Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନୁହ ହିଂସାକୁ ନେଇ ଆକ୍ସନରେ ପୋଲିସ ରୋହଙ୍ଗିଆ ବସ୍ତି ଉପରେ ଚଢ଼ିଲା ବୁଲଡୋଜର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନୁହ ହିଂସାକୁ ନେଇ ଆକ୍ସନରେ ପୋଲିସ ରୋହଙ୍ଗିଆ ବସ୍ତି ଉପରେ ଚଢ଼ିଲା ବୁଲଡୋଜର

ନୂଆଦିଲ୍ଲୀ: ହରିୟାଣା ନୁହ ହିଂସା ଘଟଣାରେ ଆକ୍ସନ ମୋଡରେ ଆସିଛି ପୋଲିସ । ଏପର୍ଯ୍ୟନ୍ତ ୫ ଜିଲ୍ଲାରେ ୯୩ଟି ଏଫଆଇଆର୍ ରୁଜୁ ହୋଇଥିବା ବେଳେ ୧୭୬ଜଣ ଗିରଫ ହୋଇଛନ୍ତି । ସେହିପରି କେବଳ ନୁହ ଜିଲ୍ଲାରେ ୪୬ଟି ମାମଲା ରୁଜୁ ହୋଇଛି । ସେପଟେ ନୁହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ସିଙ୍ଗଲାଙ୍କୁ ବଦଳି କରାଯାଇଛି । ଏସପି ବରୁଣ ସିଙ୍ଗଲା ଶୋଭାଯାତ୍ରୀ ପୂର୍ବରୁ ଛୁଟିରେ ଚାଲିଯାଇଥିବାରୁ ତାଙ୍କ ଉପରେ ହରିୟାଣା ସରକାର ଆକ୍ସନ ନେଇଥିବା କୁହାଯାଉଛି । ସେହିପରି ନୁହରେ ବେଆଇନ ଭାବେ ରହୁଥିବା ରୋହଙ୍ଗିଆଙ୍କ ବସ୍ତି ଉପରେ ପ୍ରଶାସନ ବୁଲଡୋଜର ଚଢ଼ାଇଛି । ପୋଲିସ ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ୨୩୦୦ ଭିଡିଓକୁ ଚିହ୍ନଟ କରିଛି । ପୋଲିସ କହିବା ଅନୁଯାୟୀ, ଏହି ସବୁ ଭିଡିଓ ହିଂସା ଉସୁକାଇବା ଭଳି କାର୍ଯ୍ୟ କରୁଛି । ମୋଟ୍ ୧୭୬ ଏଫଆଇଆର୍ ମାମଲା ମଧ୍ୟରୁ ନୁହରେ ୬୭ଟି ମାମଲା ରୁଜୁ ହୋଇଛି । ସେହିପରି ଫରିଦାବାଦରେ ୩, ଗୁରୁଗ୍ରାମରେ ୨୩, ପଲୱାଲରେ ୧୮, ରେୱାଡି ୩ଟି ମାମଲା ରୁଜୁ ହୋଇଛି । ହରିୟାଣା ସଚିବ କହିଛନ୍ତି, ଯେ ଶୋଭା ଯାତ୍ରା ତିନି ବର୍ଷ ଧରି କରାଯାଉଛି । ନୁହରେ ଶାନ୍ତି ତିଆରି ହୋଇଛି । ଅଞ୍ଚଳରେ ଶାନ୍ତି ବାଜୟ ରଖିବା ପାଇଁ ଏମାନେ ବୈଠକ କରନ୍ତି । ଯାତ୍ରା ପାଇଁ ଅନୁମତି ପଇଁ କମିଟିରେ ବୈଠକ ହୁଏ । ଶାନ୍ତି ପାଇଁ ପ୍ରତିଶ୍ରୁତି ଦେବା ପରେ ଶୋଭାଯାତ୍ରା ବାହାରେ । ସେହିପରି ହିଂସା ପରେ ଲୋକମାନଙ୍କର ପଳାୟନକୁ ନେଇ ହେଉଥିବା ଗୁଜବ ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି ଅତିରିକ୍ତ ଶାସନ ସଚିବ କହିଛନ୍ତି ଯେ ନୁହରୁ କେହି ଯାଉନାହାନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଆମର କ୍ଷମତା ଅଛି । ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇଛି ବୋଲି କହିଛନ୍ତି ।

Leave a Reply