାର୍ଯ୍ୟ ମଧ୍ୟ ବୃଦ୍ଧି ପାଇବା ଆଶଙ୍କା ରହିଥିବା ସାଧାରଣରେ ମତ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଗତ କିଛିବର୍ଷ ହେଲା କେବଳ ବଲାଙ୍ଗିର ସହର ନୁହେଁ ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରାୟ ନିର୍ମାଣ କାର୍ଯ୍ୟରେ ରାଜ୍ୟ ବାହାରର ଶ୍ରମିକ ନିୟୋଜିତ ହେଉଛନ୍ତି । ଶହଶହ ସଂଖ୍ୟାରେ ଆସି ସେମାନେ ବିଭିନ୍ନ ସ୍ଥାନରେ ରହୁଛନ୍ତି । ନାଁ ସେମାନଙ୍କ ପାଖରେ କୌଣସି ପଚିଚୟ ପତ୍ର ଅଛି ନାଁ ପୋଲିସ ରେକର୍ଡ ଯାଞ୍ଚ କରାଯାଉଛି । ଆର.ପି.ଏଫ.ର ଏଭଳି ଅବହେଳା ପାଇଁ ପ୍ରତିଦିନ ଇସ୍ପାତ ଏବଂ ସମଲେଶ୍ୱରୀ ଏକ୍ସପ୍ରେସରୁ ଦଳଦଳ ହୋଇ ଏମାନେ ଓହ୍ଲାଇ ବଲାଙ୍ଗିରକୁ ପ୍ରବେଶ କରୁଛନ୍ତି । ଗତ ୬ମାସ ତଳେ ଏମାନଙ୍କ ଅନୁପ୍ରବେଶକୁ ବଲାଙ୍ଗିର ରାଜମିସ୍ତ୍ରୀ ସଂଘ ବିରୋଧ କରିଥିଲା । ଏନେଇ ଥାନାରେ ମାମଲା ହେବା ସହ ସଂଘ ପକ୍ଷରୁ ଶୋଭାଯାତ୍ରା କରି ପ୍ରଶାସନର ଦୃଷ୍ଟି ଆକାର୍ଷଣ କରାଯାଇଥିଲା । ତଥାପି ପ୍ରଶାସନ ଏହି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କଲା ନାହିଁ । ସେସମୟରେ ସଂଘ ଅଭିଯୋଗ କରିଥିଲା ଯେ, ଏଠିକାର ମିସ୍ତ୍ରୀ ଓ ଶ୍ରମିକଙ୍କୁ କାମ ମିଳୁନି । ହେଲେ ବଙ୍ଗାଳରୁ ମିସ୍ତ୍ରୀ- ଶ୍ରମିକ ଆସି କାମ କରୁଛନ୍ତି । ପ୍ରାୟ ସମୟରେ ସେମାନେ ନିଜ ଅଞ୍ଚଳରେ ଅପରାଧ ଘଟାଇ ଏଠାକୁ ଚାଲିଆସୁଥିବା କଥାକୁ ଏଡା ନ ପାରେ । ପୁଣି କେତେବେଳେ ଏଠାରେ ମଧ୍ୟ ଅପରାଧ ଘଟାଇ ନିଜ ଅଞ୍ଚଳକୁ ଫେରି ଯିବା କଥା ମଧ୍ୟ କିଛି ଅସମ୍ଭବ ନୁହେଁ । ପ୍ରାୟ ସମୟରେ ପୋଲିସ ଚଢ଼ଉ କରୁଥିବା ନିଶା ଆଡ୍ଡାରୁ ବାଂଲାଦେଶୀ ଧରାପଡୁଛନ୍ତି । ଏକଦା ହାତ ଗଣତି ସୀମିତ ରହୁଥିବା ବେଳେ ବର୍ତ୍ତମାନ ବାଂଲାଦେଶୀ ରାଜମିସ୍ତ୍ରୀ ହଜାର ହଜାର ସଂଖ୍ୟାରେ ପହଞ୍ଚିଲାଣି । ତେଣୁ କାମ ଅନ୍ୱେଷଣ ନାଁରେ ଆସି ଅପରାଧ ଘଟାଉଥିବା ଅନୁପ୍ରବେଶକାରୀଙ୍କୁ ନିୟନ୍ତ୍ରଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା । ହେଲେ ସବୁଜାଣି ବି ପୋଲିସ ଓ ପ୍ରଶାସନ ଚୁପ ।

Leave a Reply

Your email address will not be published. Required fields are marked *