Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜ୍ଞାନବାପୀ ପରିସରରେ ପ୍ରଥମ ଦିନର ଏଏସ୍‌ଆଇ ସର୍ଭେକ୍ଷଣ ଶେଷ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜ୍ଞାନବାପୀ ପରିସରରେ ପ୍ରଥମ ଦିନର ଏଏସ୍‌ଆଇ ସର୍ଭେକ୍ଷଣ ଶେଷ

ବାରଣାସୀ: ଜ୍ଞାନବାପୀ ପରିସରର ବୈଜ୍ଞାନିକ ସର୍ଭେ ଆର୍କୋଲଜିକାଲ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ)ଙ୍କ ଦ୍ୱାରା କରାଇବା ଲାଗି ହାଇକୋର୍ଟଙ୍କ ଆଦେଶ ପରେ ବାରଣାସୀରେ ଏହାର ପ୍ରସ୍ତୁତି ଗୁରୁବାର ସରିଥିଲା । ଏଣୁ ଶୁକ୍ରବାର ସକାଳ ୭ଟାବେଳେ ଜ୍ଞାନବାପୀ ପରିସରରେ ସର୍ଭେକରିବା ପାଇଁ ଏଏସଆଇ ଟିମ୍ ପହଞ୍ଚିଥିଲେ । ମସଜିଦ୍ ପରିସରରେ ମୁସଲମାନ ପକ୍ଷ ଉପସ୍ଥିତ ନଥିବାରୁ ଅନେକ ସମୟ ପର୍ଯ୍ୟନ୍ତ ଭିତରକୁ ଯିବା ପାଇଁ ତାଲାର ଚାବି ମିଳିନଥିଲା । ତେବେ ଚାବି ମିଳିବା ପରେ ସର୍ଭେକାମ ଆରମ୍ଭ ହୋଇଥିବା ବେଳେ ୫ ଘଣ୍ଟା ଧରି ଚାଲିଥିଲା ।ଶୁକ୍ରବାର ନମାଜ ଲାଗି ସର୍ଭେ କାମକୁ ମଧ୍ୟାହ୍ନ ୧୨ଟା ୩୦ରେ ବନ୍ଦ କରାଯାଇଥିଲା । ଅପରାହ୍ନ ୨ଟାରେ ମସଜିଦ୍‌ରେ ନମାଜ ଶେଷ ହେବା ପରେ ପୁଣି ସର୍ଭେକ୍ଷଣ କାମ ଆରମ୍ଭ ହୋଇଥିଲା । ଅପରାହ୍ନ ୫ଟା ସୁଦ୍ଧା ପ୍ରଥମ ଦିନର ସର୍ଭେକାମ ଶେଷ ହୋଇଛି । ପ୍ରଥମ ଦିନ କାମରେ ପରିସରରେ ମେସିନ ଲଗାଯିବା ସହ ସ୍କେଚ୍ କରିବା ଓ ଡିଜିଟାଲ ନକ୍ସାଜରିଆରେ ପୁରା ପରିସରର ମ୍ୟାପିଙ୍ଗକାମ କରାଯାଇଛି । ଟିମ୍ ଯାଞ୍ଚ ପାଇଁଜ୍ଞାନବାପୀ ପରିସରର ବେସମେଣ୍ଟକୁମଧ୍ୟ ଯାଇଥିଲା । ଏହି ସମୟରେ ପଶ୍ଚିମପଟ କାନ୍ଥର ସର୍ଭେ କରାଯାଇଥିଲା ।ପଶ୍ଚିମପଟ କାନ୍ଥରେ ଥିବାଦେବୀ ଦେବତାମାନଙ୍କର ଆକୃତି ମାପଚୁପ କରାଯାଇଥିଲା । ପରିସରର ପ୍ରତ୍ୟେକ ସ୍ଥାନର ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯାଇଥିଲା । ଏଏସଆଇ ଟିମ୍ ଜ୍ଞାନବାପୀ ପରିସରକୁ ୩ ଭାଗରେ ବିଭକ୍ତ କରିଛନ୍ତି । ଦୁଇ ପାଳିରେ ସର୍ଭେ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଶନିବାର ପୂର୍ବାହ୍ନ ୯ଟାରୁ ଏଏସଆଇ ପୁଣି ଥରେ ଜ୍ଞାନବାପୀର ସର୍ଭେ କରିବେ । ତେବେ ଏଏସଆଇଟିମ୍ ପ୍ରଥମ ଦିନରେ କେବଳ ବାହାର ପରିସରର ସର୍ଭେ କାର୍ଯ୍ୟ କରିଛନ୍ତି । ଜ୍ଞାନବାପୀ ପରିସରର ସର୍ଭେ ପାଇଁ କୋର୍ଟ ୪ ସପ୍ତାହ ସମୟ ଦେଇଛନ୍ତି । ଏହି ସମୟରେ ସର୍ଭେକାମ ସରିଯାଇପାରିବ ବୋଲି ଏଏସଆଇ ଟିମ୍ ଆଶାବ୍ୟକ୍ତ କରିଛନ୍ତି ।

Leave a Reply