Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅମୃତ ଭଣ୍ଡା ବହୁତ ଉପକାରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅମୃତ ଭଣ୍ଡା ବହୁତ ଉପକାରୀ

ଅମୃତ ଭଣ୍ଡା ବହୁତ ଉପକାରୀ । କିନ୍ତୁ ସେହି ଅମୃତଭଣ୍ଡା ଗଛର ପତ୍ର ମଧ୍ୟ ଅନେକ ଉପକାର ଦେଇଥାଏ । ତାହା ଖୁବ କମ୍ ଲୋକେ ଜାଣନ୍ତି । ବିଶେଷ କରି ଡେଙ୍ଗୁ ଜ୍ୱର ହେଲେ ଅମୃତ ଭଣ୍ଡା ପତ୍ରର ଜୁସ୍ ପିଇବାକୁ ଅଭିଜ୍ଞବ୍ୟକ୍ତି ମାନେ ପରାମର୍ଶ ଦେଇଥାନ୍ତି । କାରଣ ଅମୃତଭଣ୍ଡା ପତ୍ର ଜୁସ୍ ପିଇବା ଦ୍ୱାରା ଶରୀରେ ରକ୍ତକଣିକା (ପ୍ଲେଟ୍‌ଲେଟ୍‌) ବଢ଼ିଥାଏ । ହେଲେ ଏସବୁ ବାଦ୍ ଅମୃତଭଣ୍ଡା ପତ୍ରରେ ଯେ ଆହୁରି ଅନେକ ଔଷଧୀୟ ଗୁଣ ରହିଛି ତାହା ବୋଧେ ସମସ୍ତଙ୍କୁ ଜଣାନଥିବ । ଅମୃତ ଭଣ୍ଡା ପତ୍ରରେ ଥିବା ଆଣ୍ଟିବ୍ୟାକ୍ଟେରିଆ ଗୁଣ ଶରୀର ଚର୍ମ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । କେବଳ ଏହି ଗୋଟିଏ ନୁହେଁ, ଅନେକ ଘରୋଇ ଉପଚାରରେ ମଧ୍ୟଅମୃତ ଭଣ୍ଡା ପତ୍ରର ବ୍ୟବହାର କରାଯାଇପାରେ । ଡେଙ୍ଗୁ ରୋଗର ଉପଚାର ପାଇଁ ଅମୃତ ଭଣ୍ଡା ପତ୍ରର ଜୁସ୍ ଔଷଧ ଭଳି କାମ କରେ । ଏହାକୁ ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ଓ ଜ୍ୱର ଭଳି ସମସ୍ୟାରୁ ମୁକ୍ତି ମିଳିବା ସହିତ ଶରୀରରେ ରକ୍ତ କଣିକା ବୃଦ୍ଧିରେ ସହାୟକ ହୋଇଥାଏ । ଜ୍ୱର ସମୟରେ ହେଉଥିବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏହି ରସ ଦ୍ୱାରା ଦୂର ହୋଇ ପାରିବ ବୋଲି ଗବେଷକମାନଙ୍କର ମତ ରହିଛି । ତେବେ କେବଳ ଅମୃତ ଭଣ୍ଡା ପତ୍ର ଜୁସ୍ ପିଇଲେ ଡେଙ୍ଗୁ ଭଲ ହୋଇପାରିବ ନାହିଁ । ଏହା କେବଳ ରୋଗ ଭଲ କରିବାରେ ସହାୟକ ହେବ । କିନ୍ତୁ ଡେଙ୍ଗୁ ହେଲେ ଉପଯୁକ୍ତ ଚିକିତ୍ସା ଆବଶ୍ୟକ । ତେଣୁ ଡାକ୍ତରଙ୍କ ପରାମର୍ଶ ନିହାତି ଜରୁରୀ । ଏତଦ୍ ବ୍ୟତୀତ ଅମୃତ ଭଣ୍ଡା ପତ୍ରର ଜୁସ୍ ଆମକୁ ଅନେକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । ଅମୃତ ଭଣ୍ଡା ପତ୍ରର ଜୁସ୍ ପ୍ରତ୍ୟେକ ଦିନ ପିଇବା ଦ୍ୱାରା ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ

Leave a Reply